କର୍ତ୍ତାରପୁର କରିଡର ପ୍ରମୋସନାଲ ଭିଡିଓରେ ଆତଙ୍କବାଦୀ
Advertisement

କର୍ତ୍ତାରପୁର କରିଡର ପ୍ରମୋସନାଲ ଭିଡିଓରେ ଆତଙ୍କବାଦୀ

ଆସନ୍ତା ୯ରେ ଟର୍ମିନାଲ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପୁଣି ସାମ୍ନାକୁ ଆସିଲା ପାକିସ୍ତାନର ଷଡଯନ୍ତ୍ର ଽ  କର୍ତ୍ତାରପୁର କରିଡରର ପ୍ରମୋସନାଲ ଭିଡିଓରେ ନବଜୋତ ସିଂହ ସିଦ୍ଧୁଙ୍କ ସହ ଖଲିସ୍ତାନ ସମର୍ଥକଙ୍କୁ ଦେଖିବାକୁ ମିଳିଛି ଽ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଦଘାଟନ ପୂର୍ବରୁ ଡେରା ବାବା ନାନକରେ ଆତଙ୍କବାଦୀ ପ୍ରବେଶ କରିଛନ୍ତି ଽ ଏହା ସହିତ ଭାରତୀୟ ଶ୍ରଦ୍ଧାଳୁଙ୍କୁ ଅନ୍ୟ କୌଣସି ସହାୟତା କରିବ ନାହିଁ ବୋଲି ପାକିସ୍ତାନ ସ୍ପଷ୍ଟ କରିଛି ଽ  ଆସନ୍ତା ୯ ତାରିଖରେ ଭାରତ ପକ୍ଷରୁ ନିର୍ମାଣ ହୋଇଥିବା ଟର୍ମିନାଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଽ ସେପଟେ ସେହି ଦିନ ହିଁ ପାକିସ୍ତାନ ଟର୍ମିନାଲର ଉଦଘାଟନ କରିବେ ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଽ ଦୀର୍ଘ ୭୦ ବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଥିବାବେଳେ ପାକିସ୍ତାନର ଆତଙ୍କବାଦୀ ପ୍ରେମ ଭାରତୀୟ ଶ୍ରଦ୍ଧାଳୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ଽ 

ଭିଡିଓରେ ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିରରେ ୧୯୮୪ରେ ହୋଇଥିବା ଅପରେସନ ବ୍ଲୁ ଷ୍ଟାର ଅପରେସନରେ ନିହତ ୩ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ଽ କର୍ତ୍ତାରପୁରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ରେଫରେଣ୍ଡମ ୨୦ ୨୦ ପୋଷ୍ଟର ମଧ୍ୟ ଲାଗିଛି ଽ ଡେରା ବାବା ନାନକରେ ହିଁ ୯ ତାରିଖରେ କରିଡରର ଉଦଘାଟନ ହେବାକୁ ଯାଉଛି ଽ ଏହାପୂର୍ବରୁ ନାରୋୱାଲ ଜିଲ୍ଲାରେ ଆତଙ୍କବାଦୀଙ୍କ ତାଲିମ କ୍ୟାମ୍ପ ଠାବ କରିଥିଲା ବିଏସଏଫ ଽ କର୍ତ୍ତାରପୁର ସାହିବ କରିଡର ନାରୋୱାଲ ଜଲ୍ଲାରେ ହିଁ ରହିଛି ଽ

କର୍ତ୍ତାରପୁର କରିଡର ଉଦଘାଟନର କ୍ରେଡିଟ ନେବା ପାଇଁ ପଞ୍ଜାବ ସରକାରଙ୍କ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ନେତାମାନେ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି ଽ ଅମୃତସରରେ କର୍ତ୍ତାରପୁର କରିଡର ଖୋଲିବା ପାଇଁ ସ୍ୱାଗତ ପୋଷ୍ଟରରେ କଂଗ୍ରେସର ଜଣେ ବିଧାୟକ, ନବଜୋତ ସିଂହ ସିଦ୍ଧୁଙ୍କ ସହ ଇମ୍ରାନ ଖାନଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି ଽ ହୋଡିଂରେ କର୍ତ୍ତାରପୁକ କରିଡର ଖୋଲିବା ପଛରେ ସିଦ୍ଧୁ ଓ ଇମ୍ରାନଙ୍କ ସର୍ବାଧିକ ଭୂମିକା ଥିବା ଦର୍ଶାଯାଇଛି ଽ ପୋଷ୍ଟରରେ ସିଦ୍ଧୁଙ୍କୁ ସ୍ଥାନ ଦେବା ଉପରେ ଆପତ୍ତି ପ୍ରକାଶ କରିଛି ବିଜେପି ଽ ସିଦ୍ଧୁ ପାକିସ୍ତାନ ସହ ପୂର୍ବରୁ ବନ୍ଧୁତାକୁ ଗୁରୁତ୍ୱ ଦେଉଥିବାବେଳେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ମଧ୍ୟ ସାଥ ଦେଉଥିବାରୁ ଏହାକୁ ବିଜେପି ସମାଲୋଚନା କରିଛି ଽ କର୍ତ୍ତାରପୁର କରିଡର ଉଦଘାଟନ ନେଇ ତାରିଖ ଧାର୍ଯ୍ୟ ହୋଇସାରିଛି ଽ ଆସନ୍ତା ୯ ତାରିଖରେ ଭାରତ ପକ୍ଷରୁ ନିର୍ମାଣ ହୋଇଥିବା ଟର୍ମିନାଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଽ ସେହି ଦିନ ହିଁ ପାକିସ୍ତାନ ଟର୍ମିନାଲର ଉଦଘାଟନ କରିବେ ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଽ