ଦେଶର ପାହାଡ଼ି ଇଲାକାରେ ଏବେ ଏଭଳି ଦୃଶ୍ୟ । ଅତ୍ୟଧିକ ଶୀତ ଆଉ ଚାରିଆଡ଼େ ଖାଲି ବରଫ । ଯେଉଁଆଡ଼େ ଦେଖିବେ ଖାଲି ବରଫ ହିଁ ବରଫ ପାଇବେ । ଏପରି ଦୃଶ୍ୟ ଲୋକଙ୍କ ମନକୁ ରୋମାଞ୍ଚିତ କରିଥାଏ କିନ୍ତୁ ଦେଶର କିଛି ଅଂଶର ଲୋକଙ୍କ ପାଇଁ ଏହା ପାଲଟିଛି ଏକ ବଡ଼ ବିପଦ ।
Trending Photos
ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ଅତ୍ୟଧିକ ଶୀତ ଆଉ ଚାରିଆଡ଼େ ଖାଲି ବରଫ । ଦେଶର ପାହାଡ଼ି ଇଲାକାରେ ଏବେ ଏଭଳି ଦୃଶ୍ୟ । ଯେଉଁଆଡ଼େ ଦେଖିବେ ଖାଲି ବରଫ ହିଁ ବରଫ ପାଇବେ । ଏପରି ଦୃଶ୍ୟ ଲୋକଙ୍କ ମନକୁ ରୋମାଞ୍ଚିତ କରିଥାଏ କିନ୍ତୁ ଦେଶର କିଛି ଅଂଶର ଲୋକଙ୍କ ପାଇଁ ଏହା ପାଲଟିଛି ଏକ ବଡ଼ ବିପଦ । ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଯୋଗୁଁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ରାଜ୍ୟର କୁଲ୍ଲୁ ମନାଲି ଏବଂ ଲାହୋଲ ସ୍ପିତିରେ ଲଗାତାର ବରଫପାତ ଜାରି ରହିଛି । ତାପମାତ୍ରା ମାଇନସ ଶୂନ୍ ଡିଗ୍ରୀ ସେଲସିୟସରେ ପହଞ୍ଚିଯାଇଛି ।
ଅନ୍ୟପଟେ ଏହି ବରଫପାତ ଯୋଗୁଁ ପର୍ଯ୍ୟଟକ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ବରଫରେ ଖୁବ୍ ମଜା ବି ଉଠାଉଛନ୍ତି । ରବିବାର ଦିନ ମନାଲୀରେ ତାପମାତ୍ରା ଶୂନ୍ ଡିଗ୍ରୀ ସେଲସିୟସରେ ପହଞ୍ଚିଯାଇଥିଲା । ହିମାଚଳ ପ୍ରଦେଶର ସବୁଠାରୁ ମନଲୋଭା ପର୍ଯ୍ୟଟନସ୍ଥଳୀ ମନାଲୀରେ ଏବେ ଦୃଶ୍ୟ କିଛି ଅଲଗା । କ୍ରମାଗତ ୩ ଦିନ ଧରି ବରଫପାତ ଯୋଗୁଁ ମନାଲୀର ସୌନ୍ଦର୍ଯ୍ୟ ଦୁଇଗୁଣିତ ହୋଇଯାଇଛି । ସୋଲାଙ୍ଗ ଭେଲୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି । ବରଫ ବର୍ଷାର ଖୁବ୍ ମଜା ବି ନେଉଛନ୍ତି ଲୋକେ ।
