୨୦୨୦ରେ ଏହି ସବୁ ଦିନ ବ୍ୟାଙ୍କ ରହିବ ବନ୍ଦ ! ଜାଣନ୍ତୁ ପୁରା ଛୁଟି ତାଲିକା
Advertisement
Article Detail0/zeeodisha/odisha616535

୨୦୨୦ରେ ଏହି ସବୁ ଦିନ ବ୍ୟାଙ୍କ ରହିବ ବନ୍ଦ ! ଜାଣନ୍ତୁ ପୁରା ଛୁଟି ତାଲିକା

ଭାରତୀୟ ରିଜର୍ଭ ବ୍ୟାଙ୍କଅଫ ଇଣ୍ଡିଆ (RBI)  ୨୦୨୦ ଲାଗି ଛୁଟି କ୍ୟାଲେଣ୍ଡର ଜାରି କରିଛି 

୨୦୨୦ରେ ଏହି ସବୁ ଦିନ ବ୍ୟାଙ୍କ ରହିବ ବନ୍ଦ ! ଜାଣନ୍ତୁ  ପୁରା ଛୁଟି ତାଲିକା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କଅଫ ଇଣ୍ଡିଆ (RBI)  ୨୦୨୦ ଲାଗି ଛୁଟି କ୍ୟାଲେଣ୍ଡର ଜାରି କରିଛି । ଜାନୁଆରି ୨୬ରୁ ଡିସେମ୍ବର ୨୫ ମଧ୍ୟରେ ବ୍ୟାଙ୍କ କର୍ମଚାରୀମାନେ ଜାତୀୟ ସ୍ତରରେ ପ୍ରାୟ ୧୭ଟି ଛୁଟି ପାଇବେ  । ଏହି ସବୁ ଦିନ ଗୁଡିକରେ ଜାତୀୟକରଣ ସମେତ ଘରୋଇ କ୍ଷେତ୍ରର ବ୍ୟାଙ୍କ ମଧ୍ୟ  ଛୁଟି ରହିବ । ତେବେ ରାଜ୍ୟ ଭିତ୍ତିରେ ଏହି ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଥାଏ  । Negotiable Instruments Act ଅନୁସାରେ ରାଜ୍ୟସରକାର ବ୍ୟାଙ୍କ ଗୁଡ଼ିକର ଛୁଟି ଘୋଷଣା କରୁଥିବାରୁ ଏଥିରେ ଭିନ୍ନତା ରହିଥାଏ । ତେବେ ଆସନ୍ତୁ ଜାଣିବା ଛୁଟି ଦିବସ ସମ୍ପର୍କରେ 

 ବ୍ୟାଙ୍କ ଛୁଟି ଦିବସ ଗୁଡିକ ନିମ୍ନରେ ପ୍ରଦାନ କରାଗଲା 

  1. ଜାନୁଆରୀ ୨୬  (ରବିବାର) : ଗଣତନ୍ତ୍ର ଦିବସ 
  2. ଫେବୁଆରି ୨୧ ( ଶୁକ୍ରବାର ): ମହାଶିବରାତ୍ରି 
  3. ମାର୍ଚ୍ଚ ୧୦ ( ମଙ୍ଗଳବାର):  ହୋଲି 
  4. ଏପ୍ରିଲ ୨( ଗୁରୁବାର) : ରାମନବମୀ 
  5. ଏପ୍ରିଲ ୧୦( ଶୁକ୍ରବାର): ଗୁଡ଼ ଫ୍ରାଇଡେ 
  6. ଏପ୍ରିଲ ୧୪ ( ମଙ୍ଗଳବାର) : ଆମ୍ବେଦକର ଜୟନ୍ତୀ 
  7. ମେ ୨୫ ( ସୋମବାର ) : ଇଦ ଉଲ ଫିତର 
  8. ଅଗଷ୍ଟ ୧( ଶନିବାର ) : ଇଦ-ଅଲ-ଅଦା
  9. ଅଗଷ୍ଟ ୧୧ ( ମଙ୍ଗଳବାର) : ଜନ୍ମାଷ୍ଟମୀ 
  10. ଅଗଷ୍ଟ ୧୫ ( ଶନିବାର) : ସାଧାରଣତନ୍ତ୍ର ଦିବସ 
  11. ଅଗଷ୍ଟ ୩୦( ରବିବାର) : ମହରମ 
  12. ଅକ୍ଟୋବର ୨ ( ଶୁକ୍ରବାର) : ଗାନ୍ଧୀ ଜୟନ୍ତୀ 
  13. ଅକ୍ଟୋବର ୨୬ ( ସୋମବାର ) : ଦଶହରା
  14. ଅକ୍ଟୋବର ୩୦( ଶୁକ୍ରବାର ) ଇଦ ଉଲ ମିଲାଦ  
  15. ନଭେମ୍ବର ୧୪ ( ଶନିବାର ) : ଦୀପାବଳି 
  16. ନଭେମ୍ବର ୩୦( ସୋମବାର) ଗୁରୁ ନାନକ ଜୟନ୍ତୀ 
  17. ଡ଼ିସେମ୍ବର ୨୫ ( ଶନିବାର ) କ୍ରିସମାସ