ମତଦାନ ଶେଷ: ସନ୍ଧ୍ୟା ୭ ସୁଦ୍ଧା ମହାରାଷ୍ଟ୍ରରେ ୫୫% ଓ ହରିୟାଣାରେ ୬୩% ମତଦାନ
Advertisement

ମତଦାନ ଶେଷ: ସନ୍ଧ୍ୟା ୭ ସୁଦ୍ଧା ମହାରାଷ୍ଟ୍ରରେ ୫୫% ଓ ହରିୟାଣାରେ ୬୩% ମତଦାନ

ମହାରାଷ୍ଟ୍ରର ୨୮୮ଓ ହରିୟାଣାର ୯୦ଟି ବିଧାନସଭା ଆସନରେ ମତଦାନ ଶେଷ ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ସଂଘ ମୁଖ୍ୟ ମୋହନ ଭାଗବତ ଓ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକାରୀ ନାଗପୁରରୁ ଭୋଟ ଦେଇଛନ୍ତି।  
 ଆଜି ସନ୍ଧ୍ୟା ୭ଟା ବେଳ ସୁଦ୍ଧା ମହାରାଷ୍ଟ୍ରର ୨୮୮ଟି ଆସନରେ ୫୫% ଓ ହରିୟାଣାର ୯୦ଟି ଆସନ ପାଇଁ ୬୩% ମତଦାନ ହୋଇଛି।

  • ମହାରାଷ୍ଟ୍ରର ୨୮୮ ଓ ହରିୟାଣାର ୯୦ଟି ବିଧାନସଭା ଆସନରେ ମତଦାନ ଶେଷ ହୋଇଛି
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ସଂଘ ମୁଖ୍ୟ ମୋହନ ଭାଗବତ ଓ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକାରୀ ନାଗପୁରରୁ ଭୋଟ ଦେଇଛନ୍ତି 
  •  ଆଜି ସନ୍ଧ୍ୟା ୭ଟା ବେଳ ସୁଦ୍ଧା ମହାରାଷ୍ଟ୍ରର ୨୮୮ଟି ଆସନରେ ୫୫% ଓ ହରିୟାଣାର ୯୦ଟି ଆସନ ପାଇଁ ୬୩% ମତଦାନ ହୋଇଛି

Trending Photos

ମତଦାନ ଶେଷ: ସନ୍ଧ୍ୟା ୭ ସୁଦ୍ଧା ମହାରାଷ୍ଟ୍ରରେ ୫୫% ଓ ହରିୟାଣାରେ ୬୩% ମତଦାନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୨୮୮ଓ ହରିୟାଣାର ୯୦ଟି ବିଧାନସଭା ଆସନରେ ମତଦାନ ଶେଷ ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ସଂଘ ମୁଖ୍ୟ ମୋହନ ଭାଗବତ ଓ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକାରୀ ନାଗପୁରରୁ ଭୋଟ ଦେଇଛନ୍ତି।  

ମତଦାନ ଆଜି ସନ୍ଧ୍ୟା ୭ଟା ବେଳ ସୁଦ୍ଧା ମହାରାଷ୍ଟ୍ରର ୨୮୮ଟି ଆସନରେ ୫୫% ଓ ହରିୟାଣାର ୯୦ଟି ଆସନ ପାଇଁ ୬୩% ମତଦାନ ହୋଇଛି। ହରିୟାଣାର ମେଓ୍ବାତ ଜିଲ୍ଲାର ୪ଟି ବୁଥରେ ହିଂସାକାଣ୍ଡ ଘଟିଥିବାର ସୂଚନା ମିଳିଥିଲା। ମହାରାଷ୍ଟ୍ରର ପିପରି ଚିଞ୍ଚଓ୍ବାଡରେ ଶିବସେନା ଓ ରାକପାର ସମର୍ଥକଙ୍କ ଭିତରେ ସଂଘର୍ଷ ଦେଖିବାକୁ ମିଳିଛି।  ବିଜେପି ପୁଣି ଥରେ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ମଧ୍ୟ ଏହି ଦୁଇଟି ରାଜ୍ୟ ଜିତି ନିଜର ମନୋବଳକୁ ଦୃଢ କରିବାକୁ ଉଦ୍ୟମ କରୁଛି । ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିଲା । ସେହିପରି ୧୮ଟି ରାଜ୍ୟରେ ୫୧ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।