ଜଣେ ୧୧ ବର୍ଷୀୟ କୁନି ଝିଅ କୁମ୍ଭୀର ସହ ସଂଘର୍ଷ କରି ନିଜ ବନ୍ଧୁର ଜୀବନ ବଞ୍ଚାଇ ସାହାସିକତା ଦେଖାଇଛନ୍ତି । ଯାହା ସେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ହେଉଛି ଜିମ୍ବାୱେର ସିଣ୍ଡ୍ରେଲା ଗାଁରେ
Trending Photos
ଅମିତ ମହାନ୍ତି, ଦକ୍ଷିଣ ଆଫ୍ରିକା: ଜିମ୍ବାୱେରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଜଣେ ୧୧ ବର୍ଷୀୟ କୁନି ଝିଅ କୁମ୍ଭୀର ସହ ସଂଘର୍ଷ କରି ନିଜ ବନ୍ଧୁର ଜୀବନ ବଞ୍ଚାଇ ସାହାସିକତା ଦେଖାଇଛନ୍ତି । ଯାହା ସେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ହେଉଛି ଜିମ୍ବାୱେର ସିଣ୍ଡ୍ରେଲା ଗାଁରେ ।
ସୂଚନା ଅନୁଯାୟୀ ୯ ବର୍ଷୀୟ ଝିଅ ଲୋଟାୟା ନିଜ ବନ୍ଧୁ ରେବେକାଙ୍କ ସହ ନିକଟସ୍ଥ ଗାଁ ପୋଖରୀରେ ପହଁରିବାକୁ ଯାଇଥିଲେ । ସେହି ସମୟରେ ଲୋଟାୟାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା । ଶିଶୁଟିକୁ କୁମ୍ଭୀର ଟାଣି ନେଇଯାଉଥିବା ସମୟରେ ୧୧ ବର୍ଷୀୟା ରେବେକା ପରାକ୍ରମ ଦେଖାଇଥିଲା।
ରେବେକା ପ୍ରଥମେ କିଛି ନବୁଝି କୁମ୍ଭୀରର ପିଠି ଉପରକୁ ଡେଇଁପଡିଥିଲା । ତାପରେ ରେବେକା ନିଜ ସାଙ୍ଗ ହାତକୁ ଧରି ପକାଇଥିଲା । କୁମ୍ଭୀରର ଆଖି ଉପରକୁ ଆକ୍ରମଣ କରିଚାଲିଥିଲା । ଏହାପରେ ପରେ କୁମ୍ଭୀରଟି ଲୋଟାୟାକୁ ଛାଡି ଦେଇଥିଲା । ରେବେକା ଗଣମାଧ୍ୟମଙ୍କୁ କହିଛନ୍ତି, ପିଲାଙ୍କ ମଧ୍ୟରେ ମୁଁ ସବୁଠାରୁ ବଡ଼ ଥିଲି, ସେଥିପାଇଁ କୁମ୍ଭୀର ଉପରେ ପାଲଟା ଆକ୍ରମଣ କରିବାକୁ ସାହସ କରିଥିଲି।
ଆକ୍ରମଣ କରିବା ପରେ କୁମ୍ଭୀର ପାଲଟା ଆକ୍ରମଣ କରିନଥିବା କଥା ରେବେକା କହିଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାରେ ରେବେକା ଆହତ ହୋଇନଥିଲେ । ଲୋଟାୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲୋଟାୟା ସାମାନ୍ୟ ଆହତ ହୋଇଥିବା କଥା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଲୋଟାୟାଙ୍କ ପରିବାର ଲୋକେ ରେବେକାଙ୍କ ସାହସିକତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।