ଏଣିକି ବିମାନ ଯାତ୍ରା ବେଳେ କରିପାରିବେ Phone Call; ହଟିବ Flight Mode Option
Advertisement

ଏଣିକି ବିମାନ ଯାତ୍ରା ବେଳେ କରିପାରିବେ Phone Call; ହଟିବ Flight Mode Option

ଆପଣଙ୍କ ମୋବାଇଲ ଫୋନରେ 'ଫ୍ଲାଇଟ୍ ମୋଡ୍' ବିକଳ୍ପ ଅତୀତ ହେବାକୁ ଯାଉଛି। କାରଣ ବର୍ତ୍ତମାନ ବିମାନ ଯାତ୍ରା କରୁଥିବା ସମୟରେ ମଧ୍ୟ ଆପଣ ହାଇ ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହୋଇପାରିବେ।

 

 
 

ଏଣିକି ବିମାନ ଯାତ୍ରା ବେଳେ କରିପାରିବେ Phone Call; ହଟିବ Flight Mode Option

ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲ ଫୋନରେ 'ଫ୍ଲାଇଟ୍ ମୋଡ୍' ବିକଳ୍ପ ଅତୀତ ହେବାକୁ ଯାଉଛି। କାରଣ ବର୍ତ୍ତମାନ ବିମାନ ଯାତ୍ରା କରୁଥିବା ସମୟରେ ମଧ୍ୟ ଆପଣ ହାଇ ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହୋଇପାରିବେ। ଏଣିକି ଆପଣ ବିମାନ ଯାତ୍ରା ବେଳେ  ଇ-ମେଲରୁ ପ୍ରେରଣ ଠାରୁ ଆରମ୍ଭ କରି ଇଣ୍ଟରନେଟ୍ ଯୋଗେ କରାଯାଉଥିବା ବିଭିନ୍ନ ଆବଶ୍ୟକୀୟ କାର୍ଯ୍ୟର କରିବାକୁ ସମର୍ଥ ହେବେ। କେବଳ ଏତିକି ନୁହେଁ ବିମାନ ଉଡ଼ାଣ ସମୟରେ ଆପଣ କଲ ମଧ୍ୟ କରିବାକୁ ସକ୍ଷମ ହେବେ। 

ସରକାରୀ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା (Govt Tele Communications Service Provider) ଭାରତ ସଞ୍ଚାର ନିଗମ ଲିମିଟେଡ୍ (Bharat Sanchar Nigam Limited) ବିଏସଏନଏଲ (BSNL) କୁ ଦେଶରେ ଇନମାରସାଟ (Inmarsat) ଗ୍ଲୋବାଲ ଏକ୍ସପ୍ରେସ-ଜିଏକ୍ସ (Global Express-GX) ମୋବାଇଲ ବ୍ରଡବ୍ୟାଣ୍ଡ ସେବା (Mobile Broadband Service) ପାଇଁ ଲାଇସେନ୍ସ ପାଇଛି। ଏହା ସହିତ ଇନମାରସାଟ ଟର୍ମିନାଲ୍ (Inmarsat Terminal) ବ୍ୟବହାର କରି ବିମାନ କିମ୍ବା ଜାହାଜ ପାଇଁ ଉଚ୍ଚ ଗତିର ଇଣ୍ଟରନେଟ (High Speed Internet) ସୁବିଧା ଯୋଗାଇ ଦିଆଯିବ। ବ୍ରିଟେନ ଭିତ୍ତିକ ମୋବାଇଲ୍ ଉପଗ୍ରହ ଯୋଗାଯୋଗ କମ୍ପାନୀ (British Satellite Tele Communications Company) ଇନମାରସାଟ ପରିଚାଳନା ନିର୍ଦ୍ଦେଶକ ଗୌତମ ଶର୍ମା କହିଛନ୍ତି ଯେ ସ୍ପାଇସଜେଟ୍ (Spice Jet) ଏବଂ ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (Shipping Corporation of India) ନୂତନ ଜିଏକ୍ସ ସେବା ପାଇଁ ଚୁକ୍ତିନାମା କରିସାରିଛନ୍ତି। ଏହା ଚୁକ୍ତି ଦ୍ୱାରା ଯାତ୍ରା ସମୟ ୫୦ ଏମବିପିଏସ (MBPS) ବେଗରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ।

Also Read: କାମକୁ ନେଇ ଚର୍ଚ୍ଚାରେ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା; କାରନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ଇନମାରସାଟ ପରିଚାଳନା ନିର୍ଦ୍ଦେଶକ ଗୌତମ ଶର୍ମାଙ୍କ କହିବା ଅନୁସାରେ ଜିଏକ୍ସ ସେବା ଆରମ୍ଭ ହେବା ସହିତ ଭାରତୀୟ ଘରୋଇ ବିମାନ ଏବଂ ଆନ୍ତର୍ଜାତୀୟ ବିମାନ କମ୍ପାନୀ ଦେଶରେ ବିମାନ ଉଡ଼ାଣ କରିବା ସମୟରେ ହାଇ ସ୍ପିଡ୍ ନେଟ ସୁବିଧା ଯୋଗାଇ ପାରିବେ। ଇନମାରସାଟ ଦ୍ୱାରା ଜାରି ଏକ ବିବୃତ୍ତିରେ ସ୍ପାଇସଜେଟ୍ କହିଛି ଚଳିତ ବର୍ଷ ଶେଷ ସୁଦ୍ଧା ନୂତନ ବୋଇଙ୍ଗ 737 MAX ବିମାନ ସାମିଲ କରାଯିବା ସହିତ ଏହାର ଯାତ୍ରୀଙ୍କୁ ଆବଶ୍ୟକ ଯୋଗାଯୋଗ ସେବା ଯୋଗାଇବାକୁ ପ୍ରସ୍ତୁତ ରହିଛି। ବିଏସଏନଏଲ IFMC ଅଧିନରେ ଜିଏକ୍ସ ସେବା ସମସ୍ତ ଭାରତୀୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

Also Read: ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video

ଯାହାର ଅର୍ଥ ହେଉଛି ଭାରତୀୟ ବିମାନ କମ୍ପାନୀ (Indian Airlines Company) ଦେଶ ତଥା ବିଦେଶରେ ବିମାନ ଯୋଗାଯୋଗ ସୁବିଧା ପାଇଁ ଜିଏକ୍ସ ବ୍ୟବହାର କରିପାରିବେ। ଏହା ସହିତ ଭାରତୀୟ ସାଗର ଅଞ୍ଚଳରେ କାର୍ଯ୍ୟ କରୁଥିବା ଦେଶର ବାଣିଜ୍ୟିକ କମ୍ପାନୀ ସଦସ୍ୟଙ୍କ ସହ ଜଡିତ ଜାହାଜର ଡିଜିଟାଇଲାଇଜେସନ୍ ବୃଦ୍ଧି କରିବାରେ ସକ୍ଷମ ହେବେ। ବିଏସଏନଏଲର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ ପୁରୱାର କହିଛନ୍ତି ଯେ ଏହି ସେବା ପାଇଁ ଦେୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ନଭେମ୍ବର ମାସରୁ ଏହି ସେବା ଆରମ୍ଭ ହୋଇପାରେ।