ହିମାଚଳ ପ୍ରଦେଶର ଲାହୋଲ ସ୍ପିତିରେ ବରଫପାତ ଯୋଗୁଁ ସବୁ ଇଲାକାରେ ବରଫର ମୋଟା ଚାଦର ଢ଼ାଙ୍କି ହୋଇଯାଇଛି । ବରଫପାତ ଯୋଗୁଁ ମନାଲୀ ଆଉ ଲେହ ହାଇୱେକୁ ବନ୍ଦ କରି ଦିଆଯାଇଛି । ରାସ୍ତାରେ ଜମି ରହିଥିବା ବରଫକୁ ହଟେଇବା କାର୍ଯ୍ୟ ଜାରି ରହିଛି । ଲାହୌନର ଦୁର୍ଗମ୍ୟ ଅଞ୍ଚଳରେ ବରଫପାତ ଯୋଗୁଁ ପାଖାପାଖି ଦୁଇ ଡର୍ଜନ ରାସ୍ତା ବନ୍ଦ ହୋଇପଡ଼ିଛି । ରୋହତାଙ୍ଗରେ କିଛି ବାହନ ଫସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ଥଣ୍ତାର ଆରମ୍ଭ । ସେଥିପାଇଁ ଏବେ ଆପଣ ଘରୁ ବାହାରିଲେ ଗରମ କପଡ଼ା ସାଙ୍ଗରେ ନିଅନ୍ତୁ । ଆଉ ସାବଧାନତା ଅବଲମ୍ବନ କରନ୍ତୁ । ନଚେତ ଆପଣଙ୍କୁ ବିଭିନ୍ନ ସମସ୍ୟା ହୋଇପାରେ ।
ସେପଟେ ୟୁରୋପିଅ ଦେଶରେ ଚାରିଆଡ଼େ ଖାଲି ବରଫ ଆଉ ବରଫର ଦୃଶ୍ୟ ଦେଖିବାକୁ ମିଳୁଛି । ସ୍ପେନର ଅଶ୍ଟେରିୟସ ଇଲାକାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ପ୍ରବଳ ବରଫପାତ ଯୋଗୁଁ ସବୁ କିଛି ହୋଇଯାଇଛି ଧଳା । ଫଳରେ ଏଠାରେ ଗମନାଗମନ ବ୍ୟବସ୍ଥାରେ ବାଧା ଦେଖା ଦେଇଛି ।
Picos de Europa National Parkର Covadonga ହ୍ରଦକୁ ବି ବରଫ ତୋଫାନ ଯୋଗୁଁ ବନ୍ଦ କରାଯାଇଛି । ଯେଉଁଆଡ଼େ ଯିବେ ଖାଲି ଧଳା ଧଳା ହିଁ ଦୃଶ୍ୟ ଦେଖିବାକୁ ପାଇବେ । ରାସ୍ତାଘାଟ, ଗଛ, ବଡ଼ ବଡ଼ ଅଟ୍ଟାଳିକା ସବୁ କିଛି ଢାଙ୍କି ହୋଇଯାଇଛି ବରଫରେ । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏଭଳି ପରିସ୍ଥିତିରେ ଯଦି ବିଜୁଳି କାଟ ହୁଏ । ତେବେ ଚଳିବା କାଠିକର ପାଠ ହୋଇପଡ଼ିବ । କାହିଁକିନା ହିଟର ବିନା ଏଭଳି ଥଣ୍ଡାରୁ ଲୋକେ ରକ୍ଷା ପାଇ ପାରିବେ ନାହିଁ ।
ଉତ୍ତର ଇଲାକାର ଅଶ୍ଟେରିୟସ ଏବଂ ଗୈଲେସିଆରେ ୧୪-୧୫ ନଭେମ୍ବରରେ ଭାରି ବରଫପାତ ହୋଇଥିଲା । ସେବେଠାରୁ ଏଠାକାର ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି । ଘରର ଛାତ ଉପରେ ବହୁ ଉଚ୍ଚାରେ ବରଫ ଜମା ହୋଇରହିଛି । ଜରୁରୀକାଳୀନ ପରିସ୍ଥିତି ପାଇଁ ଲୋକେ ଘରେ ଖାଇବା ପିଇବା ସାମଗ୍ରୀ ମହଜୁତ ରଖିବା ମଧ୍ୟ ଆରମ୍ଭ କରି ସାରିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ କିଛି ଦିନ ପାଇଁ ଏଭଳି ପରିସ୍ଥିତି ଲାଗି ରହିବ । ଆଉ ଲୋକଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ।