ପୁଣି କମିଲା ସୁନା-ରୁପା ଦର, ଜାଣି ନିଅନ୍ତୁ ଆଜିର ରେଟ
Advertisement

ପୁଣି କମିଲା ସୁନା-ରୁପା ଦର, ଜାଣି ନିଅନ୍ତୁ ଆଜିର ରେଟ

ସୋମବାର ସୁନା ଦରରେ ୧୬୬ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୬୦୪ ଟଙ୍କାରେ ପହଞ୍ଚିଛି । 

ପୁଣି କମିଲା ସୁନା-ରୁପା ଦର, ଜାଣି ନିଅନ୍ତୁ ଆଜିର ରେଟ

ନୂଆଦିଲ୍ଲୀ: ପୁଣିଥରେ ସୁନା ଓ ରୁପା ଦରରେ ହ୍ରାସ ଦେଖା ଦେଇଛି । ବିବାହର ସିଜନ ସତ୍ତ୍ୱେ ମୂଲ୍ୟବାନ ଧାତୁର ଦରରେ ବୃଦ୍ଧି ଦେଖା ଯାଉ ନାହି । ଏହାର ମୁଖ୍ୟ କାରଣ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ହ୍ରାସ ଦେଖା ଦେଇଛି । ଏହାସହ ଟଙ୍କା ତୁଳନାରେ ଡଲାର ମୂଲ୍ୟରେ ପରିବର୍ତ୍ତନ ଯୋଗୁଁ କ୍ରମାଗତ ସୁନା ଓ ରୁପାର ଦରରେ ହ୍ରାସ ରେକର୍ଡ କରାଯାଉଛି । ସୋମବାର ସୁନା ଦରରେ ୧୬୬ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୬୦୪ ଟଙ୍କାରେ ପହଞ୍ଚିଛି । 

ଶନିବାର ୧୦ ସୁନାର ମୂଲ୍ୟ ୩୮୭୭୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ସୋମବାର ରୁପା ମୂଲ୍ୟରେ ୪୦୨ ଟଙ୍କାର ହ୍ରାସ ଦେଖା ଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦର ୪୫,୧୭୮ ଟଙ୍କାରେ ପହଞ୍ଚିଛି । 

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଳେଷକ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ହ୍ରାସ ଦେଖା ଦେବାରୁ ଦିଲ୍ଲୀ ହାଜିର ବଜାରରେ ୨୪ କ୍ୟାରେଟ ସୁନାର ଦରରେ ୧୬୬ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ହ୍ରାସ ରେକର୍ଡ କରାଯାଇଛି । ସୁନାର ଦର ୧୪୫୮ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ସେହିପରି ରୁପା ଦର ୧୬.୮୬ ଡଲାର ପ୍ରତି ଆଉନ୍ସ ରହିଛି । ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟିକ ବିବାଦ ଯୋଗୁଁ ବୈଶ୍ୱିକ ସ୍ତରରେ ସୁନା ଓ ରୁପାର ଦାମରେ କ୍ରମାଗତ ହ୍ରାସ ରେକର୍ଡ କରାଯାଉଛି ।