'ଧନତେରସ୍'ରେ ରାଶି ଅନୁସାରେ କରନ୍ତୁ ଉପାସନା; ବଦଳିଯାଇପାରେ ଆପଣଙ୍କ ଭାଗ୍ୟ
Advertisement

'ଧନତେରସ୍'ରେ ରାଶି ଅନୁସାରେ କରନ୍ତୁ ଉପାସନା; ବଦଳିଯାଇପାରେ ଆପଣଙ୍କ ଭାଗ୍ୟ

କାଳୀପୂଜା ପୂର୍ବଦିନ ଧନନ୍ଦା ତ୍ରୟୋଦଶୀ ବା ଧନତେରସ୍। ଏହା ଓଡ଼ିଆ ହିନ୍ଦୁ ମାସ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ।ଏହି ପବିତ୍ର ଦିନରେ ନିଜ ରାଶି ଅନୁସାରେ ବିଧି ବିଧାନ ସହ ଉପାସନା କଲେ ସମସ୍ତ ପ୍ରକାର ମନୋସ୍କାମନା ପୂରଣ ହେବାର ବିଶ୍ୱାସ ରହିଛି। 

  • କାଳୀପୂଜା ପୂର୍ବଦିନ ଧନନ୍ଦା ତ୍ରୟୋଦଶୀ ବା ଧନତେରସ୍ ଏହା ଓଡ଼ିଆ ହିନ୍ଦୁ ମାସ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ ଏହି ପବିତ୍ର ଦିନରେ ନିଜ ରାଶି ଅନୁସାରେ ବିଧି ବିଧାନ ସହ ଉପାସନା କଲେ ସମସ୍ତ ପ୍ରକାର ମନୋସ୍କାମନା ପୂରଣ ହେବାର ବିଶ୍ୱାସ ରହିଛି

Trending Photos

'ଧନତେରସ୍'ରେ ରାଶି ଅନୁସାରେ କରନ୍ତୁ ଉପାସନା; ବଦଳିଯାଇପାରେ ଆପଣଙ୍କ ଭାଗ୍ୟ

ପ୍ରଦ୍ୟୁମ୍ନ କୁମାର ମାଝୀ, ଭୁବନେଶ୍ୱର: କାଳୀପୂଜା ପୂର୍ବଦିନ ଧନନ୍ଦା ତ୍ରୟୋଦଶୀ ବା ଧନତେରସ୍। ଏହା ଓଡ଼ିଆ ହିନ୍ଦୁ ମାସ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ। ବିଷ୍ଣୁପୁରାଣ ଅନୁସାରେ ସାଗର ମନ୍ଥନରୁ ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ ଓ ମାତା ଲକ୍ଷ୍ମୀଙ୍କ ସହିତ ଧନନ୍ତରୀ ଜଗତ ମଙ୍ଗଳପାଇଁ ଅମୃତ କଳସୀ ସହ ବାହାରିଥିଲେ। 'ଧନନ୍ତରୀ'  ନାମାନୁସାରେ ମଧ୍ୟ ଏହି ଦିନଟି ନାମିତ କରାଯାଇଛି। ଧନନ୍ତରୀ ହେଉଛନ୍ତି ଆୟୁର୍ବେଦର ଅଧିପତି ଏବଂ ଦେବତାଙ୍କ ବୈଦ୍ୟ। ଏହି ପବିତ୍ର ଦିନରେ ନିଜ ରାଶି ଅନୁସାରେ ବିଧି ବିଧାନ ସହ ଉପାସନା କଲେ ସମସ୍ତ ପ୍ରକାର ମନୋସ୍କାମନା ପୂରଣ ହେବାର ବିଶ୍ୱାସ ରହିଛି। ତେବେ ଜ୍ୟୋତିର୍ବିଦ୍ ଦିନବନ୍ଧୁ ନାୟକ ରାଶି ଅନୁସାରେ ଉପାସନା କରିବାର ବିଧି ସମ୍ପର୍କରେ କହିଛନ୍ତି। ଆସନ୍ତୁ ଜାଣିବା ରାଶି ଅନୁସାରେ ଉପାସନା କରିବାର ବିଧି ସମ୍ପର୍କରେ। 

