Rail Budget 2020: ତେଜସ୍ ପରି ଦୌଡ଼ିବ ଅନ୍ୟ ଟ୍ରେନ
Advertisement
Article Detail0/zeeodisha/odisha633777

Rail Budget 2020: ତେଜସ୍ ପରି ଦୌଡ଼ିବ ଅନ୍ୟ ଟ୍ରେନ

ଆଉ ବିଳମ୍ବ ହେବ ନାହିଁ ରେଳ ଯାତ୍ରା, PPP ମଡେଲ ଉପରେ ଫୋକସ

ଡିଜାଇନ ଫଟୋ

ନୂଆଦିଲ୍ଲୀ: ରେଳ ସେବାକୁ ଆହୁରି ତ୍ୱରାନ୍ୱିତ କରିବ ଏଥରର ବଜେଟ । ହାଇ ସ୍ପିଡରେ ଦୌଡ଼ିବ ଘରୋଇ ଟ୍ରେନ । ରେଳ ବଜେଟରେ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ପିପିପି ମଡ଼େଲ ଉପରେ ଅଧିକ ଫୋକସ କରାଯିବ । ତେଜସ ପରି ଅନ୍ୟ ଟ୍ରେନରେ ମଧ୍ୟ ପିପିପି ମଡ଼େଲ ଉପରେ ଗୁରୁତ୍ୱାରୋପ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । 

୧୧୫୦ ନୂଆ ଟ୍ରେନ ପିପିପି ମଡ଼େଲରେ ଆରମ୍ଭ ହେବ

ଏବେ ପିପିପି ମଡ଼େଲରେ କେବଳ ତେଜସ ଟ୍ରେନ ଚାଲୁଛି । ରେଳ ଯାତ୍ରାକୁ ଆହୁରି ଦ୍ରୁତ କରିବା ପାଇଁ କେନ୍ଦ୍ର ସରକାର ଏବେ ଏହାର ବିସ୍ତାର ଉପରେ ଗୁରୁତ୍ୱ ଦେଇଛନ୍ତି । ପିପିପି ମଡେଲ ଅନ୍ୟ ଟ୍ରେନରେ ମଧ୍ୟ ବ୍ୟବହାର ହେବ । ୧୧୫୦ ଟ୍ରେନରେ ପିପିପି ମଡ଼େଲ ଆପଣାଇବାକୁ ଯୋଜନା କରୁଛନ୍ତି ସରକାର । ଅର୍ଥମନ୍ତ୍ରୀଙ୍କ କହିବା କଥା ହେଲା, ଏବେ ଭାରତୀୟ ରେଳରେ ଆୟ କମ୍ ସତ୍ତ୍ୱେ ଖର୍ଚ୍ଚ ଅଧିକ କରାଯାଉଛି । ରେଳ ସେବାକୁ ଆହୁରି ଉନ୍ନତ କରିବା ଦିଗରେ ସରକାର କାମ କରୁଛନ୍ତି । 

ଭାରତୀୟ ରେଳ ସେବା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ମାନବ ବିହୀନ ରେଳ ଫାଟକକୁ ସମାପ୍ତ କରାଯାଇଛି ।
୨୭୦୦୦ କିଲୋମିଟର ଲମ୍ବ ରେଳ ଲାଇନକୁ ବିଦ୍ୟୁତକରଣ କରାଯିବ ।
ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ହାଇସ୍ପିଡ ରେଳ କାମ କରାଯିବ ।
୫୫୦ ରେଳ ଷ୍ଟେସନରେ ୱାଇଫାଇ ସେବା ଆରମ୍ଭ ହୋଇସାରିଛି । 
ରେଳ ସହ ସୋଲାର ପ୍ଲାଣ୍ଟ ଉପରେ ମଧ୍ୟ ଗୁରୁତ୍ୱାରୋପ

ଆହୁରି ପଢ଼ନ୍ତୁ; Budget 2020: ନୀଳ ଆକାଶରେ ଚାଷୀ ଉଡ଼ିବେ