Advertisement
Article Detail0/zeeodisha/odisha665552
Zee OdishaOther Newsସଂକଟ ସମୟରେ ସାହା ହେଲା ଭାରତ, ମଜଭୁତ ହେଲା ସମ୍ପର୍କ

ସଂକଟ ସମୟରେ ସାହା ହେଲା ଭାରତ, ମଜଭୁତ ହେଲା ସମ୍ପର୍କ

ବ୍ରାଜିଲ, ଆମେରିକା ସହିତ ମଜଭୁତ ହେଉଛି ଭାରତର ବନ୍ଧୁତ୍ୱ

ସଂକଟ ସମୟରେ ସାହା ହେଲା ଭାରତ, ମଜଭୁତ ହେଲା ସମ୍ପର୍କ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ କୋରୋନାକୁ ନେଇ ଏକ ସଂକଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହାରି ମଧ୍ୟରେ ଭାରତ ଏକାଧିକ ରାଷ୍ଟ୍ରକୁ ସାହା ହୋଇଛି। ଆମେରିକା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଭଲ ନେତା କହିଥିବା ବେଳେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ମୋଦିଙ୍କୁ ହନୁମାନ ସହ ତୁଳନା କରିଛନ୍ତି। ତେବେ ମୋଦିଙ୍କ ଠାରୁ ସାହାଯ୍ୟ ପାଇବା ପରେ ବୋଲସୋନାରୁ ବର୍ତ୍ତମାନ ହିନ୍ଦୁ ପ୍ରେମରେ ପଡ଼ିଯାଇଛନ୍ତି।

ସେ ଏକ ପତ୍ରରେ ଲେଖିଛନ୍ତି କି, ଯେମିତି ହନୁମାନ ଭଗବାନ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ହିମାଳୟରୁ ପବିତ୍ର ବୁଟି ଆଣିଦେଇଥିଲେ ଓ ତାଙ୍କୁ ସୁସ୍ଥ କରିଥିଲେ, ଠିକ ସେହିପରି ଏହି ସଂକଟ ସମୟରେ ବ୍ରାଜିଲ ସହିତ ଭାରତ ଛିଡ଼ା ହୋଇଛି। ଏହି ଦୁଇ ଦେଶ ନିଶ୍ଚିତ ଭାବେ ଏହି କୋରୋନା ଯୁଦ୍ଧରେ ବିଜୟୀ ହେବେ ବୋଲି ବୋଲସୋନାରୁ ଲେଖିଥିଲେ। 

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ବ୍ରାଜିଲରେ ୧୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଥିବା ବେଳେ ୬୮୮ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ତେବେ ବ୍ରାଜିଲ ବର୍ତ୍ତମାନ ଭାରତ ପକ୍ଷରୁ ଆଉ ଏକ ସାହାଯ୍ୟ ଲୋଡ଼ିଛି। ଭାରତ ନିକଟରେ ଏହି କୋରୋନା ସହିତ ଲଢିବା ପାଇଁ ଔଷଧ ମହଜୁଦ ରହିଛି। ଯଦିଓ ଟିକା ବର୍ତ୍ତମାନ ପର୍ଯ୍ୟନ୍ତ କେହି ବାହାର କରିପାରିନାହାନ୍ତି, ତେବେ ଭାରତ ନିକଟରେ ରହିଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବ୍ଲେଟ ଖାଇବା ଦ୍ୱାରା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ କୋରୋନା ରୋଗୀଙ୍କ ମୃତ୍ୟୁର ଆଶା ଖୁବ କମ ହୋଇଥାଏ। 

Add Zee News as a Preferred Source

ତେବେ ସେ ଯାହା ବି ହେଉ, ଏହି ବଟିକାକୁ ପାଇବା ପାଇଁ ଭାରତକୁ ବ୍ରାଜିଲ ମାଗିଛି। ଏହାକୁ ଦେବା ପାଇଁ ମଧ୍ୟ ଭାରତ ସହମତି ପ୍ରକାଶ କରିଛି। ତେବେ ପୂର୍ବରୁ ଏହି ବଟିକାକୁ ରପ୍ତାନି କରିବା ପାଇଁ ଗତ ୨୫ ମାର୍ଚ୍ଚରେ ରୋକ ଲଗାଇଥିଲା। ମାତ୍ର କିଛି ଦିନ ପୂର୍ବରୁ କେସ ଟୁ କେସ ଆଧାରରେ ଏହି ରୋକକୁ ହଟାଇ ଦେଇଛି। ଫଳରେ ଏହି ବଟିକାକୁ ବ୍ରାଜିଲ ପଠାଇବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ରହିଛି। 

ସୂଚନାଯୋଗ୍ୟ ଭାରତ ପ୍ରତି ମାସରେ ୨୦ କୋଟି ହାଇଡ୍ରୋ କ୍ଲୋରୋକୁଇନ ବଟିକା ପ୍ରସ୍ତୁତ କରୁଛି। ଯଦି ଆବଶ୍ୟକ ପଡ଼େ ଏହାର ଉତ୍ପାଦନରେ ମଧ୍ୟ ବୃଦ୍ଧି କରାଯିବ। ସେପଟେ ଭାରତର ଫାର୍ମା କମ୍ପାନୀ ଗୁଡ଼ିକ କହିଛନ୍ତି କି, ଆମ ନିକଟରେ ବର୍ତ୍ତମାନ ପ୍ରତି ମାସରେ ୨୦ କୋଟି ବଟିକା ଉପଲବ୍ଧ ରହୁଛି। ୧୦ କୋଟି ବଟିକା ନିଜ ପାଖରେ ରଖି ଅବଶିଷ୍ଟ ୧୦କୋଟି ବଟିକାକୁ ସମଗ୍ର ବିଶ୍ୱର ଆବଶ୍ୟକତାକୁ ମେଣ୍ଟାଇବାର କ୍ଷମତା ଭାରତ ନିକଟରେ ରହିଛି ବୋଲି ଫାର୍ମା କମ୍ପାନୀ ଗୁଡିକ କହିଛନ୍ତି। 

ଏହି ଫାର୍ମା କମ୍ପାନୀ ଗୁଡ଼ିକର ମୁଖ୍ୟ କାର୍ଯ୍ୟାଳୟ ଗୁଜୁରାଟ ଓ ମହାରାଷ୍ଟ୍ରରେ ରହିଛି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କହିଛନ୍ତି କି, ଗୁଜୁରାଟରେ ସମଗ୍ର ବିଶ୍ୱ ପାଇଁ ଉଦାହରଣ ପାଲଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ବଟିକା ପାଇଁ ଦାବି କରିଥିଲେ। କେନ୍ଦ୍ର ସରକାରଙ୍କ ମଞ୍ଜୁର ମିଳିବା ପରେ ଆମେରିକାର ସହାୟତା କରିବାକୁ ଗୁଜୁରାଟ ପ୍ରସ୍ତୁତ ରହିଛି ବୋଲି ସେ କହିଥିଲେ। 

About the Author