ଜାଣନ୍ତୁ ୨୦୨୦ରେ ନେତାଙ୍କ ଭାଗ୍ୟ, କିପରି କଟିବ ତାଙ୍କର ଦିନ
ରାଜନୈତିକ ବ୍ୟକ୍ତିବିଶେଷଙ୍କ କିପରି କଟିବ ୨୦୨୦ ଜାଣନ୍ତୁ
Trending Photos
)
ଜୀ ଓଡ଼ିଶା: ସରିଲା ୨୦୧୯ । ଆସିଲା ନୂଆବର୍ଷ । ନୂଆବର୍ଷରେ ନୂଆ ଆଶା, ନୂଆ ସଫଳତା ପାଇବାର ଇଚ୍ଛାନେଇ ପାଦ ଥାପିବେ ସମସ୍ତେ । ତେବେ ଆମ ରାଜ୍ୟ ତଥା ଦେଶର ବରିଷ୍ଠ ରାଜନୈତିକ ବ୍ୟକ୍ତିବିଶେଷଙ୍କ କିପରି କଟିବ ୨୦୨୦ ଜାଣନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମୋଦିଙ୍କର ବିଛା ରାଶି । ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୦ ଭଲରେ କଟିବ । ମୋଦିଙ୍କ ପାଇଁ ୨୦୨୦ରେ ରହିଛି ଭ୍ରମଣ ସୁଖ । ମୋଦିଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ରାଜନୀତିରେ ଭଲ ଯୋଗ ରହିଛି ।
ରାହୁଲ ଗାନ୍ଧି
ରାହୁଲ ଗୃହ ବିବାଦର ସାମ୍ନା କରିପାରନ୍ତି । ଶତ୍ରୁଙ୍କୁ ପରାଜିତ କରିବାର ସାମର୍ଥ୍ୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ ରାହୁଲ ଗାନ୍ଧିଙ୍କର । ଗୃହ ବିବାଦର ସାମ୍ନା କରିପାରନ୍ତି । ଦଳର ମୁଖ୍ୟ ଲୋକଙ୍କ ସହ କଥା କଟାକଟି ହୋଇପାରେ । ଦଳୀୟ କନ୍ଦଳର ସାମ୍ନା କରିପାରନ୍ତି ।
ନବୀନ ପଟ୍ଟନାୟକ
ନବୀନଙ୍କର ମିଥୁନ ରାଶି, ଆଦ୍ରା ନକ୍ଷତ୍ର । 2020 ନବୀନଙ୍କ ପାଇଁ ରାଜନୈତିକ ଅଭିବୃଦ୍ଧିର ବର୍ଷ । ନବୀନଙ୍କ ଭାବମୂର୍ତ୍ତି ଲୋକଙ୍କୁ ଆକର୍ଷିତ କରିବ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଗୃହ ଶତ୍ରୁଙ୍କ ଆର୍ବିଭାବ ହୋଇପାରେ ।
ନିଜର ଲୋକପ୍ରିୟତା ବଜାୟ ରଖିବେ ।
ଧର୍ମେନ୍ଦ୍ର ପ୍ରଧାନ
ରାଶି- ତୁଳା, ନକ୍ଷତ୍ର-ବିଶାଖା
ଧର୍ମେନ୍ଦ୍ରଙ୍କ ପାଇଁ ଏହି ବର୍ଷ ପରୀକ୍ଷାର ବର୍ଷ ହେବ । ଫେବୃଆରୀ ଶେଷ ଯାଏଁ ସ୍ଥିତି ଭଲ ରହିବ । ଫେବୃଆରୀ ମାସ ପରଠାରୁ ଧର୍ମେନ୍ଦ୍ରଙ୍କ ପାଇଁ କିଛି ଦଳୀୟ ଶତ୍ରୁ ତିଆରି ହେବେ । ଜୁଲାଇ ମାସ ବେଳକୁ ଜଣେ ମହିଳା ମୁଖ୍ୟ ପ୍ରତିଦ୍ୱନ୍ଦୀ ହୋଇ ରହିବେ ।
ନିରଞ୍ଜନ ପଟ୍ଟନାୟକ
ନିଜ ଦଳରେ ତାଙ୍କ ପତିଆରା ଅକ୍ଷୁର୍ଣ୍ଣ ରହିବ । ସଙ୍ଗଠନ ପ୍ରତି ପ୍ରୟାସ ଜୋର ରହିବ । ଶତ୍ରୁ ମାନେ ମିତ୍ର ହେବେ । ରାଜନୈତିକ ଫାଇଦା ନେଇ ନ ପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କିଛି କଠୋର ଓ ଦୃଢ ନିଷ୍ପତ୍ତି ନେଇ ପାରନ୍ତି ।
More Stories