କୁପୋଷଣରେ ଆଗରେ ଅଛି ଓଡ଼ିଶା, ଏ ନେଇ ପ୍ରକାଶ ପାଇଲା ରିପୋର୍ଟ
Advertisement
Article Detail0/zeeodisha/odisha602901

କୁପୋଷଣରେ ଆଗରେ ଅଛି ଓଡ଼ିଶା, ଏ ନେଇ ପ୍ରକାଶ ପାଇଲା ରିପୋର୍ଟ

କୁପୋଷଣ ନେଇ ଭାରତ ସରକାରଙ୍କ ମହିଳା ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଚିସର୍ଚ୍ଚ ରିପୋର୍ଟ, ଏମୋନିଆ ଆକ୍ରାନ୍ତରେ କିଶୋର କିଶୋରୀଙ୍କ ହାର ଜାତୀୟ ହାରଠାରୁ ଓଡ଼ିଶା ଆଗରେ ରହିଛି

ସୌଜନ୍ୟ: ସୋସିଆଲ ମିଡିଆ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: କୁପୋଷଣ ନେଇ ଭାରତ ସରକାରଙ୍କ ମହିଳା ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ରିସର୍ଚ୍ଚ କପି ରିଲିଜ କରାଯାଇଛି । Comprehensive National Nutrition Survey (CNNS) ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ୧୨୦ ଜଣ ମେମ୍ବର ଏହି ରିସର୍ଚ୍ଚରେ ସାମିଲ ହୋଇଥିଲେ । ସର୍ବ ଭାରତୀୟ ସ୍ତରରେ ୧୧ ଲକ୍ଷ ୨୦ ହଜାର ପିଲାଙ୍କୁ ନେଇ ଏହି ଗବେଷଣା ହୋଇଥିଲା । ଯେଉଁଥିରେ Unicef ଏବଂ population Council of indiaର ସହାୟତା ମଧ୍ୟ ନିଆଯାଇଥିଲା ।

ଏହି ଗବେଷଣାରେ ୩ ବର୍ଗର ପିଲାଙ୍କୁ ନେଇ କରାଯାଇଛି । ୦ ରୁ ୫ବର୍ଷ , ୫ ରୁ ୧୦ ବର୍ଷ, ଏବଂ ୧୦ ରୁ ୧୯ ବର୍ଷର ପିଲାଙ୍କୁ ନେଇ ଏହି ଗବେଷଣା କରାଯାଇଛି । ରାଜ୍ୟରେ ବୟସ ଅନୁସାରେ ପିଲାଙ୍କ ଉଚ୍ଚତା କମ ହେଉଥିବା କ୍ଷେତ୍ରରେ ୮ ପ୍ରତିଶତ ପିଲା ରହିଛନ୍ତି । ସର୍ବ ଭାରତୀୟ ସ୍ତରରେ ଏହା ୧୩.୨ % ରହିଛି । ସେହିପରି ଉଚ୍ଚତା ବୃଦ୍ଧି ହେଉଥିଲେ ସୁଦ୍ଧା ଓଜନ ବଢୁ ନ ଥିବା ଵର୍ଗରେ ଓଡ଼ିଶା ୧୩.୦୯ ପ୍ରତିଶତ ରହିଛି । ସର୍ବ ଭାରତୀୟ ସ୍ତରରେ ଏହା ୧୭.୩ ପ୍ରତିଶତ ରହିଛି ।

ଏମୋନିଆ ଆକ୍ରାନ୍ତରେ କିଶୋର କିଶୋରୀଙ୍କ ହାର ଜାତୀୟ ହାରଠାରୁ ଓଡ଼ିଶା ଆଗରେ ରହିଛି । ସର୍ବ ଭରତୀୟ ସ୍ତରରେ କିଶୋରମାନେ ଏମୋନିଆ ଦ୍ୱାର ୧୭.୫ ପ୍ରତିଶତ ଆକ୍ରାନ୍ତ ହୋଇଥିବା ବେଳେ ଓଡ଼ିଶାରେ କିଶୋରଙ୍କ ମାନେ ୧୮.୩ ପ୍ରତିଶତ ରହିଛି । କିଶୋରୀଙ୍କ ସଂଖ୍ୟା ଜାତୀୟ ସ୍ତରରେ ୩୯.୬ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହା ୪୧.୦୫ ରହିଛି । କେନ୍ଦ୍ର ସରକାର ୨୦୨୦ ସୁଦ୍ଧା କୁପୋଷଣ ଦୂର ନେଇ ଯେଉଁ ଟାର୍ଗେଟ ରଖିଛନ୍ତି ସେଥିରେ ଓଡ଼ିଶା ପଛରେ ପଡିବ ବୋଲି ଏହି ଟିମ କହିଛନ୍ତି । 

ପୂର୍ବରୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରତି ୫ ବର୍ଷରେ ଏହି ରିସର୍ଚ୍ଚ ହେଉଥିଲା । ପ୍ରଥମ ଥର ପାଇଁ ସିଏନଏନଏସ କରିଥିବା ଏହି ଗବେଷଣାରେ ଅନେକ ଚ୍ୟାଲେଞ୍ଜେସ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ରହିଛି ଏବଂ ଏହାର ନିରାକରଣ ପାଇଁ ଖୁବଶୀଘ୍ର ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି Cnnsର ଏକ୍ସିକ୍ୟୁଟିଭ ଡାଇରେକ୍ଟର ସୁଜିତ ରଞ୍ଜନ କହିଛନ୍ତି । ଓଡ଼ିଶାରୁ ଡାଟା ନେଇ ଆଜି ସେମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏ ନେଇ ଏକ ପୂର୍ଵଦାୟ କୁପୋଷଣ ଯୋଜନା ଲାଗୁ କରାଯିବ ମନ୍ତ୍ରୀ କହିଥିବା CNnS ଟିମ ମେମ୍ବର ସୋନାଲି ପଟ୍ଟନାୟକ କହିଛନ୍ତି ।