TikTokର ଜଲୱା, ଭିଡିଓ ପରେ ଏବେ ଗୀତ ବଜାରକୁ କବ୍ଜା !
Advertisement

TikTokର ଜଲୱା, ଭିଡିଓ ପରେ ଏବେ ଗୀତ ବଜାରକୁ କବ୍ଜା !

ମନରଞ୍ଜନ କ୍ଷେତ୍ରରେ ନିଜର ଆଧିପତ୍ୟ ଜମାଇବାକୁ ଚାଲିଛି କମ୍ପିଟିସନ୍ । କମ୍ପାନୀ ଗୁଡ଼ିକ ନିଜର ନୂଆ ଟେକନିକ୍ ପ୍ରୟୋଗ କରି କିପରି କୋଟି କୋଟି ଦର୍ଶକଙ୍କ ପାଖରେ ପହଞ୍ଚିପାରିବେ ସେ ନେଇ ଚଳାଇଛନ୍ତି ପ୍ରୟାସ । ଏହାସହ ଲୋକଙ୍କୁ

ପ୍ରତୀକାତ୍ମକ ଫଟୋ

ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: ମନରଞ୍ଜନ କ୍ଷେତ୍ରରେ ନିଜର ଆଧିପତ୍ୟ ଜମାଇବାକୁ ଚାଲିଛି କମ୍ପିଟିସନ୍ । କମ୍ପାନୀ ଗୁଡ଼ିକ ନିଜର ନୂଆ ଟେକନିକ୍ ପ୍ରୟୋଗ କରି କିପରି କୋଟି କୋଟି ଦର୍ଶକଙ୍କ ପାଖରେ ପହଞ୍ଚିପାରିବେ ସେ ନେଇ ଚଳାଇଛନ୍ତି ପ୍ରୟାସ । ଏହାସହ ଲୋକଙ୍କୁ
ମନରଞ୍ଜନର ବିକଳ୍ପ ଦେବା ପାଇଁ ସବୁବେଳେ ପ୍ରୟାସ ଚଳାଇଛନ୍ତି । କାରଣ ଏହା ବଡ ବଜାର ସୃଷ୍ଟି କରିଥାଏ । ଏବେ ନେଟଫ୍ଲିକ୍ସ ପରେ ମାର୍କେଟରେ ଟିକ୍ ଟକ୍ ମ୍ୟୁଜିକ୍ ଧୁମ୍ ମଚାଇଛି ।

ମନରଞ୍ଜନ ଦୁନିଆରେ ଫିଲ୍ମ ଷ୍ଟ୍ରିମିଙ୍ଗ୍ ପରେ ଏବେ ମ୍ୟୁଜିକ୍ ଷ୍ଟ୍ରିମିଙ୍ଗର ସୁବିଧା ମିଳିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଆପଣମାନେ ନେଟଫ୍ଲିକ୍ସ ଉପରେ ଷ୍ଟ୍ରିମିଙ୍ଗ୍ ବିଷୟରେ ଦେଖିଥିବେ ଆଉ ଶୁଣିଥିବେ । କିନ୍ତୁ ଟିକ୍ ଟକ୍ ମାଲିକ ମ୍ୟୁଜିକ୍ ଦୁନିଆରେ ଏଣ୍ଟ୍ରି ମାରିବେ ।

ମ୍ୟୁଜିକର ଚାହିଦା ବଢୁଥିବା ବେଳେ ଚାଇନିଜ୍ କମ୍ପାନୀ ଟିକ୍ ଟକ୍ ୟୁନିଭରସାଲ୍ ମ୍ୟୁଜିକ୍, ସୋନି ମ୍ୟୁଜିକ୍, ଭରନାର୍ ମ୍ୟୁଜିକ୍ ସହ କଥା ହୋଇଛି । କଥାବାର୍ତ୍ତାରେ ଗ୍ଲୋବାଲ୍ ଲାଇସେନ୍ସସିଂ ରାଇଟ୍ସ ଉପରେ ଆଲୋଚନା ହୋଇଥିଲା । ମାତ୍ର ପୂର୍ବରୁ ମ୍ୟୁଜିକ୍ ଷ୍ଟିମିଙ୍ଗ୍ ମଇଦାନରେ 'ସ୍ପୋଟିଫାଏ' ନାମରେ ଏକ ଆପ୍ ରହିଛି । କିନ୍ତୁ ବର୍ତ୍ତମାନ ସଙ୍ଗୀତ ବଜାରରେ ଟିକ୍ ଟକ୍ ଆସିବାରୁ 'ସ୍ପୋଟିଫାଏ' କୁ ବେଶ୍ ଚ୍ୟାଲେଞ୍ଜ୍ କରିଛି ।

ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ୍ ଆପ୍ ର ନାଁ କଣ ହେବ ?

ଟିକ୍ ଟକ୍ ମାଲିକାନା କମ୍ପାନୀ ନାମ ବେଜିଙ୍ଗ୍ ବାଇଟ୍ ବେନ୍ସ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ୍ । କିନ୍ତୁ ବର୍ତ୍ତାମନର ଟିକ୍ ଟକ୍ ମାଲିକାନ କମ୍ପାନୀ ଏବଂ ମ୍ୟୁଜିକ୍ ଆପ୍ କଣ ରହିଛି, ତାହା ଲୁକାଇତ ରହିଛି । ଆସନ୍ତା ମାସରେ ଟିକ୍ ଟକ୍ ମ୍ୟୁଜିକ୍ ଲଞ୍ଚ୍ ସମୟରେ ଏହି ନାମ ପ୍ରକାଶ ପାଇବ ।

ତେବେ ନୂଆ ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ୍ ଆପର ସବ୍ ସ୍କ୍ରାଇବର ସଂଖ୍ୟା ବଢିବାରେ ଲାଗିଛି । ହେଲେ ଏବେ ଗ୍ରାହକ ମେମ୍ବର ହେବା ପାଇଁ ହେଲେ କଣ ଅର୍ଥ ରାଷି ଦେବାକୁ ପଡିବ ସେ ନେଇ ଏଯାଏ କୌଣସି ନିଷ୍ପତ୍ତି ହୋଇନାହିଁ । ଏବେ କମ୍ପାନୀ ତାର ଫୋକସ୍ ଆମେରିକା ବଜାର ଉପରେ ରଖିଛି ।

ମନୋରଞ୍ଜନ ଉଦ୍ୟେଗ ଉପରେ କବ୍ଜା ବନାଇ ରଖିଛି ଟିକ୍ ଟକ୍ । କମ୍ପାନୀ ଗୁଡ଼ିକ ନୂଆ ଟେକ୍ ନିକ୍ ପ୍ରୟୋଗ କରି ନିଜର ସ୍ଥାୟିତ୍ୱ ବଜାୟ ରଖିବାରେ ପୁରା ପ୍ରୟାସ ଚଳାଇଛନ୍ତି । ନୂଆ ଟେକନିକ୍ ଦ୍ୱାରା କୋଟି କୋଟି ଲୋକଙ୍କୁ ନିଜ କବ୍ଜାରେ ରଖିଛି କମ୍ପାନୀ । ତେବେ ଭାରତରେ ଟିକ୍ ଟକକୁ ଲୋକେ ଆଗରୁ ଜାଣିଛନ୍ତି । କିନ୍ତୁ ଏହା ବଜାରକୁ ଆସିଲେ 'ସାବନ' ନାମକ ମ୍ୟୁଜିକ୍ ଆପକୁ କଡ଼ା ଟକ୍କର ଦେବ । ଷ୍ଟ୍ରିମିଙ୍ଗ୍ ଏକ ଏମିତି ଟେକ୍ ନିକ୍ ଯାହାକୁ ବ୍ୟବହାର କରି କଣ୍ଟେଣ୍ଟକୁ କମ୍ପ୍ୟୁଟର, ମୋବାଇନ୍ ଓ ନେଟ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହୋଇଥାଏ ।