କାମକୁ ନେଇ ଚର୍ଚ୍ଚାରେ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା; କାରନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ
Advertisement

କାମକୁ ନେଇ ଚର୍ଚ୍ଚାରେ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା; କାରନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ଯେତେବେଳେ କୌଣସି କାର କିମ୍ବା ଅଟୋ ଚାଳକଙ୍କୁ ଷ୍ଟଣ୍ଟ୍ କରିବା କିମ୍ବା ଦ୍ରୁତ ଗତିରେ ଗାଡି ଚଳାଇବାର ଦେଖନ୍ତି ସେତେବେଳେ କେତେକ ଲୋକ ମଜାକ ଉଡାଇବା ଭଳି ସେମାନଙ୍କୁ କହିଥାନ୍ତି ଯେ ବିମାନ ଉଡାଇବା ଭଳି ପରି ଗାଡି଼ ଚଳାଅ ନାହିଁ।

କାମକୁ ନେଇ ଚର୍ଚ୍ଚାରେ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା; କାରନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ନୂଆଦିଲ୍ଲୀ: କାମକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥାର ବିମାନ ଚାଳକ। ଯାତ୍ରୀ ସେବା ପ୍ରଦାନ କରୁଥିବା ଏହି ସଂସ୍ଥାର ଚାଳକଙ୍କ କାରାନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ। 

ବିଭିନ୍ନ ସମୟରେ ଯେତେବେଳେ କୌଣସି କାର କିମ୍ବା ଅଟୋ ଚାଳକଙ୍କୁ ଷ୍ଟଣ୍ଟ୍ କରିବା କିମ୍ବା ଦ୍ରୁତ ଗତିରେ ଗାଡି ଚଳାଇବାର ଦେଖନ୍ତି ସେତେବେଳେ କେତେକ ଲୋକ ମଜାକ ଉଡାଇବା ଭଳି ସେମାନଙ୍କୁ କହିଥାନ୍ତି ଯେ ବିମାନ ଉଡାଇବା ଭଳି ପରି ଗାଡି଼ ଚଳାଅ ନାହିଁ। ହେଲେ ଯେତେବେଳେ ଖୋଦ ବିମାନ ଚାଳକ ଏପରି ସମାନ କାର୍ଯ୍ୟ କରନ୍ତି ତାହେଲେ କ’ଣ ହେବ?  ସଦ୍ୟ ଏଭଳି କାମ କରିଛନ୍ତି ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା (Private Airlines) ଭିସ୍ତାରା ଏୟାରଲାଇନ୍ସ (Vistara Airlines) ବିମାନ ଚାଳକ (Pilot)। 

ଏଭଳି ଘଟଣାର ଶୀକାର ହୋଇଛନ୍ତି ଆପ୍ ରାଜ୍ୟସଭା ସାଂସଦ (AAP Leader) ସଞ୍ଜୟ ସିଂହ (Sanjay Singh)। ଏହି ଘଟଣା ସମ୍ପର୍କରେ ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ (Civil Aviation Minister) ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ (Jyotiraditya Scindia) ଅବଗତ କରାଇଛନ୍ତି। 

Also Read: Delhi: IGI ବିମାନବନ୍ଦରକୁ ଉଡାଇଦେବାକୁ ଦେଲା ଧମକ Al-Qaed

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଆପ୍ ନେତା କହିଛନ୍ତି ବୁଧବାର ସେ ଭିସ୍ତାରା ଏୟାରଲାଇନ୍ସ ଯୋଗେ ବିମାନ ଯାତ୍ରା କରୁଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ ଠାରେ ଏହି ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି।

ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଭୁବନେଶ୍ୱର ଠାରେ ଭିସ୍ତାରା ଏୟାରଲାଇନ୍ସ ଯୋଗେ ବିମାନ ଯେପରି ଢଙ୍ଗରେ ଅବତରଣ କରିଥିଲା ତାହା ଏହାର ଯାତ୍ରୀଙ୍କୁ ଡରାଇ ଦେଇଥିଲା। ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଦୟାକରି ଏହି ବିମାନ ଚାଳକଙ୍କ ଠାରୁ ଅନ୍ୟ କିଛି କାମ ନିଅନ୍ତୁ ଅନ୍ୟଥା କିଛି ବଡ ଘଟଣା ହୋଇପାରେ। ଏହି ଘଟଣା ବାବଦରେ ସେ ଭିସ୍ତାରା ଏୟାରଲାଇନ୍ସ ପରିଚାଳକ ଏବଂ କେନ୍ଦ୍ରମନ୍ତ୍ରୀ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।

