ତାହିରକୁ ନେଇ ଏମିତି କହିଲେ କେଜରିଓ୍ୱାଲ
Advertisement
Article Detail0/zeeodisha/odisha647003

ତାହିରକୁ ନେଇ ଏମିତି କହିଲେ କେଜରିଓ୍ୱାଲ

କଠିନରୁ କଠିନ ଦଣ୍ଡ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ...

ତାହିରକୁ ନେଇ ଏମିତି କହିଲେ କେଜରିଓ୍ୱାଲ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ଦେଖା ଦେଇଥିବା ଦଙ୍ଗାକୁ ନେଇ ମୁଁହ ଖୋଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ । ମୃତାହତମାନଙ୍କ ପାଇଁ ସହାୟତାର ପେଡ଼ି ଖୋଲି ଦେଇଥିବା ବେଳେ ଅଭିଯୁକ୍ତମାନଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ଦାବି  କରିଛନ୍ତି। ତେବେ ଏହି ଦଙ୍ଗାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆପର ପାର୍ଷଦ ତାହିର ହୁସେନଙ୍କୁ ନେଇ କେଜରିଓ୍ୱାଲ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। 

ସୂଚନାଯୋଗ୍ୟ ହିଂସାକାଣ୍ଡରେ ତାହିରଙ୍କ ସାମିଲ ଥିବା ନେଇ ଏକ ଭିଡ଼ିଓ ବେଶ ଭାଇରାଲ ହୋଇଥିଲା। ଯାହାକୁ ନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇ ଉଠିଥିଲା। ଆପକୁ ବିଜେପି ବେଶ କଡ଼ା ସମାଲୋଚନା କରିଥିଲା। ତେବେ ସକାଳେ ତାହିରକୁ ସୁରକ୍ଷା ଦେଉଥିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ କି ଦଙ୍ଗା ଅଞ୍ଚଳରୁ ତାହିରକୁ ପୋଲିସ ଉଦ୍ଧାର କରିଥିଲା। ତାହିର ଘରକୁ କିଛି ଦଙ୍ଗାକାରୀ ପଶିଯିବାରୁ ତାହିର ସେମାନଙ୍କୁ ଏକ ଠେଙ୍ଗା ମାଧ୍ୟମରେ ମାଡ଼ ମାରୁଥିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ। 

ମାତ୍ର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କହିଥିଲେ, ତାହିର ବିରୋଧରେ ଯଦି ପ୍ରମାଣ ମିଳୁଛି ତାକୁ ଗିରଫ କରାଯାଉ। ତାକୁ କଠିନରୁ କଠିନ ଦଣ୍ଡ ଦିଆଯାଉ। ଏପରିକି ପାର୍ଟିର ଅନ୍ୟ କୌଣସି ନେତା କିମ୍ବା କର୍ମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସୁଛି ତାକୁ ମଧ୍ୟ ଦଣ୍ଡିତ କରାଯାଉ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ବୁଧବାର ରାତିରେ ହିଂସାକୁ ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଆପର ପାର୍ଷଦ ତାହିର ହୁସେନ ନିଜ ଘରର ଛାତ ଉପରେ ଦଙ୍ଗାକାରୀଙ୍କ ସହିତ ଏକ ଠେଙ୍ଗା ସହିତ ନଜର ଆସୁଥିବା ଦେଖିବାକୁ ମିଳିଥିଲା। ଛାତ ଉପରେ ଦଙ୍ଗାକାରୀମାନେ ପଥର, ଢେଲା ମାଡ଼ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓରେ କିଛି ଲୋକଙ୍କ କଥା ମଧ୍ୟ ଶୁଣିବାକୁ ମିଳିଥିଲା। ସେମାନଙ୍କ କହିବା ମୁତାବକ ଦେଖ ତାହିର ପିଲାମାନଙ୍କୁ କିପରି ଡାକି ପଥର, ଢେଲା ଜମା କରୁଛି । ରାତି ହେଲେ ଆକ୍ରମଣ କରିବ ବୋଲି ଲୋକମାନେ କହୁଥିବା ଉକ୍ତ ଭିଡ଼ିଓରେ ଶୁଣିବାକୁ ମିଳୁଛି।