Advertisement
Article Detail0/zeeodisha/odisha669393
Zee OdishaOther Newsଶରଜୀଲ ଇମାମ ବିରୋଧରେ ଦେଶଦ୍ରୋହ ମାମଲା, ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ଶରଜୀଲ ଇମାମ ବିରୋଧରେ ଦେଶଦ୍ରୋହ ମାମଲା, ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀରେ ଦଙ୍ଗା ଉସୁକାଇବା ନେଇ ଦେଶଦ୍ରୋହ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଶରଜୀଲ ଇମାମ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ । ଦିଲ୍ଲୀରେ ଦଙ୍ଗା ଉସୁକାଇବା ନେଇ ଦେଶଦ୍ରୋହ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ଗତ ୧୩ ଡିସେମ୍ବର ୨୦୧୯ରେ ଜେଏନୟୁ ଛାତ୍ର ଶରଜୀର ଇମାମ ଦେଶକୁ ଖଣ୍ଡ ଖଣ୍ଡ କରିବାର ବୟାନ ଦେଇଥିଲା । ଶାହୀନବାଗରେ ଏପ୍ରକାର ବୟାନ ଦେଇଥିଲା ଶରଜୀଲ । ଆଉ ଏହା ପରେ ୧୫ ଡିସେମ୍ବରରେ ଜାମିୟା ନଗର ଓ ନ୍ୟୁ ଫ୍ରେଡସ୍ କଲୋନୀରେ ଦଙ୍ଗା ହୋଇଥିଲା । 

ତେବେ ଏହା ପୂର୍ବରୁ ସିଏଏ ବିରୋଧରେ ଦେଶବ୍ୟାପୀ ଉସୁକାଇଲା ପରି ବୟାନ ଦେଇଥିଲା ଅଭିଯୁକ୍ତ ଶରଜୀଲ ଇମାମ(Sharjeel Imam) । କ୍ରାଇମବ୍ରାଞ୍ଚର ପଚରା ଉଚରା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ଚକିତ କରିଥିଲା । ସୂତ୍ର ଅନୁସାରେ, ଉସୁକାଇଲା ପରି ଭାଷଣ ଦେଉଥିବା ଯେଉଁ ଭିଡିଓ ଭାଇରାଲ ହୋଇଥିଲା, ତାହା ଶରଜୀର ନିଜେ ଥିଲା ବୋଲି ସ୍ୱୀକାର ମଧ୍ୟ କରିଥିଲା । ଶରଜୀଲ ଭଲ ଭାବେ ଜାଣିଥିଲା, ସେ ଏପରି ଭାଷଣ ଦେଲେ ପୋଲିସ ତାକୁ ଗିରଫ କରିପାରେ । ଏହା ସତ୍ତ୍ୱେ ମଧ୍ୟ ସେ ଏପରି ଭାଷଣ ଦେଇଥିଲା । 

କ୍ରାଇମବ୍ରାଞ୍ଚକୁ ଶରଜୀଲ ଇମାମ କହିଥିଲା, ଭାରତରେ ମୁସଲମାନଙ୍କ ପ୍ରତି ଯେଉଁପ୍ରକାର ବ୍ୟବହାର କରାହେଉଛି, ତାହା ଅତ୍ୟନ୍ତ କଷ୍ଟଦାୟକ । ତେଣୁ ସେ ଚାହେଁ, ଭାରତ ଏକ ଇସଲାମିକ ରାଷ୍ଟ୍ର ହେଉ । ହିନ୍ଦୁସ୍ଥାନକୁ ନେଇ ଯେ ଶରଜୀଲ ଇମାମ ଭିତରେ ବହୁତ କ୍ରୋଧ ଅଛି, ପଚରା ଉଚରା ସମୟରେ ଏଭଳି କିଛି ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ । 

Add Zee News as a Preferred Source
About the Author