ଆସନ୍ତାକାଲି ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ରବିବାର
Advertisement
Article Detail0/zeeodisha/odisha653804

ଆସନ୍ତାକାଲି ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ରବିବାର

ସରସ୍ୱତୀ ଯୋଗ – ବ୍ୟକ୍ତିର କୋଷ୍ଠିରେ ଶୁକ୍ର, ବୁଧ ଓ ବୃହସ୍ପତି ଏହି ତିନି ଶୁଭ ଗ୍ରହ କେନ୍ଦ୍ର ସ୍ଥାନରେ ଅବସ୍ଥାନ କରି ପରସ୍ପର ଦୃଷ୍ଟି ସମ୍ପର୍କ ପାଇଲେ ସରସ୍ୱତୀ ଯୋଗ ସୃଷ୍ଟି ହୁଏ ।

ଆସନ୍ତାକାଲି ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ରବିବାର

ମେଷ- ବ୍ୟସ୍ତତା ଭିତରେ ଦିନ କଟିବ । ଠକାମିର ଶିକାର ହେବେ । କୌଣସି ଦ୍ରବ୍ୟ ହଜି, ଚୋରି ବା ନଷ୍ଟ ହୋଇପାରେ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।

ବୃଷ- ଦାନ ଧର୍ମ ପ୍ରତି ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ପାରିବାରିକ ସୁଖଶାନ୍ତି ଉପଭୋଗ କରିବେ ।

ମିଥୁନ- ପୂଜାର୍ଚ୍ଚନା ପାଇଁ ମନ ବଳାଇବେ । କର୍ତ୍ତବ୍ୟ ନିଷ୍ଠ ହୋଇ ସମସ୍ତ ନ୍ୟସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଦେହ ଓ ମନ ଭଲ ରହିବ । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ଆପଣେଇବେ ।

କର୍କଟ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ଆଶାନୁରୂପକ ହେବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତି ହେବ । ବ୍ୟବସାୟରେ ସଫଳତା ପାଇବେ ।

ସିଂହ- ପରିଶ୍ରମୀ ହେବେ । ଦେହ ଓ ମନ ପ୍ରାୟ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ।

କନ୍ୟା- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମତତ୍ପର ହେବେ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆୟ ଅବ୍ୟାହତ ରହିବ ।

ତୁଳା- ମନ ପ୍ରସନ୍ନ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ନୂତନ ସାମଗ୍ରୀ କ୍ରୟ କରିବେ । ପରିବାରରେ ହର୍ଷଉଲ୍ଲାସରେ ଲାଗି ରହିବ ।

ବିଛା- ସ୍ୱାସ୍ଥ୍ୟ ଅତୁଟ ରହିବ । କର୍ମ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ବ୍ୟାଙ୍କିଙ୍ଗ୍‌, ଇନସୁରାନସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ ।

ଧନୁ- ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦେବ । ଦେହ ଓ ମନ ଭଲ ରହିବ । କାର୍ଯ୍ୟାଳୟରେ କର୍ମଚାପ ବୃଦ୍ଧି ପାଇବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ ।

ମକର- ଦୃଢମନା ହୋଇ ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ମଜ୍‌ଭୁତ ହେବ । ଅ୍ଧବନ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ପରିଲକ୍ଷିତ ହେବ ।

କୁମ୍ଭ- ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବେ । କାର୍ଯ୍ୟାଳୟରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ପାଇବେ । ଆୟ ଆଶାନୁରୂପ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ- ଦିନଟିରେ ଆପଣଙ୍କ କର୍ମତତ୍ପରତା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସଚେତନ ହେବେ । ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ । ନୂତନ ଯୋଜନା ଫଳପ୍ରଦ ହେବ ।

ସରସ୍ୱତୀ ଯୋଗ – ବ୍ୟକ୍ତିର କୋଷ୍ଠିରେ ଶୁକ୍ର, ବୁଧ ଓ ବୃହସ୍ପତି ଏହି ତିନି ଶୁଭ ଗ୍ରହ କେନ୍ଦ୍ର ସ୍ଥାନରେ ଅବସ୍ଥାନ କରି ପରସ୍ପର ଦୃଷ୍ଟି ସମ୍ପର୍କ ପାଇଲେ ସରସ୍ୱତୀ ଯୋଗ ସୃଷ୍ଟି ହୁଏ । ଏ ପ୍ରକାର ବ୍ୟକ୍ତି ପ୍ରଚଣ୍ଡ ଧୀଶକ୍ତିର ଅଧିକାରୀ, ଜ୍ଞାନୀ, ଯଶବନ୍ତ, କିର୍ତ୍ତୀବନ୍ତ, ପଣ୍ଡିତ, ଗୁଣୀ, କ୍ଷମତାଯୁକ୍ତ, ବିଦ୍ୱାନ, ଚରିତ୍ରବାନ, ସୁସାହିତ୍ୟିକ ଏବଂ ଧନୀ ହୁଏ ଏବଂ ସମାଜରେ ପୂଜା ପାଏ ।