ଦୂର ହେବ କଳିଙ୍ଗନଗର ମୈଥାନ ଇସ୍ପାତ ଶ୍ରମିକ ସମସ୍ୟା
Advertisement

ଦୂର ହେବ କଳିଙ୍ଗନଗର ମୈଥାନ ଇସ୍ପାତ ଶ୍ରମିକ ସମସ୍ୟା

 ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ। ଶ୍ରମିକଙ୍କୁ ମିଳିବ ବକେୟା ପାଉଣା। ବିଗତ କିଛି ମାସ ଧରି କାରଖାନା ର ଶ୍ରମିକ ଓ କର୍ମଚାରୀ ଦରମା ନ ପାଇ ଆନ୍ଦୋଳନ କରିବା ଫଳରେ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଏଭଳି ଅଚଳାବସ୍ଥା ଦୂର ହେବାକୁ ଯାଉଛି। 

  • ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ
  • ଶ୍ରମିକଙ୍କୁ ମିଳିବ ବକେୟା ପାଉଣା
  • ବିଗତ କିଛି ମାସ ଧରି କାରଖାନା ର ଶ୍ରମିକ ଓ କର୍ମଚାରୀ ଦରମା ନ ପାଇ ଆନ୍ଦୋଳନ କରିବା ଫଳରେ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା
  • ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଏଭଳି ଅଚଳାବସ୍ଥା ଦୂର ହେବାକୁ ଯାଉଛି। 

Trending Photos

ଦୂର ହେବ କଳିଙ୍ଗନଗର ମୈଥାନ ଇସ୍ପାତ ଶ୍ରମିକ ସମସ୍ୟା

ଯାଜପୁର: ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ। ଶ୍ରମିକଙ୍କୁ ମିଳିବ ବକେୟା ପାଉଣା। ବିଗତ କିଛି ମାସ ଧରି କାରଖାନା ର ଶ୍ରମିକ ଓ କର୍ମଚାରୀ ଦରମା ନ ପାଇ ଆନ୍ଦୋଳନ କରିବା ଫଳରେ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଏଭଳି ଅଚଳାବସ୍ଥା ଦୂର ହେବାକୁ ଯାଉଛି। ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ କାର୍ଯ୍ୟାଳୟ ପରିସରରେ କାରଖାନା କର୍ତ୍ତୃପକ୍ଷ, ଶ୍ରମିକ ସଂଗଠନ କଳିଙ୍ଗନଗର ମଜଦୁର ୟୁନିଅନ ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। ଶ୍ରମିକ ଓ କର୍ମଚାରୀଙ୍କ ବକେୟା ପାଉଣା କୁ କିସ୍ତି ଆକାରରେ ପଇଠ କରିବାକୁ ରାଜି ହୋଇଛନ୍ତି କମ୍ପାନୀ କର୍ତ୍ତୁପକ୍ଷ ।

ଯାଜପୁର ଜିଲ୍ଲାପ୍ରଶାସନ ହସ୍ତକ୍ଷେପ ଫଳରେ ଦୀର୍ଘଦିନ ଧରି ଲାଗିରହିଥିବା ଶ୍ରମିକ ସମସ୍ୟା ଦୂର ହେବାକୁ ଯାଉଛି। ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ କାର୍ଯ୍ୟାଳୟରେ ମୈଥାନ କମ୍ପାନୀ କର୍ତ୍ତୃପକ୍ଷ,ଶ୍ରମିକ ସଂଗଠନ କଳିଙ୍ଗନଗର ମଜଦୁର ୟୁନିଅନ ମଧ୍ୟରେ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରମିକଙ୍କ ବକେୟା ପାଉଣା ଓ ବୋନସ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା। ଶ୍ରମିକ ୟୁନିଅନ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରପୁଂଲ୍ଲ ଚନ୍ଦ୍ର ଘଡେଇ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
ନିକଟରେ ମୈଥାନ ଇସ୍ପାତ କାରଖାନାକୁ ମେସ୍କୋ ଷ୍ଟିଲ ଅଧିଗ୍ରହଣ କରିଛି। ମାନ୍ଦାବସ୍ଥା ପ୍ରଭାବ ଯୋଗୁଁ କାରଖାନା କୁ କିଛି ମାସ ହେଲା ବନ୍ଦ କରାଯାଇଛି। କାରଖାନାରେ ନୂତନ ପୁଞ୍ଜିଲଗାଣକାରୀ ସଂସ୍ଥା ନିଯୁକ୍ତି ହୋଇଥିବା କାରଖାନାର ନିର୍ଦ୍ଦେଶକ ସିପ୍ରା ସିଂ କହିଛନ୍ତି।  ସେହିପରି କାରଖାନା ଭଲ ସ୍ଥିତିକୁ ଆସିବା ପରେ ଶ୍ରମିକଙ୍କର ସମସ୍ତ ଦାବି ପୂରଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। 

 ଗତ ୧୬ ତାରିଖ ଦିନ କଳିଙ୍ଗନଗର ରାବଣା ଛକ ନିକଟରେ ଶ୍ରମିକ ୟୁନିଅନ ପକ୍ଷରୁ ବକେୟା ପାଉଣା ଦାବି ନେଇ ରାସ୍ତାରୋକ କରାଯାଇଥିଲା। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।