ନେପାଳ: କୌଣସି ସ୍ଥାନକୁ ଯାତ୍ରା କରିବା ବେଳେ ରାସ୍ତାରେ ଅଚାନକ ଗାଡି଼ ଚକ ପଙ୍କଚର ହୋଇଥିବା ଘଟଣା ସହ ଆପଣ ଜଡ଼ିତ ରହିଥିବେ। ହେଲେ କେବେ ଶୁଣିଛନ୍ତି ଯେ ଯାତ୍ରୀବାହୀ ବିମାନ ଚକ ପଙ୍କଚର  ହୋଇଯିବା କଥା। ସଦ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ରନ ୱେ ଠାରେ ରହିଥିବା ଏକ ବିମାନକୁ ଲୋକେ ଲୋକେ ଠେଲୁଥିବାର ନଜର ଆସୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ବୁଧବାର ନେପାଳ (Nepal)  ବାଜୁରା ବିମାନବନ୍ଦର (Bajura Airport) ରନ ୱେ (Airport Run Way) ଠାରେ ଅଟକି ରହିଥିବା ଏକ ବିମାନକୁ ଯାତ୍ରୀ ଠେଲୁଥିବାର ନଜର ଆସିଥିଲେ। ଏକ ଯାତ୍ରୀବାହୀ ବିମାନ କୋଲତି ବିମାନ ବନ୍ଦର ସଂଗ୍ନ ଆକାଶ ମାର୍ଗରେ ଉଡୁଥିଲା। ଏହି ବିମାନ ବାଜୁରା ଜିଲ୍ଲାର ଉତ୍ତର-ପୂର୍ବ ଭାଗରୁ ଯାତ୍ରୀ ନେବାକୁ ଆସିଥିଲେ। ବିମାନ ଯୋଗେ ଯାତ୍ରା କରିବାକୁ ଯାଉଥିବା ଯାତ୍ରୀ ବିମାନ ବନ୍ଦର ଠାରେ ପହଞ୍ଚିବା ଆରମ୍ଭ କରିଥିଲା। ହେଲେ ବିମାନ ବନ୍ଦରରେ ଅବତରଣ (Plane Landing in Airport) କରିବାରେ ଅସମର୍ଥ ଥିଲା ଏହି ବିମାନ


Also Read: ଏଣିକି ବିମାନ ଯାତ୍ରା ବେଳେ କରିପାରିବେ Phone Call; ହଟିବ Flight Mode Option


ବିମାନଟି ଅବତରଣ ନକରିବାରୁ ଏହକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ଯାତ୍ରୀ। କ'ଣ ପାଇଁ ଏହି ବିମାନ ଅବତରଣ କରୁନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସେଠାରେ ଜଣେ ଯାତ୍ରୀ ଲକ୍ଷ୍ୟ କଲେ ଯେ ଏକ ବିମାନ ରନୱେ ଠାରେ ଠିଆ ହୋଇଛି | ଏହି ବିମାନ 'ତାରା ଏୟାର' (Tara Air) ସଂସ୍ଥାର ବୋଲି ଜଣାପଡିଥିଲା। ଗୋଟିଏ ବିମାନ ରନ ୱେ ଠାରେ ଛିଡା ହୋଇଥିବାରୁ ଅନ୍ୟ ଏକ ବିମାନ ଅବତରଣ କରିବା ସମ୍ଭବ ପରନଥିଲା। ଏହା ପରେ ଯାତ୍ରୀ ମିଳିତ ଭାବେ ତାରା ଏୟାର 9N AVE  ବିମାନକୁ (Tara Air 9N AVE Plane) ରନୱେ ପାର୍ଶ୍ୱକୁ ଠେଲି ଦେବା ପରେ ଦ୍ୱିତୀୟ ବିମାନ ଅବତରଣ କରିବାକୁ ସମର୍ଥ ହୋଇଥିଲା।



Also Read: ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video


ଏ ଘଟଣା ସମ୍ପର୍କରେ ଜଣାଇ ଜଣେ ଯାତ୍ରୀ କହିଛନ୍ତି ରନ ୱେ ଠାରେ ଅଟକି ରହିଥିବା ବିମାନ ଚକ ଫାଟି ଯାଇଥିଲା। ତାରା ଏୟାର ବିମାନ ହମଲାସ୍ଥିତ ସିମକୋଟ ଠାରୁ ଆସି ବାଜୁରା ବିମାନ ବନ୍ଦର ଠାରେ ଅବତରଣ କରିଥିଲା। ରନୱେ ଟ୍ୟାକ୍ସି ୱେ (Taxiway of Runway)  ଠାରେ ପହଞ୍ଚିବା ପରେ ବିମାନର ପଛ ଟାୟାର ଫାଟି ଯାଇଥିଲା। ଯାହା ଫଳରେ ବିମାନ ଆଗକୁ ଗଡି଼ ନପାରି ସେଠାରେ ଅଟକି ଯାଇଥିଲା। ତାରା ଏୟାର ବିମାନ ଟାୟର ପଙ୍କଚର ହେବା ପରେ  ରନ ୱେ ଠାରେ ଅଟକି ରହିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।