ଚେକିଂରେ ଧରାପଡିଲେ, ଭେଁ ଭେଁ ହୋଇ କାନ୍ଦିଲେ ଯୁବତୀ...ଦେଖନ୍ତୁ ଭିଡିଓ
Advertisement

ଚେକିଂରେ ଧରାପଡିଲେ, ଭେଁ ଭେଁ ହୋଇ କାନ୍ଦିଲେ ଯୁବତୀ...ଦେଖନ୍ତୁ ଭିଡିଓ

ଫାଇନ ଭୟରେ ଭେଁ ଭେଁ ହୋଇ କାନ୍ଦିଲେ ଯୁବତୀ... କହିଲେ ଆଗକୁ ଏମିତି ଭୁଲ ହେବ ନାହିଁ

ଚେକିଂରେ ଧରାପଡିଲେ, ଭାଁ ଭାଁ ହୋଇ କାନ୍ଦିଲେ ଯୁବତୀ

ଜଗନ୍ନାଥ ପାତ୍ର, କଟକ: ଜୋରଦାର ହେଉଛି ଗାଡି ଚେକିଂ ପକ୍ରିୟା । ୩ ମାସ କୋହଳ ଥିଲେ ମଧ୍ୟ ବିନା ହେଲମେଟରେ ଗାଡି ଚଲାଇଲେ ଗଣିବାକୁ ପଡୁଛି ଫାଇନ । କିଛି ଫାଇନ ଦେଇ ଯାଉଥିବା ବେଳେ ଆଉ କିଛି ଟ୍ରାଫିକ ପୋଲିସ ନିକଟରେ ରଖିଛନ୍ତି ଅଜବ ଯୁକ୍ତି । କଟକରେ ଚେକିଂ ସମୟରେ ଧରାପଡିଥିଲେ ଯୁବତୀ ଆଉ ଫାଇନ ଭୟରେ ଭାଁ ଭାଁ କାନ୍ଦିଲେ ଯୁବତୀ ଜଣଙ୍କ । 

ହେଲମେଟ ପିନ୍ଧି ନ ଥିବାରୁ ଟ୍ରାଫିକ ପୋଲିସ ଧରିବାରୁ ଯୁବତୀ ଜଣଙ୍କ ପ୍ରତି ଉତ୍ତରରେ କହି ଥିଲେ ଯେ ଶୋଇ ଉଠି ଆସିଥିଲି । ହେଲମେଟ କଥା ମନେ ନାହିଁ । ବେଳେ ବେଳେ ଏମିତି ଭୁଲ ହୋଇଯାଏ । ଥରେ ଭୁଲ ହେଲା ଆଉ ବୁଲ ହେବ ନାହିଁ ଏଥର ଆଗକୁ ହେଲମେଟ ପିନ୍ଧିବି ବୋଲି ଯୁବତୀ ଜଣଙ୍କ କାନ୍ଦି କାନ୍ଦି କହିଥିଲେ ।

 

ଅପର ପକ୍ଷରେ ଯୁବତୀଙ୍କ ଏହି ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ଅନେକ ମଜାଳିଆ ଟ୍ରୋଲ ଚାଲିଛି  କିଛିଦିନ ତଳେ ଜଣେ ବାବାଙ୍କୁ ପୋଲିସ ବିନା ହେଲମେଟରେ ଧରିଥିଲା । ଆଉ ବାବ ଜଣଙ୍କ ମଧ୍ୟ ଅନେକ ଯୁକ୍ତି ବାଢ଼ି  କହିଥିଲେ ଧାରା ମାନିଲେ ରାଧା ମିଳିବ । ଆଉ ଏହା ମଧ୍ୟ କହିଥିଲେ ଯେ ସମସ୍ତଙ୍କ ପାଇଁ ନିୟମ ସମାନ । ତେଣୁ ସେ ମଧ୍ୟ ଫାଇନ ଦେବେ ବୋଲି ଗାଜି ହୋଇଥିଲେ ।