ଶରଜୀଲ ଇମାମ ବିରୋଧରେ ଦେଶଦ୍ରୋହ ମାମଲା, ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ
Advertisement

ଶରଜୀଲ ଇମାମ ବିରୋଧରେ ଦେଶଦ୍ରୋହ ମାମଲା, ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀରେ ଦଙ୍ଗା ଉସୁକାଇବା ନେଇ ଦେଶଦ୍ରୋହ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଶରଜୀଲ ଇମାମ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ । ଦିଲ୍ଲୀରେ ଦଙ୍ଗା ଉସୁକାଇବା ନେଇ ଦେଶଦ୍ରୋହ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ଗତ ୧୩ ଡିସେମ୍ବର ୨୦୧୯ରେ ଜେଏନୟୁ ଛାତ୍ର ଶରଜୀର ଇମାମ ଦେଶକୁ ଖଣ୍ଡ ଖଣ୍ଡ କରିବାର ବୟାନ ଦେଇଥିଲା । ଶାହୀନବାଗରେ ଏପ୍ରକାର ବୟାନ ଦେଇଥିଲା ଶରଜୀଲ । ଆଉ ଏହା ପରେ ୧୫ ଡିସେମ୍ବରରେ ଜାମିୟା ନଗର ଓ ନ୍ୟୁ ଫ୍ରେଡସ୍ କଲୋନୀରେ ଦଙ୍ଗା ହୋଇଥିଲା । 

ତେବେ ଏହା ପୂର୍ବରୁ ସିଏଏ ବିରୋଧରେ ଦେଶବ୍ୟାପୀ ଉସୁକାଇଲା ପରି ବୟାନ ଦେଇଥିଲା ଅଭିଯୁକ୍ତ ଶରଜୀଲ ଇମାମ(Sharjeel Imam) । କ୍ରାଇମବ୍ରାଞ୍ଚର ପଚରା ଉଚରା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ଚକିତ କରିଥିଲା । ସୂତ୍ର ଅନୁସାରେ, ଉସୁକାଇଲା ପରି ଭାଷଣ ଦେଉଥିବା ଯେଉଁ ଭିଡିଓ ଭାଇରାଲ ହୋଇଥିଲା, ତାହା ଶରଜୀର ନିଜେ ଥିଲା ବୋଲି ସ୍ୱୀକାର ମଧ୍ୟ କରିଥିଲା । ଶରଜୀଲ ଭଲ ଭାବେ ଜାଣିଥିଲା, ସେ ଏପରି ଭାଷଣ ଦେଲେ ପୋଲିସ ତାକୁ ଗିରଫ କରିପାରେ । ଏହା ସତ୍ତ୍ୱେ ମଧ୍ୟ ସେ ଏପରି ଭାଷଣ ଦେଇଥିଲା । 

କ୍ରାଇମବ୍ରାଞ୍ଚକୁ ଶରଜୀଲ ଇମାମ କହିଥିଲା, ଭାରତରେ ମୁସଲମାନଙ୍କ ପ୍ରତି ଯେଉଁପ୍ରକାର ବ୍ୟବହାର କରାହେଉଛି, ତାହା ଅତ୍ୟନ୍ତ କଷ୍ଟଦାୟକ । ତେଣୁ ସେ ଚାହେଁ, ଭାରତ ଏକ ଇସଲାମିକ ରାଷ୍ଟ୍ର ହେଉ । ହିନ୍ଦୁସ୍ଥାନକୁ ନେଇ ଯେ ଶରଜୀଲ ଇମାମ ଭିତରେ ବହୁତ କ୍ରୋଧ ଅଛି, ପଚରା ଉଚରା ସମୟରେ ଏଭଳି କିଛି ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ ।