ପୂର୍ବ ତୁର୍କୀରେ ଭୂକମ୍ପ, ୧୮ ମୃତ
Advertisement

ପୂର୍ବ ତୁର୍କୀରେ ଭୂକମ୍ପ, ୧୮ ମୃତ

ଆଜି ଭୋରରୁ ପୂର୍ବ ତୁର୍କୀରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପୂର୍ବ ତୁର୍କୀରେ ବଡ଼ ଧରଣର ଭୂକମ୍ପ । ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯେଉଁଥିପାଇଁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । 

ଖବର ସରବରାହ ସଂସ୍ଥା ଏଏଫପି ଅନୁସାରେ, ଆଜି ଭୋରରୁ ପୂର୍ବ ତୁର୍କୀରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬।୮ ଥିବା ନେଇ ଜଣାପଡ଼ିଛି । ଭୂକମ୍ପର କେନ୍ଦ୍ରସ୍ଥଳ ସିଭରିସ ସହର ବୋଲି କୁହାଯାଉଛି । ତେବେ ଭୂକମ୍ପ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।  

ଆହୁରି ପଢ଼ନ୍ତୁ; 'ନବୀନ ପଟ୍ଟନାୟକ ଜଣେ ଭବିଷ୍ୟଦ୍ରଷ୍ଟା'