ଖସିଲା ସୁନା ଓ ରୂପା ଦର, ଜାଣନ୍ତୁ ନୂଆ ରେଟ୍
Advertisement

ଖସିଲା ସୁନା ଓ ରୂପା ଦର, ଜାଣନ୍ତୁ ନୂଆ ରେଟ୍

ରାଜଧାନୀ ଦିଲ୍ଲୀର ସରାଫା ବଜାରରେ ମଙ୍ଗଳବାର ସୁନାର ମୂଲ୍ୟ ୫୪୮ ଟଙ୍କାକୁ ଖସି ୧୦ ଗ୍ରାମ ପ୍ରତି ୩୮ ହଜାର ୮୫୭ ଟଙ୍କା ହୋଇଛି । ଗତ ଶୁକ୍ରବାର ସୁନା ମୂଲ୍ୟ ୩୯ ହଜାର ୪୦୫ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା ।

ଖସିଲା ସୁନା ଓ ରୂପା ଦର, ଜାଣନ୍ତୁ ନୂଆ ରେଟ୍

ଅମିତ ମହାନ୍ତି, ନୂଆଦିଲ୍ଲୀ: ପର୍ବପର୍ବାଣୀ ସରିଯିବା ମାତ୍ରେ ସୁନା-ରୁପା ମୂଲ୍ୟ ଖସିଯାଇଛି । ରାଜଧାନୀ ଦିଲ୍ଲୀର ସରାଫା ବଜାରରେ ମଙ୍ଗଳବାର ସୁନାର ମୂଲ୍ୟ ୫୪୮ ଟଙ୍କାକୁ ଖସି ୧୦ ଗ୍ରାମ ପ୍ରତି ୩୮ ହଜାର ୮୫୭ ଟଙ୍କା ହୋଇଛି । ଗତ ଶୁକ୍ରବାର ସୁନା ମୂଲ୍ୟ ୩୯ ହଜାର ୪୦୫ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା । 

ସୁନାଦର ହ୍ରାସ ହେବା ସହିତ ରୁପାର ମୂଲ୍ୟରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି  । ରୁପାର ମୂଲ୍ୟ ୧ ହଜାର ୧୯୦ ଟଙ୍କାକୁ ହ୍ରାସ ପାଇ ପ୍ରତି କିଲୋଗ୍ରାମ ୪୭ ହଜାର ୯୦ ଟଙ୍କାକୁ ପହଞ୍ଚିଛି ।  ଶୁକ୍ରବାର  ରୁପାର ମୂଲ୍ୟ ୪୮ ହଜାର ୨୮୦ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା ।  ଦୀପାବଳି ଛୁଟି ପରେ ବୈଷୟିକ ବଜାରରେ ହ୍ରାସ ଯୋଗୁ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୪୮ ଟଙ୍କା ହ୍ରାସ ପାଇଥିଲା । 

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୧ ହଜାର ୪୯୩ ଡଲାର ପ୍ରତି ଆଉନ୍ସ ଏବଂ ରୁପାର ମୂଲ୍ୟ ୧୭.୭୭ ଡଲାର ପ୍ରତି ଆଉନ୍ସ ଥିଲା । ସରାଫା ବଜାର ସହ କମୋଡିଟି ମାର୍କେଟରେ ମଧ୍ୟ ମଙ୍ଗଳବରା ରୁପାର ମୂଲ୍ୟ ୦.୧୯ ପ୍ରତିଶତ ହ୍ରାସ ପାଇ ୪୫ ହଜାର ୯୪୫ ଟଙ୍କା ପ୍ରତି କିଲୋଗ୍ରାମ ରହିଛି । ଏମସିଏକ୍ସରେ ଡିସେମ୍ବର ମାସରେ ଡେଲିଭରି  ଚୁକ୍ତି ୮୯ ଟଙ୍କା ଅର୍ଥାତ୍ ୦.୧୯ ପ୍ରତିଶତ ହ୍ରାସ ସହ ୪୫  ହଜାର ୯୪୫ ଟଙ୍କା ପ୍ରତି କିଲୋଗ୍ରାମ ରହିଗଲା । ଏଥିରେ ୧୦ ହଜାର ୮୦୨ ଲଟ୍ ବ୍ୟବସାୟ ହୋଇଥିଲା ।