'ଲକ୍ ଡାଉନ ଅମାନ୍ୟ କଲେ ଗୁଳି ମାରିବାକୁ ଦିଆଯିବ ନିର୍ଦ୍ଦେଶ'
Advertisement

'ଲକ୍ ଡାଉନ ଅମାନ୍ୟ କଲେ ଗୁଳି ମାରିବାକୁ ଦିଆଯିବ ନିର୍ଦ୍ଦେଶ'

କୋରୋନା ମୁକାବିଲା କରିବାକୁ ଯାଇ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ମୁକାବିଲା କରିବାକୁ ଯାଇ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ମଧ୍ୟରାତ୍ରୀରୁ ସମଗ୍ର ଦେଶକୁ ଲକ୍ ଡାଉନ କରାଯାଇଛି । ରାଜ୍ୟଗୁଡ଼ିକ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାରି ମଧ୍ୟରେ ଆହୁରି କୋଠୋର ବୟାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଯଦି ବନ୍ଦ ସମୟରେ ଲୋକେ ନିୟମ ଅମାନ୍ୟ କରି ଘରୁ ବାହାରିବେ, ତେବେ ଆମେ ୨୪ ଘଣ୍ଟାର କର୍ଫ୍ୟୁ ସହ ଗୁଳି ମାରିବାକୁ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି କେସିଆର ।