 ଏନେଇ ଅଭିଯୋଗ ମିଳିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଶ୍ଚିତ କରିଛନ୍ତି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ। ଏହି ଟ୍ୱିଟ୍ ଜବାବରେ ସେ ଲେଖିଛନ୍ତି ଆମେ ଏହି ପ୍ରସଙ୍ଗରେ ଉଚିତ ପଦକ୍ଷେପ ନେବୁ। ଭିସ୍ତାରା ଏୟାରଲାଇନ୍ସ  ବିମାନ ୟୁକେ-୭୮୫ (Vistara Airlines Plane UK-785) ବୁଧବାର ସକାଳ ୭ଟାରୁ ଦିଲ୍ଲୀରୁ ବାହାରି ଭୁବନେଶ୍ୱର ଠାରେ ସକାଳ ପ୍ରାୟ ୯ଟା ବେଳେ ପହଞ୍ଚିଥିଲା।  

ଧାର୍ଯ୍ୟ ସମୟ ଠାରୁ ଡେରିରେ  ଯାତ୍ରା କରୁଥିବା ବସ୍, ଟ୍ରେନ୍ ଅଥବା ବିମାନ କାରଣରୁ ଯାତ୍ରୀଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ହେଲେ ସଦ୍ୟ ଏଭଳି ଘଟଣାର ଦେଖିବାକୁ ମିଳିଛି ବ୍ୟତିକ୍ରମ। ଯେଉଁଠି ନିର୍ଦ୍ଧାରିତ ସମୟ ପୂର୍ବରୁ ଏକ ବିମାନ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। ଯେଉଁଥିପାଇଁ ଯାତ୍ରୀଙ୍କୁ ଅସୁବିଧା ଭୋଗିବାକୁ ପଡିଥିଲା। ଏଭଳି କାରନାମା କରି ଚର୍ଚ୍ଚାକୁ ଆସିଛି ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ (Indigo Airlines)। ଶ୍ରୀନଗର (Srinagar) ଅଭିମୁଖେ ଯାତ୍ରା କରିଥିବା ଏହି ବିମାନ ଅବତରଣ ନକରି ଯାତ୍ରୀଙ୍କ ସହ ପୁନର୍ବାର ଅମୃତସର (Amritsar) ଫେରି ଆସିଛି।

ଗତ ବୁଧବାର ଅମୃତସରସ୍ଥିତ ଶ୍ରୀ ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦର (Sri Guru Ram Dass Jee International Airport) ଠାରୁ ଏକ ଇଣ୍ଡିଗୋ ବିମାନ (Indigo Flight) ଶ୍ରୀନଗର ଅଭିମୁଖେ ଗୋଟାଏ ବାଜି ୨୦ ମିନିଟ ସମୟରେ ଯାତ୍ରା ଆରମ୍ଭ କରିବାର ଥିଲା। ମାତ୍ର ଏହି ବିମାନ ୨୦ ମିନିଟ ପୂର୍ବରୁ ଅର୍ଥାତ ୧ଟା ସମୟରେ ଉଡାଣ ଭରିଥିଲା। ଶୀଘ୍ର ଉଡାଣ ହେତୁ ଏହି ବିମାନ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ୨୦ ମିନିଟ୍ ପୂର୍ବରୁ ଶ୍ରୀନଗର ଠାରେ ପହଞ୍ଚିଥିଲା। ଏ ସମ୍ପର୍କରେ ଜାଣିବା ପରେ ଶ୍ରୀନଗର ବିମାନବନ୍ଦର କର୍ତ୍ତୃପକ୍ଷ (Srinagar Air Port Authority) ଏହି ବିମାନକୁ ଅବତରଣ କରିବାକୁ ଅନୁମତି ଦେଇନଥିଲେ।

Also Read: ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video

ନିର୍ଦ୍ଧାରିତ ସମୟ ଠାର ୨୦ ମିନିଟ୍ ପୂର୍ବରୁ ଶ୍ରୀନଗର ଠାରେ ପହଞ୍ଚିଥିବା ଏହି ବିମାନ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଶ୍ରୀନଗର ବିମାନବନ୍ଦରର ଆଖପାଖ ଅଞ୍ଚଳରେ ଚକ୍କର କାଟିଥିଲେ ଏହାକୁ ଅବତରଣ କରିବାକୁ ଦିଆଯାଇନଥିଲା। ଏହାର କାରଣ ହେଉଛି ଶ୍ରୀନଗର ବିମାନବନ୍ଦରର ରନୱେ ଠାରେ ଅନେକ ବିମାନ ପୂର୍ବରୁ ଅଟକି ରହିଥିଲେ। ଯାହା ଫଳରେ ଇଣ୍ଡିଗୋ ବିମାନକୁ ଅବତରଣ ନକରି ପାରିବା କାରଣରୁ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।