କାଚ ବୋତଲରେ ଶିଳ୍ପୀ ଈଶ୍ୱରଙ୍କ ଯିଶୁଖ୍ରୀଷ୍ଟ କଳାକୃତି
Advertisement
Article Detail0/zeeodisha/odisha615177

କାଚ ବୋତଲରେ ଶିଳ୍ପୀ ଈଶ୍ୱରଙ୍କ ଯିଶୁଖ୍ରୀଷ୍ଟ କଳାକୃତି

ଜଟଣୀ ହାଟବଜାର ଅଞ୍ଚଳର ନିଆରା କଳାକାର ହେଉଛନ୍ତି ଏଲ ଇଶ୍ୱର ରାଓ

କାଚ ବୋତଲରେ ଶିଳ୍ପୀ ଈଶ୍ୱରଙ୍କ ଯିଶୁଖ୍ରୀଷ୍ଟ କଳାକୃତି

ସୂର୍ଯ୍ୟନାରାୟଣ ମହାନ୍ତି, ଖୋର୍ଦ୍ଧା: ଜଟଣୀ ହାଟବଜାର ଅଞ୍ଚଳର ନିଆରା କଳାକାର ହେଉଛନ୍ତି ଏଲ ଇଶ୍ୱର ରାଓ । ତାଙ୍କ କଳା ପାଇଁ ସେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କାଠ ପଥରକୁ ଛୁଇଁଲେ ସେଥିରୁ  ଝଲସି ଉଠେ ସୁନ୍ଦର ସୁନ୍ଦର ମୃର୍ତ୍ତି । ଇଶ୍ୱରଙ୍କ କଳାକୃତି ଏତେ ସୁନ୍ଦର  ଯେ  ତାହାକୁ ଦେଖି  କେହି ବି ଘଡ଼ିଏ ଅଟକି ଯିବ । ଇଶ୍ୱରଙ୍କ ହାତରେ ଯେପରି ଯାଦୁ ରହିଛି । 

fallback
ବୋତଲ ଭିତରେ ବିଭିନ୍ନ କଳାକୃତି କରି ବେଶ ଚର୍ଚ୍ଚାରେ ରହିଥାନ୍ତି । ଏବେ ବଡ଼ଦିନକୁ ଆଖି ଆଗରେ ରଖି ବୋତଲ ମଧ୍ୟରେ ଚର୍ଚ୍ଚ, ଯିଶୁଖ୍ରୀଷ୍ଟ ମୂର୍ତ୍ତି ତିଆରି କରିଛନ୍ତି । ବୋତଲ ମଧ୍ୟରେ ୮ଇଞ୍ଚ  ଲମ୍ବା ଓ ୫ଇଞ୍ଚ  ଚଉଡ଼ାର ଏକ ଚର୍ଚ୍ଚକୁ  ବୋତଲ ମଧ୍ୟରେ ତିଆରି କରିଛନ୍ତି । ଏହାକୁ ନିର୍ମାଣ କରିବାକୁ ୭ ଦିନ ସମୟ ଲାଗିଥିବା ବେଳେ, ମାଟି, ଦିଆସିଲ କାଠି ଓ କାଚ ଖଣ୍ଡକୁ ବ୍ୟବହାର କରି ଏହି କଳାକୃତି କରିଥିବା ଈଶ୍ୱର କହିଛନ୍ତି ।