ଦେଶର ୧୦ ପ୍ରଦୂଷଣ ସହର ଭିତରେ ୟୁପିର ୭, ହଟିଲା ଦିଲ୍ଲୀ
ପ୍ରଦୂଷଣକୁ ନେଇ ଏବେ ସମସ୍ତେ ଚିନ୍ତିତ । କିଛିଦିନ ପୂର୍ବରୁ ଦିଲ୍ଲୀର ସ୍ଥିତି ହିଁ କହୁଥିଲା, କେତେ ଭୟାନକ ହୋଇପାରେ ବାୟୁମଣ୍ଡଳ ପ୍ରଦୂଷଣର ପ୍ରଭାବ । ସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ, କଲେଜ ବନ୍ଦ କରିବାକୁ ପଡିଥିଲା । ହେଲେ ଏବେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏକ୍ୟୁଆଇରେ ସୁଧାର ଆସିଛି । ଏପରିକି ଦେଶର ପ୍ରମୁଖ ପ୍ରଦୂଷଣ ସହରରୁ ଦିଲ୍ଲୀ ହଟିଛି ।
Trending Photos

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ଏବେ ସମସ୍ତେ ଚିନ୍ତିତ । କିଛିଦିନ ପୂର୍ବରୁ ଦିଲ୍ଲୀର ସ୍ଥିତି ହିଁ କହୁଥିଲା, କେତେ ଭୟାନକ ହୋଇପାରେ ବାୟୁମଣ୍ଡଳ ପ୍ରଦୂଷଣର ପ୍ରଭାବ । ସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ, କଲେଜ ବନ୍ଦ କରିବାକୁ ପଡିଥିଲା । ହେଲେ ଏବେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏକ୍ୟୁଆଇରେ ସୁଧାର ଆସିଛି । ଏପରିକି ଦେଶର ପ୍ରମୁଖ ପ୍ରଦୂଷଣ ସହରରୁ ଦିଲ୍ଲୀ ହଟିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ତାଲିକାରେ କେବଳ ଉତ୍ତରପ୍ରଦେଶର ୭ଟି ସହର ରହିଛି । ଏହାସହ ହରିୟାଣାର ୨ ଏବଂ ରାଜସ୍ଥାନର ଗୋଟିଏ ସହର ଏହି ତାଲିକାରେ ଅଛନ୍ତି । ଉତ୍ତର ପ୍ରଦେଶରେ ପ୍ରଦୂଷଣ ସ୍ଥିତି କେତେ ଗମ୍ଭୀର, ତାହା ଏହି ତାଲିକା ହିଁ କହୁଛି ।
ଦେଶର ପ୍ରମୁଖ ୧୦ଟି ପ୍ରଦୂଷଣ ସହର ଏବଂ AQI ସ୍ତର
- ଗାଜିଆବାଦ(ଉତ୍ତର ପ୍ରଦେଶ)।।।୩୫୩।।।ବହୁତ ଖରାପ
- ଗ୍ରେଟର ନୋଏଡା(ଉତ୍ତର ପ୍ରଦେଶ)।।।୩୩୮।।।ବହୁତ ଖରାପ
- କାନପୁର(ଉତ୍ତର ପ୍ରଦେଶ)।।।୩୩୫।।।ବହୁତ ଖରାପ
- ପାନିପଥ(ହରିୟାଣା)।।।୩୩୧।।।ବହୁତ ଖରାପ
- ମେରଠ(ଉତ୍ତର ପ୍ରଦେଶ)।।।୩୩୦।।।ବହୁତ ଖରାପ
- ବାଗପତ(ଉତ୍ତର ପ୍ରଦେଶ)।।।୩୨୮।।।ବହୁତ ଖରାପ
- ଯମୁନାନଗର(ହରିୟାଣା)।।।୩୨୧।।।ବହୁତ ଖରାପ
- ନୋଏଡା(ଉତ୍ତର ପ୍ରଦେଶ)।।।୩୧୮।।।ବହୁତ ଖରାପ
- ମୁରାଦାବାଦ(ଉତ୍ତର ପ୍ରଦେଶ)।।।୩୦୬।।।ବହୁତ ଖରାପ
- ଭିୱାଡୀ(ରାଜସ୍ଥାନ)।।।୩୦୨।।।ବହୁତ ଖରାପ
କହିରଖୁଛୁ, ମଙ୍ଗଳବାର କଂଗ୍ରେସ ସାଂସଦ କେ। ମୁରଲୀଧରନଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିକଳ୍ପ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେ କହିଥିଲେ ଯେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଚାଷୀଙ୍କୁ ସରକାର ମେସିନ ଯୋଗାଇଦେବେ । ଯାହା ଦ୍ୱାରା ସେମାନେ ପରାଲୀକୁ ଖତରେ ପରିଣତ କରିପାରିବେ । ଏପରି ହେଲେ ବାୟୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଅଣାଯାଇପାରିବ ବୋଲି କହିଥିଲେ କୃଷି ମନ୍ତ୍ରୀ ।
ଆହୁରି ପଢନ୍ତୁ; ଆଜି କେମିତି ରହିଛି ଦିଲ୍ଲୀ ବାୟୁମଣ୍ଡଳ ?
More Stories