ଜାମିଆରେ ମେଟ୍ରୋ ବନ୍ଦ
Advertisement
Article Detail0/zeeodisha/odisha612670

ଜାମିଆରେ ମେଟ୍ରୋ ବନ୍ଦ

ସିଏଏକୁ ନେଇ ଦେଶବ୍ୟାପୀ ହିଂସା ଦେଖାଦେଇଥିବା ବେଳେ ପୋଲିସ ପ୍ରଶାସନ ମଧ୍ୟ ପୁରା ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି । ବିଶେଷ କରି ଗତ ରବିବାର ଓ ମଙ୍ଗଳବାର ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାହା ହେଲା, ତାକୁ ନେଇ ଦିଲ୍ଲୀ ପୋଲିସ ଏବେ ବେଶ ଆଲର୍ଟ ରହୁଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ସିଏଏକୁ ନେଇ ଦେଶବ୍ୟାପୀ ହିଂସା ଦେଖାଦେଇଥିବା ବେଳେ ପୋଲିସ ପ୍ରଶାସନ ମଧ୍ୟ ପୁରା ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି । ବିଶେଷ କରି ଗତ ରବିବାର ଓ ମଙ୍ଗଳବାର ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାହା ହେଲା, ତାକୁ ନେଇ ଦିଲ୍ଲୀ ପୋଲିସ ଏବେ ବେଶ ଆଲର୍ଟ ରହୁଛି । ବିକ୍ଷୋଭକାରୀ କେତେବେଳେ ଯେ ଆନ୍ଦୋଳନକୁ ହିଂସାତ୍ମକ କରିବେ, ତାହା ଜାଣିବା ମୁସକିଲ । ଯେଉଁଥିପାଇଁ ସବୁବେଳେ ବିକ୍ଷୋଭକାରୀଙ୍କ ଉପରେ ନଜର ରଖୁଛି ଦିଲ୍ଲୀ ପୋଲିସ । ବିକ୍ଷୋଭ ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଯେପରି କୌଣସି ପ୍ରଭାବ ନପଡେ, ସେ ଉପରେ ଗୁରୁତ୍ୱ ଦିଆଯାଉଛି । 

ଆଜି କିଛି ସମୟ ପାଇଁ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ଏବଂ ଯୋଶଲା ବିହାର ସାହିବ ବାଘ ମେଟ୍ରୋ ଷ୍ଟେସନ ବନ୍ଦ ରହିଥିଲା । ସୁରକ୍ଷା ଦୃଷ୍ଟିରୁ Delhi Metro Rail Corporation (DMRC) ଏଭଳି ନିଷ୍ପତ୍ତି ନେଇଛି । ପରେ ପୁଣିଥରେ ଏହି ଦୁଇ ମେଟ୍ରୋ ଷ୍ଟେସନରେ ଯିବା ଆସିବା ସ୍ୱାଭାବିକ ହୋଇଛି । ଅନ୍ୟପଟେ ସିଏଏକୁ ନେଇ ଦେଖାଦେଇଥିବା ହିଂସା ପରେ ଧିରେ ଧିରେ ସ୍ଥିତି ସ୍ୱଭାବିକ ହେଉଥିବା ଦେଖିବାକୁ ମିଳିଛି । 

 

ଆହୁରି ପଢନ୍ତୁ; ଭାରତ ବନାମ ବିରୋଧ

ବିରୋଧ ଚାଲିଛି, ଆଉ ଅଶାନ୍ତି ବି ବଢ଼ି ଚାଲିଛି । କିନ୍ତୁ ସରକାରଙ୍କ ଦୃଷ୍ଟି ପଡ଼ୁନି । କାହିଁକି ପଡ଼ିବ, ଦୁଇ ଦିନ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଛଘୁଞ୍ଚା ଦିଆଯିବ ନାହିଁ ବୋଲି ସଫା ସଫା କହିଛନ୍ତି । ଲୋକଙ୍କ ବିରୋଧକୁ ଦେଖି ଯଦି ଏବେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ସରକାର ଆଇନକୁ ରଦ୍ଦ କରିଦିଅନ୍ତି ତା'ହେଲେ ସେମାନଙ୍କ ପ୍ରେଷ୍ଟିଜରେ ଆଞ୍ଚ ଆସିବନି କି ? ସର୍ବ ସମ୍ମୁଖରେ ନିଜ ଭୁଲର ସ୍ୱୀକାର କରିଦେଲେ ଏହି ଦୁଇ ନେତାଙ୍କ ଶିରି ଛୋଟ ହୋଇଯିବନି କି ?