କୋରୋନା ଏକ୍ସପ୍ରେସରେ ପଶ୍ଚିମବଙ୍ଗରୁ ପଳାୟନ କରିବେ ମମତା ବାନାର୍ଜୀ: ଅମିତ ଶାହ
Advertisement
Article Detail0/zeeodisha/odisha693423

କୋରୋନା ଏକ୍ସପ୍ରେସରେ ପଶ୍ଚିମବଙ୍ଗରୁ ପଳାୟନ କରିବେ ମମତା ବାନାର୍ଜୀ: ଅମିତ ଶାହ

ଶ୍ରମିକ ସ୍ପେଶାଲ ଟ୍ରେନକୁ କୋରୋନ ଏକ୍ସପ୍ରେସ କହିବାକୁ ନେଇ  ଟିଏମସି ମୁଖିଆଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ  ଶାହ|  

କୋରୋନା ଏକ୍ସପ୍ରେସରେ ପଶ୍ଚିମବଙ୍ଗରୁ ପଳାୟନ କରିବେ ମମତା ବାନାର୍ଜୀ: ଅମିତ ଶାହ

ନୂଆଦିଲ୍ଲୀ: ମଙ୍ଗଳବାର ପଶ୍ଚିମବଙ୍ଗର ପ୍ରଥମ ଭର୍ଚ୍ୟୁଆଲ ରାଲିକୁ ସମ୍ବୋଧନ କରିବା ପୂର୍ବରୁ ବଙ୍ଗଳାର ପବିତ୍ର ଭୂମିକୁ ପ୍ରଣାମ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | କୋରୋନା ସମୟରେ ଜନସମ୍ବାଦ ପାଇଁ ରାସ୍ତା ଖୋଜୁଥିବା ନେଇ ଜଣାଇଛନ୍ତି ସେ | ରାଜ୍ୟରେ ଦଳର ଗଠନରେ ବିଜେପି କର୍ମୀଙ୍କ ବଳିଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ମତ ରଖିଛନ୍ତି ସେ |  

ଜନସମ୍ବାଦ ରାଲିକୁ  ସମ୍ବୋଧନ କରିବା ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶାହ କହିଛନ୍ତି, 'ବିଜେପି ସୁନାର ଏବଂ ସଂସ୍କାରୀ ବଙ୍ଗଳା ନିର୍ମାଣ କରିବାକୁ ଚାହୁଁଛି | ବଙ୍ଗଳାବାସୀଙ୍କୁ ପିଏମ ମୋଦିଙ୍କ ସମର୍ଥନ ରହିଛି | ବିଗତ ୬ ବର୍ଷରେ ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିଯାଇଛି | 

କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ନକରିବାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଶାହ | ଏନେଇ ସେ କହିଛନ୍ତି, 'ମମତା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ବଙ୍ଗଳାରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଉନାହାଁନ୍ତି | ଗରିବ ଲୋକେ ମାଗଣା ଚିକିତ୍ସାର ସୁବିଧା ବଞ୍ଚିତ ହୋଇଛନ୍ତି | ଦିଲ୍ଲୀର କେଜ୍ରିୱାଲ ସରକାର ଏହି ଯୋଜନାକୁ ଗ୍ରହଣ କରିଛନ୍ତି, ହେଲେ ଟିଏମସି ସରକାର ତାହା କରିନାହାଁନ୍ତି | ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଦେଶର ଗରିବ ଶ୍ରେଣୀର ଲୋକେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି |

ଟିଏମସି ମୁଖିଆଙ୍କୁ କଟାକ୍ଷ କରି ସେ କହିଥିଲେ, 'ମମତା ଦିଦି  ଆପଣ ଆମ ହିସାବ ମାଗୁଛ | ମୁଁ ଏହାକୁ ନେଇ ଆସିଛି | ଆପଣ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରି ତୁମର ସରକାରର ହିସାବ ଦିଅ | ବୋମା ବିସ୍ଫୋରଣ କିମ୍ବା କାରଖାନା ବନ୍ଦ ହେବାର ସଂଖ୍ୟା କିମ୍ବା ହତ୍ୟା କରାଯାଇଥିବା ବିଜେପି କର୍ମକର୍ତ୍ତାଙ୍କ ସଂଖ୍ୟା କହିବ ନାହିଁ | 

 ଗୃହମନ୍ତ୍ରୀ ଶାହା ଆହୁରି ମଧ୍ୟ କହିଛନ୍ତି, 'ମମତା ଦିଦି ଶ୍ରମିକଙ୍କୁ ଅପମାନିତ କରିଛନ୍ତି | ଆପଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରେନକୁ 'କରୋନା ଏକ୍ସପ୍ରେସ' ବୋଲି କହିଛି, ହେଲେ ଏହା ତାଙ୍କୁ ରାଜ୍ୟରୁ କ୍ଷମତାରୁ ବାହାର କରିବ | ଆପଣ ଶ୍ରମିକଙ୍କ କ୍ଷତ ଉପରେ ଲୁଣ ଛିଞ୍ଚୁଛନ୍ତି ଏବଂ ସେମାନେ ଏହି ଅପମାନକୁ ଭୁଲି ପାରିବେ ନାହିଁ | ଯେଉଁ ବଙ୍ଗଳାରେ ରବୀନ୍ଦ୍ର ସଂଗୀତର ସଙ୍ଗୀତ ଶୁଣୁଥିବା ସେଠାରେ ଆଜି ବୋମା ବିସ୍ଫୋରଣରେ କମ୍ପିତ ହୋଇଛି | ଗୁଳିମାଡର ଶବ୍ଦ, ହତ୍ୟା ଏବଂ ଲୋକଙ୍କ ଚିତ୍କାରରେ ପରିବେଶ କମ୍ପି ଉଠୁଛି | ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ଅନେକ ପରିମାଣର କ୍ଷତି ହୋଇ |