କୋରୋନା ନେଲା ତେଲଙ୍ଗାନାରେ ପ୍ରଥମ ମୁଣ୍ଡ
Advertisement
Article Detail0/zeeodisha/odisha660310

କୋରୋନା ନେଲା ତେଲଙ୍ଗାନାରେ ପ୍ରଥମ ମୁଣ୍ଡ

ତେଲଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟ ଛୁଇଁଲା ୬୫

କୋରୋନା ନେଲା ତେଲଙ୍ଗାନାରେ ପ୍ରଥମ ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ସନ୍ଧ୍ୟାରେ କୋରୋନାରେ ତେଲଙ୍ଗାନାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏହା ସହିତ ସମଗ୍ର ଦେଶରେ ମୋଟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ଏହା ସହିତ ତେଲଙ୍ଗାନାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି। ଶନିବାର ମୋଟ ୬ଟି ନୂଆ ମାମଲା ସାମ୍ନାକୁ ଆସିଥିବା ନେଇ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏତାଲା ରାଜେନ୍ଦ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ନେଇ ସେ ସୂଚନା ଦେଇଛନ୍ତି। 

ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୯୩୩ ଜଣଙ୍କ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ସେହିପରି ମୋଟ ୨୧ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୮୪ ଜଣ ସୁସ୍ଥ ହୋଇ ଫେରିଛନ୍ତି। ତମାମ ବିଶ୍ୱରେ ୬୨୦୯୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟ ସଂଖ୍ୟା ୨୮୬୫୩ରେ ପହଞ୍ଚିଛି।