ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା
Advertisement
Article Detail0/zeeodisha/odisha620684

ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା

କେନ୍ଦ୍ର ଶ୍ରମ ୟୁନିୟନ ବୁଧବାର ଜାନୁଆରୀ ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛି

ଫାଇଲ ଫଟୋ

ପ୍ରଜ୍ଞାପାରମିତା ପତ୍ରୀ, ଭୁବନେଶ୍ୱର: କେନ୍ଦ୍ର ଶ୍ରମ ୟୁନିୟନ ବୁଧବାର ଜାନୁଆରୀ ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରାରେ ସାରା ଭାରତ ବର୍ଷର ଲକ୍ଷ ଲକ୍ଷ ଶ୍ରମିକ ଯୋଗ ଦେବେ । ତେବେ କେବଳ ଶ୍ରମିକ ନୁହଁ ସରକାରୀ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ରେଳ କର୍ମଚାରୀମାନେ ମଧ୍ୟ ବନ୍ଦରେ ସାମିଲ ହେବେ । ମୋଦି ସରକାର ଆଣିଥିବା ଶ୍ରମିକ ବିରୋଧ ନୀତିକୁ ପ୍ରତିବାଦ ଜଣାଇ ଶ୍ରମିକ ସଂଗଠନ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି । 

ଶ୍ରମ ୟୁନିୟନ ୧୪ଟି ଡିମାଣ୍ଡ ନେଇ ରାଜରାସ୍ତାକୁ ଓହ୍ଲାଇବ । ତାଙ୍କର ମୁଖ୍ୟ ଡିମାଣ୍ଡ ରହିଛି ଯେ କେନ୍ଦ୍ର ଆଣିଥିବା ସଂଶୋଧନ ନୀତିକୁ ହଟାଇବା । ଏତଦବ୍ୟତୀତ ମାସିକ ସର୍ବନିମ୍ନ ପାରିଶ୍ରମିକ ୨୧ ହଜାର ଟଙ୍କାରୁ ୨୪ ହଜାର ଟଙ୍କା ବୃଦ୍ଧି କରିବା, ସିଏଏ, ଏନଆରସିକୁ ବିରୋଧ କରି ବନ୍ଦ ପାଳନ କରାଯିବ । 

ତେବେ ଗୁରୁବାର ଦିନ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଟ୍ରେଡ ୟୁନିୟନ ଭେଟି ନିଜର ଦାବି ନେଇ ଆଲୋଚନା କରିଥିଲା । ଆଲୋଚନାରେ କୈଣସି ସମାଧାନର ବାଟ ବାହାରି ନ ଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ୧୦ରୁ ଅଧିକ ଟ୍ରେଡ ୟୁନିୟନ ଏଭଳି ଚକାଜାମ ପାଇଁ ଚେତାବନୀ ଦେଇଛନ୍ତି ।

ବନ୍ଦ ଡାକରାକୁ ନେଇ ୮ତାରିଖ ଦିନ ବସ, ଟ୍ରେନ, ଅଟୋ ଚଳାଚଳ ଠପ୍ ରହିପାରେ । ଯାହାଦ୍ୱାରା ଯାତାୟତ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।