ରବିବାର ଦେଶ ପାଳିବ 'ଜନତା କର୍ଫ୍ୟୁ'
Advertisement
Article Detail0/zeeodisha/odisha657208

ରବିବାର ଦେଶ ପାଳିବ 'ଜନତା କର୍ଫ୍ୟୁ'

କୋରୋନା ସଚେତନତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ରବିବାର ଦେଶ ପାଳିବ 'ଜନତା କର୍ଫ୍ୟୁ'

ନୂଆଦିଲ୍ଲୀ: ରବିବାର ଦେଶ ପାଳିବାକୁ ଯାଉଛି ପ୍ରଥମ 'ଜନତା କର୍ଫ୍ୟୁ' । ଗତ ଗୁରୁବାର ସନ୍ଧ୍ୟାରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଫଳରେ ସେହି ସମୟରେ ଆସନ୍ତା କାଲି ଅର୍ଥାତ ରବିବାର ସମଗ୍ର ଦେଶ ଜନତା କର୍ଫ୍ୟୁ ପାଳନ କରିବାକୁ ସୂଚନା ଦେଇଥିଲେ । ତେବେ ମୋଦିଙ୍କ ଏହି ଆହ୍ୱାନକୁ ସମଗ୍ର ଦେଶରୁ ସମର୍ଥନ ମିଳିଥିବା ଜଣାପଡ଼ିଛି । 

ମୋଦି ଆହ୍ୱାନ କରି କହିଥିଲେ କି ମାର୍ଚ୍ଚ ୨୨ ତାରିଖରେ ସକାଳ ୨୨ ତାରିଖରୁ ଆରମ୍ଭ କରି ରାତି ୯ଟା ପର୍ଯ୍ୟନ୍ତ ଦେଶ ଜନତା କର୍ଫ୍ୟୁ ପାଳନ କରିବ । ଜରୁରୀ କାଳୀନ ସେବାକୁ ଛାଡ଼ି ଏହି ସମୟ ମଧ୍ୟରେ କେହି ବାହାରକୁ ନ ବାହାରିବାକୁ କହିଥିଲେ । ଜନତା କର୍ଫ୍ୟୁ ସମୟରେ ମଲ, ମାର୍କେଟ, ଏବଂ ଦୋକାନ ବଜାର ବନ୍ଦ ରହିବ ବୋଲି ମୋଦି କହିଥିଲେ । 

ସେହିପରି ବିଭିନ୍ନ ସହର ଗୁଡ଼ିକରେ ମେଟ୍ରୋ ଟ୍ରେନ ବନ୍ଦ ରହିବ ବୋଲି ଜଣାପଡ଼ିଛି । କିନ୍ତୁ ବସ ସେବା ବନ୍ଦ ହେବ କି ଚାଲୁ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏହି ଜନତା କର୍ଫ୍ୟୁ ସମୟରେ ଜରୁରୀ କାଳୀନ ସେବ, ଡାକ୍ତରଖାନା, ପୋଲିସ, ପାରାମେଡ଼ିକାଲ ଷ୍ଟାଫ, ଗଣମାଧ୍ୟମ ସଂସ୍ଥା, ହୋମ ଡେଲିଭରି ସେବ ପ୍ରମୁଖ ବାଦ ପଡ଼ିବ ବୋଲି ସୂଚନା ମିଳିଛି ।