ଜୟପୁର ବୋମା ବିସ୍ଫୋରଣ ମାମଲା, 4 ଜଣଙ୍କୁ ଫାଶୀ
2008 ମସିହାରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ 4 ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି କୋର୍ଟ। 11 ବର୍ଷର ପୁରୁଣା ଏହି ମାମଲାର ଶୁଣାଣି କରି ଏକ ସ୍ପେଶାଲ କୋର୍ଟ 4 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ସହିତ ଅନ୍ୟ ଜଣଙ୍କୁ ନିର୍ଦ୍ଦୋଶରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଶୁକ୍ରବାର ଏହି ମାମଲାର ଶୁଣାଣି କରି ସ୍ପେଶାଲ କୋର୍ଟ ସରଓ୍ୱର ଆଜମୀ, ମୋହମ୍ମଦ ସୈଫ, ସୈଫୁର ରହମାନ ଏବଂ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ସହିତ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବାଟଲା ହାଉସରେ ଏନକାଉଣ୍ଟରରେ ହତ୍ୟା କରିଥିଲା।
Trending Photos

ଜୟପୁର: 2008 ମସିହାରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ 4 ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି କୋର୍ଟ। 11 ବର୍ଷର ପୁରୁଣା ଏହି ମାମଲାର ଶୁଣାଣି କରି ଏକ ସ୍ପେଶାଲ କୋର୍ଟ 4 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ସହିତ ଅନ୍ୟ ଜଣଙ୍କୁ ନିର୍ଦ୍ଦୋଶରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଶୁକ୍ରବାର ଏହି ମାମଲାର ଶୁଣାଣି କରି ସ୍ପେଶାଲ କୋର୍ଟ ସରଓ୍ୱର ଆଜମୀ, ମୋହମ୍ମଦ ସୈଫ, ସୈଫୁର ରହମାନ ଏବଂ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ସହିତ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବାଟଲା ହାଉସରେ ଏନକାଉଣ୍ଟରରେ ହତ୍ୟା କରିଥିଲା।
ଏଠାରେ କହି ରଖୁଛୁ 2008 ମସିହା ମେ ମାସ 13 ତାରିଖରେ ସହରର 8ଟି ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ପ୍ରାୟ 80 ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ ପ୍ରାୟ 176 ଜଣ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ତେବେ ଏହି ଘଟଣାର ଶୁଣାଣିକୁ କୋର୍ଟ ବିଗତ ଏକ ବର୍ଷ ମଧ୍ୟରେ ଜୋରଦାର କରିଥିଲେ। ଏହି ଶୁଣାଣି ସମୟରେ ପ୍ରାୟ 1 ହଜାର 296 ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିଥିଲା।ଚାରି ଦୋଷୀଙ୍କୁ ଆଇପିସି ଧାରା 302, 307, 324, 326, 120(ବି), 121(ଏ) ଏବଂ 124(ଏ) ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ବ୍ୟତୀତ ବିସ୍ଫୋଟକ ଧାରା 3 ଏବଂ ଆଇନ ବିରୁଦ୍ଧା କାର୍ଯ୍ୟକଳାପ ପାଇଁ ଅଧିନିୟମ ଧାରା 13, 16, 1(ଏ) ଏବଂ 18 ଅନୁଯାଯୀ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ସେହିଭଳି ଆମିକସ କ୍ୟୁରି ସୁରେଶ ବ୍ୟାସ କହିଛନ୍ତି କି, ଏହି ଘଟଣାରେ ଶାହାବାଜ ହୁସେନଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦିଆଯାଇଛି। କାରଣ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇ ପାରିନାହିଁ। ସୂଚନାଯୋଗ୍ୟ ଏହି ବିସ୍ଫୋରଣ ସମ୍ପର୍କରେ ଇମେଲ କରିବାର ଦାଯିତ୍ୱ ଥିବା ନେଇ ଅଭିଯୋଗ ହୋଇଥିଲା।
More Stories