ରାତିପାହିଲେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, କଂସ ରଡ଼ିରେ କମ୍ପିବ ବରଗଡ
Advertisement
Article Detail0/zeeodisha/odisha617579

ରାତିପାହିଲେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, କଂସ ରଡ଼ିରେ କମ୍ପିବ ବରଗଡ

ଆସନ୍ତାକାଲି ଠାରୁ ବରଗଡରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ରାତିପାହିଲେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, କଂସ ରଡ଼ିରେ କମ୍ପିବ ବରଗଡ

ବରଗଡ:  ଆସନ୍ତାକାଲି ଠାରୁ ବରଗଡରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଖୋଲାରଙ୍ଗମଞ୍ଚରେ ଅଭିନୀତ ହେବ ଏହି ପୌରାଣିକ କଥାବସ୍ତୁ । ହାଟପଦାରେ ରାଜଦରବାର ଓ ନିଶାମଣୀ ସ୍କୁଲ ପଡିଆରେ ଅନୁଷ୍ଠିତ ହେବ ରଙ୍ଗମହଲ । ସେହିପରି ପ୍ରତି ବର୍ଷ ପରି ଅମ୍ବାପାଲି ହେବ ଗୋପପୁର । ପ୍ରସ୍ତୁତି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରର ୧୧୩୦ ରୁ ଅଧିକ ସାଂସ୍କୃତିକ ଦଳ ଏଥିରେ ଯୋଗଦେବେ ।

ଧନୁଯାତ୍ରା ପାଇଁ  ଉତ୍ସବମୁଖର ବରଗଡ ସହର । ମଙ୍ଗଳବାରରୁ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ବରଗଡ । ଖୋଲାରଙ୍ଗମଞ୍ଚରେ ଦୀର୍ଘ ୧୧ ଦିନ ଧରି ଚାଳିବ ଧନୁଯାତ୍ରା । ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ପ୍ରତ୍ୟେକଟି ଦୃଶ୍ୟ ଅଭିନିତ ହେବ ଖୋଲା ରଙ୍ଗମଞ୍ଚରେ । ମହାରାଜା ଉଗ୍ରସେନଙ୍କ  ଗାଦିଚ୍ୟୁତ, ଯୁବରାଜରୁ ମଥୁରାପତି କଂସ, ଦେବକୀ ବାସୁଦେବଙ୍କ ରାଜକୀୟ ଉତ୍ସବ, ଦେବକୀ ବାସୁଦେବଙ୍କୁ କାରାଗାରରେ ବନ୍ଦ, ଦେବକୀଙ୍କ ଅଷ୍ଟମଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ, ନନ୍ଦୋତ୍ସବ, ପୁତନା ବଦ୍ଧ ଆଦି ଦୃଶ୍ୟରେ ୧୧ ଦିନ ଧରି ଗର୍ଜିବ ଉଠିବ ବରଗଡ ସହର । ଏଥିସହ କାଳୀୟ ଦଳନ, ବତ୍ସାହରଣ, ନବକେଳି, ଆଦି ଦୃଶ୍ୟରେ ଉଛୁଳି ଉଠିବ ଅମ୍ବାପାଲି ଗାଁ ଦାଣ୍ଡ । ଆଉ ତାସାଙ୍ଗକୁ ରାଜ୍ୟ ବାହାରର ସାଂସ୍କୃତିକ ଦଳ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ମଜା ନେବେ ଦର୍ଶକ ।

ତେବେ ଧନୁଯାତ୍ରାରେ ନିଖୁଣ ଅଭିନୟ ପାଇଁ କଳାକାର ମାନେ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି । ସେପଟେ ମହାରାଜାଙ୍କ ରାଜ ଦରବାର, ରଙ୍ଗମହଲ  ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୩୧ ତାରିଖରୁ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବରଗଡ ଠାରେ ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ଉଦ୍ୟମ ଚଳାଇଛି ଧନୁଯାତ୍ରା ମହୋତ୍ସବ କମିଟି ।