ଦିଲ୍ଲୀ ଦଙ୍ଗା: ଗୁଜବ ପ୍ରଚାର କରିବା ଅଭିଯୋଗରେ ୨୪ ଗିରଫ
Advertisement

ଦିଲ୍ଲୀ ଦଙ୍ଗା: ଗୁଜବ ପ୍ରଚାର କରିବା ଅଭିଯୋଗରେ ୨୪ ଗିରଫ

ଉତ୍ତର ପୂର୍ବ ଦିଲ୍ଲୀ ଅଞ୍ଚଳରେ ଦେଖା ଦେଇଥିବା ଦଙ୍ଗାର ଗୁମର ଖୋଲୁଛି ଏସଆଇଟି। ଦିଲ୍ଲୀ ଦଙ୍ଗାରେ ୪୬ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନହାନୀ ଘଟିଥିବା ବେଳେ ଶତାଧିକ ଲୋକ ବର୍ତ୍ତମାନ ବି ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି। ତେବେ ଦିଲ୍ଲୀର ଦଙ୍ଗା ପରିସ୍ଥିତିକୁ ଅତି ନିକଟରୁ ଦେଖିଥିବା ଲୋକମାନେ ଅଣ୍ଟା ସଳଖି ଛିଡ଼ା ହେବାକୁ ପ୍ରୟାସ ଜାରି ରଖିଛନ୍ତି।  

ଦିଲ୍ଲୀ ଦଙ୍ଗା: ଗୁଜବ ପ୍ରଚାର କରିବା ଅଭିଯୋଗରେ ୨୪ ଗିରଫ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀ ଅଞ୍ଚଳରେ ଦେଖା ଦେଇଥିବା ଦଙ୍ଗାର ଗୁମର ଖୋଲୁଛି ଏସଆଇଟି। ଦିଲ୍ଲୀ ଦଙ୍ଗାରେ ୪୬ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନହାନୀ ଘଟିଥିବା ବେଳେ ଶତାଧିକ ଲୋକ ବର୍ତ୍ତମାନ ବି ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି। ତେବେ ଦିଲ୍ଲୀର ଦଙ୍ଗା ପରିସ୍ଥିତିକୁ ଅତି ନିକଟରୁ ଦେଖିଥିବା ଲୋକମାନେ ଅଣ୍ଟା ସଳଖି ଛିଡ଼ା ହେବାକୁ ପ୍ରୟାସ ଜାରି ରଖିଛନ୍ତି।  

ସେପଟେ ଦଙ୍ଗାକୁ ଏକ ସପ୍ତାହ ପୁରି ନଥିବା ବେଳେ ଗତ ରବିବାର ପୁଣି ଥରେ ଦଙ୍ଗା ପାଇଁ ଉସୁକାଇବା ମାମଲାରେ ପୋଲିସ ପ୍ରାୟ ୨୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ସର୍ବାଧିକ ୨୧ ଜଣଙ୍କୁ ପୂର୍ବ ପଶ୍ଚିମ ଦିଲ୍ଲୀରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସେହିପରି ରୋହିଣୀରୁ ମଧ୍ୟ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମଧ୍ୟ ଦିଲ୍ଲୀରୁ ୨ ଜଣଙ୍କୁ ମିଶାଇ ମୋଟ ୨୪ ଜଣଙ୍କୁ ଗିରଫ କରିଛି ପୋଲିସ।  

ତେବେ ରବିବାର ସନ୍ଧ୍ୟାରେ ବାଟଲା ହାଉସ ନିକଟରେ ମଧ୍ୟ ଦୌଡ଼ାଦୌଡ଼ି ହେବାରୁ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ବିହାରର ଭାଗଲପୁର ଅଞ୍ଚଳର ୩୨ ବର୍ଷୀୟ ହବିବୁଲ୍ଲାହ ବୋଲି ଜଣାପଡ଼ିଛି। ହବିବୁଲ୍ଲାହ ରୋହିଣୀରେ ଦରଜୀ କାମ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି। ମୃତକଙ୍କ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଏମସକୁ ପଠାଯ଼ାଇଛି।  

ସେହିପରି ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଅଲସିଫା ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଦିଲ୍ଲୀ ଦଙ୍ଗାରେ ବର୍ତ୍ତମାନ ସୁଦ୍ଧା ମୋଟ ୪୭ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଶତାଧିକ ଚିକିତ୍ସାରତ ଅଛନ୍ତି।