ଯୁବା ଦିଶିବାକୁ ଚାହୁଁଥିଲେ ବଦଳାନ୍ତୁ ଏସବୁ ଅଭ୍ୟାସ
Advertisement
Article Detail0/zeeodisha/odisha596068

ଯୁବା ଦିଶିବାକୁ ଚାହୁଁଥିଲେ ବଦଳାନ୍ତୁ ଏସବୁ ଅଭ୍ୟାସ

କିନ୍ତୁ କିଛି ଖରପ ଅଭ୍ୟାସ ଯୋଗୁଁ ଆମେ ବେଳେବେଳେ ନିଜ ବୟସ ଠାରୁ ଅଧିକ ବୟସ୍କ ଦେଖାଯାଇଥାଉ । କିଛି ପ୍ରାକୃତିକ ପଦ୍ଧତି ରହିଛି ଯାହାଦ୍ୱାରା ଶରୀର ଉପରେ ଏହାର ଛାପକୁ କମ୍‌ କରାଯାଇ ପାରିବ ।

ଯୁବା ଦିଶିବାକୁ ଚାହୁଁଥିଲେ ବଦଳାନ୍ତୁ ଏସବୁ ଅଭ୍ୟାସ

ଭୁବନେଶ୍ୱର: ବୟସକୁ ଅଟକାଇବା କାହା ହାତରେ ନାହିଁ । କିନ୍ତୁ କିଛି ଖରପ ଅଭ୍ୟାସ ଯୋଗୁଁ ଆମେ ବେଳେବେଳେ ନିଜ ବୟସ ଠାରୁ ଅଧିକ ବୟସ୍କ ଦେଖାଯାଇଥାଉ । କିଛି ପ୍ରାକୃତିକ ପଦ୍ଧତି ରହିଛି ଯାହାଦ୍ୱାରା ଶରୀର ଉପରେ ଏହାର ଛାପକୁ କମ୍‌ କରାଯାଇ ପାରିବ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଅଭ୍ୟାସ ବନ୍ଦ କଲେ ଆପଣ ପ୍ରକୁତ ବୟସରୁ କମ ଦେଖାଯିବେ ।

fallback 

-  ଆଲ୍‌କହଲ୍‌ (ମଦ)ଓ ଧୂମପାନ ଭଳି କିଛି ଖରାପ ଅଭ୍ୟାସ ଯୋଗୁଁ ଶରୀର ଉପରେ ଅନେକ ପ୍ରକାର ଖରାପ ପ୍ରଭାବ ପଡ଼ିଥାଏ । ଆଲ୍‌କହଲ୍‌  ପିଇବା ଦ୍ୱାରା ପ୍ରିମାଚିଓର୍‌ ରିଙ୍କଲ୍‌ସ, ତ୍ୱଚା ଶୁଖିଲା ଦେଖାଯିବା ଆଦି ସମସ୍ୟା ଦେଖାଦିଏ । ସେହିପରି ଧୂମପାନ ଯୋଗୁଁ କେଶ ଧଳା ହେବା, ଦାନ୍ତ ହଳଦିଆ ହେବା, ଆଖିରେ ସମସ୍ୟା ହୋଇଥାଏ । ତେଣୁ  ଯୁବା ଦେଖାଯିବା ଲାଗି ଏହି ସବୁ  ଅଭ୍ୟାସ ବନ୍ଦ କରନ୍ତୁ ।

fallback 

- ତେଲିଆ ଜିନିଷରେ ଫ୍ୟାଟ୍‌ ଅଧିକ ରହିଥିବା ସହ, ଚିନି ଓ ଅନ୍ୟ ଜିନିଷ ମଧ୍ୟ ରହିଛି ଯାହା ଏଜେଇଙ୍ଗ୍‌ ପ୍ରୋସେସ୍‌କୁ ବଢ଼ାଇଥାଏ । ତେଣୁ ସୁସ୍ଥ ତ୍ୱଚା ପାଇଁ ଏମିତି  ଖାଦ୍ୟ ଯେତେ କମ ଖାଆନ୍ତୁ 

fallback

- ଚଲାବୁଲା କରିବା ପାଇଁ ବା  କୌଣସି କାର୍ଯ୍ୟ କରିବା ପାଇଁ ଅଳସୁଆମି କରୁଥାନ୍ତି । ତେବେ ଏହି ଅଭ୍ୟାସକୁ ଶୀଘ୍ର ବଦଳାନ୍ତୁ  । ଏହି ଅଭ୍ୟାସ  ଆପଣଙ୍କ ବୟସକୁ ଶୀଘ୍ର ବଢ଼ାଇଥାଏ  । ଦୈନିକ ବ୍ୟାୟାମ କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ ଓ ତରୁଣ ଦେଖାଯିବେ। ଶାରୀରିକ ଚଳପ୍ରଚଳ ଯୋଗୁଁ ବୟସ ବଢ଼ିବା ପ୍ରକ୍ରିୟା ଧୀର ହୋଇଥାଏ।