ମେଷ ରାଶି: ମେଷ ରାଶି ବ୍ୟକ୍ତିବିଶେଷ ଧନତେରସ୍ ଦିନ ଧନନ୍ତରୀଙ୍କ ପୂଜା କରିବା ଆବଶ୍ୟକ। ଏହିଦିନ ଧନନ୍ତରୀଙ୍କୁ ନାଲି ରଙ୍ଗର ଫୁଲ ଓ ନାଲି ମିଠା ଅର୍ପଣ କରନ୍ତୁ। ଏହା ସହିତ ବିଷ୍ଣୁଙ୍କ ମନ୍ତ୍ର ଉଚ୍ଚାରଣ  କରନ୍ତୁ ' ଓଂ ନମୋ ଭଗବତେ ମହାସୁଦର୍ଶନାୟ, ବାସୁଦେବାୟ, ଧନନ୍ତରାୟେଃ ଅମୃତ କଳସା ହସ୍ତାୟ ସର୍ବ ସର୍ବତ୍ର ଭୟ ବିନାଶାୟ, ସର୍ବରୋଗ ନିବାରଣାୟ,ତ୍ରୀଲୋକପତି ତ୍ରୀଲୋକନାଥାୟ ଶ୍ରୀ ମହାବିଷ୍ଣୁ ସ୍ୱରୁପ ଶ୍ରୀ ଧନନ୍ତରୀ ସ୍ବରୂପ ଶ୍ରୀ ଶ୍ରୀ ଔଷଧଚକ୍ରାୟ ନାରାୟଣାୟ ନମଃ'  ମନ୍ତ୍ରକୁ ୧୦୮ଥର, ୫୧ଥର  କିମ୍ୱା ୨୧ଥର ଜପ କରିପାରିବେ।

ବୃଷ ରାଶି: ବୃଷ ରାଶି ବ୍ୟକ୍ତିବିଶେଷ ଧନତେରସ୍ ଦିନରେ ଧନାଧିପତି କୁବେରଙ୍କୁ ଉପାସନା କରନ୍ତୁ । ପୀଢ଼ା ଉପରେ ଶୁକ୍ଳବସ୍ତ୍ର ପକାଇ କୁବେର ଯନ୍ତ୍ର ସ୍ଥାପିତ କରନ୍ତୁ । ଶ୍ୱେତ(ଧଳା) ଫୁଲ ଧଳା ମିଠାଇ ଅର୍ପଣ କରି ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ 'ଓଂ ଯକ୍ଷ୍ୟାୟ କୁବେରାୟ, ବୈଶ୍ୱେବଣାୟ, ଧନ ଧନାଧିପତୟେ ଧନ ଧାନ୍ୟ ସମୃଦ୍ଧି ମେ ଦେହିଦାପୟ ସ୍ୱାହା' । 

ମିଥୁନ ରାଶି: ମିଥୁନ ରାଶି ବ୍ୟକ୍ତିବିଶେଷ ଏହି ଦିନରେ ଗଣେଷ ଓ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଗଣେଷ ମୂର୍ତ୍ତି(ଫଟୋ)ରେ ଦୁବ, ଅତର ଏବଂ ଅଗୁରୁ ଅର୍ପଣ କରି  ଗଣେଷଙ୍କ  ମନ୍ତ୍ର  'ଓଁ  ଗଣ  ଗଣପତୟେ ନମଃ,  ମା ଲକ୍ଷ୍ମୀଙ୍କ ମନ୍ତ୍ର ଓଂ ଶ୍ରୀଂ ଶ୍ରୀଂ ଲକ୍ଷ୍ମୀ ବାସୁଦେବାୟ ନମଃ' ଉଚ୍ଚାରଣ  କରନ୍ତୁ। 

କର୍କଟ ରାଶି: କର୍କଟ ରାଶି ବ୍ୟକ୍ତିବିଶେଷ ଧନନ୍ତରୀ ଙ୍କୁ ପୂଜା କରନ୍ତୁ।  ଧନନ୍ତରୀଙ୍କ ଫଟୋରେ ଗୋଲାପି ଅବିର, ଗୋଲାପି ରଙ୍ଗର ଫୁଲ ଅର୍ପଣ କରି  ପୂଜା ସ୍ଥାନରେ ବସି ' ଓଁ  ରୁଂ ରୁଦ୍ରାୟ ରୋଗ ନାଶାୟ ଧନବନ୍ତାୟୈ  ଫଟ୍ ସ୍ୱାହା' ମନ୍ତ୍ର ଜପ କରନ୍ତୁ। 

ସିଂହ ରାଶି: ସିଂହ ରାଶି ବ୍ୟକ୍ତିବିଶେଷ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ। ଗୋଲାପି ରଙ୍ଗର ଫୁଲ ଓ ଗୋଲାପି ରଙ୍ଗର ମିଠାଇ ଅର୍ପଣ କରି ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ  'ଓଁ  ନମୋ ଭଗବତେ ବାସୁଦେବାୟ ନମଃ' ମନ୍ତ୍ର ଜପ କରନ୍ତୁ ।

