ଲ୍ୟାଣ୍ଡଫଲ କଲା ସିଭିୟର ସାଇକ୍ଲୋନିକ ଷ୍ଟର୍ମ 'ବୁଲବୁଲ୍'
Advertisement

ଲ୍ୟାଣ୍ଡଫଲ କଲା ସିଭିୟର ସାଇକ୍ଲୋନିକ ଷ୍ଟର୍ମ 'ବୁଲବୁଲ୍'

ସ୍ଥଳଭାଗ ଛୁଇଁଲା ବଙ୍ଗୋପସାଗରରେ ସୃଷ୍ଟ ଭେରି ସିଭିୟରି ସାଇକ୍ଲୋନିକ ଷ୍ଟର୍ମ ବୁଲବୁଲ୍

file photo

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ବଙ୍ଗୋପସାଗରରେ ସୃଷ୍ଟ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବୁଲବୁଲ୍ । ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଝିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଛି ବାତ୍ୟା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ରହିଛି ୧୨୦ କିମି, ମଝିରେ ମଝିରେ ପବନର ବେଗ ବଢି ୧୪୦ କିମି ହେଉଛି । ତିନି ଘଣ୍ଟା ଧରି ଚାଲିବ ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା । ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।  ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରେ ତିନି ଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିବ । ତିନି ଘଣ୍ଟା ଧରି ପ୍ରଳୟ ରଚିବା ପରେ ଦୁର୍ବଳ ହେବ ବାତ୍ୟା । 

ସେପେଟେ ଗତ ୨୪ ଘଣ୍ଟାରେ ସର୍ବାଧିକ ରାଜନଗରରେ ୧୮୦ ମିଲିମିଟର ଓ ଚାନ୍ଦବାଲିରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାସହ ସୁରକ୍ଷା ଦୃଷ୍ଟିରୁ ୨୫ଶହ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଉଥିବା ସହ ଯୋଗାଯୋଗ ବିଚ୍ଛିନ୍ନ, ବିଦ୍ୟୁତ ଖୁଣ୍ଟ ଏବଂ ଘର ଭାଙ୍ଗିଥିବା ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି । 

ଭଦ୍ରକରେ ଏକ ଡଙ୍ଗା ବୁଡିଥିବା ବେଳେ ଏଥିରେ ଥିବା ୯ ଜଣଙ୍କୁ ଉଦ୍ଧାର କରାଯାଇଛି । କୌଣସି ସ୍ଥାନରେ ଜନହାନୀ ହୋଇନଥିବା ବେଳେ କୃଷି କ୍ଷୟକ୍ଷତି ନେଇ ରିପୋର୍ଟ ମଗାଯାଇଥିବା ସେ କହିଛନ୍ତି । ଏହାସହ ଉପକୂଳ ଓଡ଼ିଶା ବାଦ ବାକି ଜିଲ୍ଲାରେ ବିଶେଷ ପ୍ରଭାବ ପଡିନଥିବା ଏସଆରସି କହିଛନ୍ତି ।
ତେବେ ରବିବାର ଠାରୁ ପାଗ ପ୍ରାୟତଃ ଶୁଖିଲା ରହିବା ସହ କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିନ୍ତୁ ସମୁଦ୍ର ଅଶାନ୍ତ ହେତୁ ମସ୍ତ୍ରଜୀବୀଙ୍କୁ ୧୦ ତାରିଖ ଯାଏଁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ଏବଂ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ମଧ୍ୟ ବଳବତ୍ତର ରଖାଯାଇଛି ।