ଦେଶର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ପାଇଁ ରାଜ୍ୟସଭା ଲିଷ୍ଟରେ ନାଁ ଦେଇ ଆଲୋଚନାରେ ଭାଗ ନେଲେନି ୩ ଜଣ ବିଜେଡି ସାଂସଦ ସସ୍ମିତ ପାତ୍ର, ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟ । ନଭେମ୍ୱର ୨୬ରେ ଆଲୋଚନା ପାଇଁ ଲିଷ୍ଟ ଦେଇଥିଲେ ହେଲେ ୨୭ ତାରିଖରେ ଆଲୋଚନାରେ ଭାଗ ନେଲେ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।
Trending Photos
ମଳୟ ମହାନ୍ତି, ଭୁବନେଶ୍ୱର: ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ । ଶାସକ ଦଳ ଓ ବିଜେପି ମଧ୍ୟରେ ମେଣ୍ଟ ଥିବାର ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ସମ୍ପର୍କରେ ପିସିସି ସଭାପତି ପ୍ରମାଣ ସହ ଉପସ୍ଥାପନ କରିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ସଂସଦରେ ବିଜେଡିର କାର୍ଯ୍ୟକାରିତା କିଭଳି ବିଜେପି ସପକ୍ଷରେ ଯାଉଛି ସେ ସଂପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ଦେଶର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ପାଇଁ ରାଜ୍ୟସଭା ଲିଷ୍ଟରେ ନାଁ ଦେଇ ଆଲୋଚନାରେ ଭାଗ ନେଲେନି ୩ ଜଣ ବିଜେଡି ସାଂସଦ ସସ୍ମିତ ପାତ୍ର, ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟ । ନଭେମ୍ୱର ୨୬ରେ ଆଲୋଚନା ପାଇଁ ଲିଷ୍ଟ ଦେଇଥିଲେ ହେଲେ ୨୭ ତାରିଖରେ ଆଲୋଚନାରେ ଭାଗ ନେଲେ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲକା ଯାଜପୁର ଧର୍ମଶାଳା ସ୍ମିତାରାଣୀ ମୃତ୍ୟୁ କଥା ଉଠାଇଲେ କିନ୍ତୁ ବିଜେଡିର ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର ଏବଂ ଅନୁଭବ ମହାନ୍ତି ବାଧା ସୃଷ୍ଟି କରିଥିଲେ ବୋଲି ପିସିସି ସଭାପତି କହିଛନ୍ତି । ବିଜେପି ଏଠି ପାଟି କରୁଛନ୍ତି କିନ୍ତୁ ସଂସଦରେ ଚୁପ ରହୁଛି । ଏହା ହେଉଛି ମେଣ୍ଟ ବୋଲି ନିରଞ୍ଜନ କହିଛନ୍ତି ।
ତୁମେ ଅର୍ଥନୀତି କଥା ଉଠାଅ ନାହିଁ ଆମେ ସ୍ମିତାରାଣୀ କଥା ଉଠାଇବୁ ନାହିଁ ବୋଲି ଡିଲ ହୋଇଥିବା ପିସିସି ସଭାପତି କହିଛନ୍ତି । ଏମ୍ସ ପାଇଁ ସଂସଦରେ ୬ ତାରିଖରେ ନିର୍ବାଚନ ହେଲା । ବିଜେଡିର ଅମର ପଟ୍ଟନାୟକ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ଥିଲେ । ଭୋଟିଂ ଯେଉଁ ଦିନ ହେଲା ସଂସଦରେ କଂଗ୍ରେସର ୪୯, ବିଜେପିର ୮୧ ଓ ଏନଡିଏର ୧୧୨ ଏବଂ ବିଜେଡିର ୭ ସଦସ୍ୟ ଉପସ୍ଥିତ ରହିଥିଲେ । ତଥାପି ଅମର ପଟ୍ଟନାୟକ ଜିତିଲେ କିପରି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି । ଏହା କୋଳାକୋଳି ନା ଆଉ କଣ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି । ବିଜେଡି ବିଜେପି ଉଭୟ ସମାନ ଏବଂ ରାଜ୍ୟପାଇଁ ଏମାନେ ହିତକର ନୁହଁନ୍ତି ବୋଲି ନିରଂଜନ ପଟ୍ଟନାୟକ କହିଛନ୍ତି ।