କମିବାର ନାଁ ନେଉନି ଦିଲ୍ଲୀ ପ୍ରଦୂଷଣ
Advertisement
Article Detail0/zeeodisha/odisha597322

କମିବାର ନାଁ ନେଉନି ଦିଲ୍ଲୀ ପ୍ରଦୂଷଣ

ପ୍ରଦୂଷଣକୁ ନେଇ ଚିନ୍ତା । ପୁଣି ବଢିଲା ଏକ୍ୟୁଆଇ । ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହଜ ହେଉନି । ଆଜି ଲୋଧି ରୋଡରେ ଏକ୍ୟୁଆଇ ୫ଶହ ରହିଛି । ପରିବେଶ ହୋଇଯାଇଛି ସମ୍ପୂର୍ଣ୍ଣ ବିଷାକ୍ତ । ଦିଲ୍ଲୀର ଚାନ୍ଦିନୀଚୌକ ଏବଂ ନୋଏଡାରେ ବି ସମାନ ସ୍ଥିତି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ଚିନ୍ତା । ପୁଣି ବଢିଲା ଏକ୍ୟୁଆଇ । ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହଜ ହେଉନି । ଆଜି ଲୋଧି ରୋଡରେ ଏକ୍ୟୁଆଇ ୫ଶହ ରହିଛି । ପରିବେଶ ହୋଇଯାଇଛି ସମ୍ପୂର୍ଣ୍ଣ ବିଷାକ୍ତ । ଦିଲ୍ଲୀର ଚାନ୍ଦିନୀଚୌକ ଏବଂ ନୋଏଡାରେ ବି ସମାନ ସ୍ଥିତି । 

ଦିଲ୍ଲୀରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଲୋକଙ୍କୁ ପ୍ରବଳ ଅସୁବିଧା ହେଉଛି । ଧୂଳି ଧୂଆଁ ଦିଲ୍ଲୀର ଆଖପାଖ ଅନେକ ଅଞ୍ଚଳରେ ବ୍ୟାପିଯାଇଛି, ଯେଉଁଆଡ଼େ ଦେଖ ଖାଲି ଧୂଳି ଓ ଧୂଆଁ । ପାଣିପାଗ ବିଭାଗର ସୂଚନା ମୁତାବିକ ଦିଲ୍ଲୀ ଏନସିଆରରେ କିଛିଦିନ ଧରି ଏଭଳି ପ୍ରଦୂଷଣ ଜାରି ରହିବ ।

fallback

ଅନ୍ୟପଟେ ହରିଆଣା ଏବଂ ପଞ୍ଚାବରେ ମଧ୍ୟ ପ୍ରଦୂଷଣ ମାତ୍ରା ଖୁବ ବଢିଛି । କିଛି ଦିନ ପୂର୍ବରୁ ଆମେରିକୀୟ ସ୍ପେସ ଏଜେନ୍ସି NASA ସାଟେଲାଇଟ ଜରିଆରେ ଏ ନେଇ ଚିତ୍ର ପଠାଇଥିଲା, ଏଥିରେ ସଫା ସଫା ଦେଖାଯାଉଛି କିଭଳି ଅବସ୍ଥା ଦିନକୁ ଦିନ ବେଶ ଖରାପ ହେବାରେ ଲାଗିଛି । ସେପଟେ ଏଭଳି ପ୍ରଦୂଷଣ ନେଇ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ହଇରାଣରେ ପଡିଯାଇଛନ୍ତି । ଏ ବର୍ଷ ଦିୱାଲୀ ପରେ ଦିଲ୍ଲୀ ଏନସିଆରର ପବନ ଯେମିତି ପାଲଟି ଯାଇଛି ବିଷାକ୍ତ, ଅନେକ ଲୋକେ ଏହି ବିଷାକ୍ତ ପ୍ରଦୂଷଣର ଶିକାର ହେଉଛନ୍ତି । ଚାନ୍ଦୀନିଚୌକର ଅବସ୍ଥା ଏବେ ବେହାଲ । ସେଠାରେ ଲୋକେ ନିଶ୍ୱାସ ନେବାରେ ଖୁବ କଷ୍ଟ ଅନୁଭବ କରୁଛନ୍ତି । ଅନେକ  ଲୋକଙ୍କୁ ଖରାପ ପାଗ କାରଣରୁ ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଖୁବ ଅସୁବିଧାର ସମ୍ମୁଖିନ ହେଉଛନ୍ତି । 

ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ଏଭଳି ବଢିବାରେ ଲାଗିଛି ଯାହା ପୂର୍ବ କିଛି ବର୍ଷ ତୁଳନାରେ ଖୁବ ଅଧିକ । ତେବେ ୨୦୧୮ରେ ଏକ୍ୟୁଆଇ ସର୍ବନିମ୍ନ ୬୯ ରହିଥିବା ବେଳେ ସର୍ବାଧିକ ଏକ ହଜାର ୬୦ ରେକର୍ଡ ହୋଇଥିଲା । ଏଭଳି ପରିସ୍ଥିତି ଆଗକୁ ଜାରି ରହିଲେ ମଣିଷ ଜୀବନ  ବିପଦପୂର୍ଣ୍ଣ ପାଲଟି ଯିବ । ତେଣୁ ଏଭଳି ପରିସ୍ଥିତିରେ ଏବେଠାରୁ ସତର୍କ ଏବଂ ସାବଧାନ ହେବାର ଦରକାର ।