କନ୍ୟା ରାଶି: କନ୍ୟା ରାଶି ବ୍ୟକ୍ତିବିଶେଷ କୁବେରଙ୍କୁ  ପୂଜା କରନ୍ତୁ। ମିଠା, ଯେ କୌଣସି ଭୋଗ ଅର୍ପଣ କରି  'ଓଁ ହ୍ରୀଂ ଶ୍ରୀ କ୍ଳିଂ ବିଶ୍ୱେଶ୍ୱରାୟ ନମଃ'ମନ୍ତ୍ର ଜପ କରନ୍ତୁ। 

fallback

ତୁଳା ରାଶି: ତୁଳା ରାଶି ବ୍ୟକ୍ତିବିଶେଷ ମା' ଲକ୍ଷ୍ମୀଙ୍କର ଉପାସନା କରନ୍ତୁ। ପଦ୍ମ ଫୁଲ ସହିତ କ୍ଷୀର ଭୋଗ ଅର୍ପଣ କରି ' ଓଁ  ଶ୍ରୀ ହ୍ରୀଂ କ୍ଳୀଂ ଶ୍ରୀ  ସିଦ୍ଧ ଲକ୍ଷ୍ମୀ ନମଃ'ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ। 

ବିଛା ରାଶି: ବିଛା ରାଶି  ବ୍ୟକ୍ତିବିଶେଷ  ବିଷ୍ଣୁ ଓ ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ।  ଦକ୍ଷିଣାବର୍ତି ଶଙ୍ଖରେ ଗେଣ୍ଡୁଫୁଲ ଓ ଗଙ୍ଗା ଜଳ ଭର୍ତ୍ତି କରି ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ।  'ଓଁ  ନମୋ ଭଗବତେ ବାସୁଦେବାୟ ନମଃ' ମନ୍ତ୍ର ଜପ କରନ୍ତୁ। 

ଧନୁ ରାଶି: ଧନୁ ରାଶି ବ୍ୟକ୍ତିବିଶେଷ ଧନନ୍ତରୀଙ୍କ ପୂଜା କରନ୍ତୁ।  ଗୋଲାପି ରଙ୍ଗର ଫୁଲ ଓ ମିଠା ଅର୍ପଣ କରି  ' ଓଁ  ଧନ୍ୱନ୍ତରାୟେ ନମଃ' ମନ୍ତ୍ର ଜପ କରନ୍ତୁ। 

ମକର ରାଶି: ମକର ରାଶି ବ୍ୟକ୍ତିବିଶେଷ କୁବେରଙ୍କ ଉପାସନା କରନ୍ତୁ । କୁବେରଙ୍କୁ ନିଳ ରଙ୍ଗର ଫୁଲ ଓ ମିଠା ଅର୍ପଣ କରି ଏହି ମନ୍ତ୍ର ଜପ କରନ୍ତୁ 'ଓଂ ବୈଶ୍ରବଣାୟ ସ୍ୱାହାଃ' । 

କୁମ୍ଭ ରାଶି: କୁମ୍ଭ ରାଶି ବ୍ୟକ୍ତିବିଶେଷ ଧନ୍ୱନ୍ତରୀ ଙ୍କ ପୂଜାର୍ଚ୍ଚନା କରନ୍ତୁ । ନାଲି ରଙ୍ଗର ଫୁଲ ଓ ଫଳ ଦେଇ ଏହି ମନ୍ତ୍ର ଜପ କରନ୍ତୁ 'ଓଂ ନମୋ ଭଗବତେ ମହାଶୁଦର୍ଶନାୟ ସର୍ବ ଭୟ ବିନାଶନାୟ ସର୍ବ ରୋଗ ନିବାରଣାୟ, ତ୍ରୈଲୋକେଶ୍ୱରାୟ ତୌଲୋକେନାଥାୟ ଶ୍ରୀ ମହାବିଷ୍ଣୁ ସ୍ୱରୂପ ଶ୍ରୀ ଧନନ୍ତରୀ ସ୍ୱରୂପ ଶ୍ରୀ ଶ୍ରୀ ଶ୍ରୀ ଔଷଧଚକ୍ର ନାରାୟଣ ନମଃ' । 

ମୀନ ରାଶି: ମୀନ ରାଶି ବ୍ୟକ୍ତିବିଶେଷ ଗଣେଷ ଓ ମା' ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଉଭୟଙ୍କୁ ନାଲି ରଙ୍ଗର ଫୁଲ ଓ ଧଳା ରଙ୍ଗର ମିଠା, ଫଳ ଅର୍ପଣ କରି ବା ସହ  କୌଣସି ମନ୍ଦିରରେ ଦୀପ ପ୍ରଦାନ କରନ୍ତୁ ଓ ଏହି ମନ୍ତ୍ର ଜପ କରନ୍ତୁ ' ଓଂ ଗଂ ଗଣପତୟେ ନମଃ'।