ବ୍ୟାଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ; ଭିଡିଓ ଭାଇରାଲ
Advertisement

ବ୍ୟାଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ; ଭିଡିଓ ଭାଇରାଲ

 ଅନେକ ଏହାର ଫୋଟୋ, ଭିଡିଓ ଉଠାଇ ଏହାକୁ ଭାଇରାଲ କରିଥିଲେ ମଧ୍ୟ କେହିବି ତାଙ୍କୁ ଅଟକାଇବାକୁ ପ୍ରୟାସ କରିନଥିଲେ ।

 ବ୍ୟାଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ; ଭିଡିଓ ଭାଇରାଲ

ସୁନ୍ଦରଗଡ: ପୁଣି ଚର୍ଚ୍ଚାରେ ସୁନ୍ଦରଗଡ ଜିଲ୍ଲା । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଡୁଡୁକା ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ସର୍ବ ସମ୍ମୁଖରେ ବ୍ୟାଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ।  
ସୂଚନା ଅନୁସାରେ, ଯୁବକ ଜଣଙ୍କ ନାମ ଶିବ ବୋଲି ଜଣାପଡ଼ିଛି । ଦୀର୍ଘ ସମୟ ଧରି ସେ ଛାତ ଉପରୁ ଡେଇଁବା ପାଇଁ ଉଦ୍ୟମ କରୁଥିଲେ । ଅନେକ ଏହାର ଫୋଟୋ, ଭିଡିଓ ଉଠାଇ ଏହାକୁ ଭାଇରାଲ କରିଥିଲେ ମଧ୍ୟ କେହିବି ତାଙ୍କୁ ଅଟକାଇବାକୁ ପ୍ରୟାସ କରିନଥିଲେ । ତେବେ ତଳେ ପଡିବା ପରେ ତାଙ୍କୁ ତୁରନ୍ତ ସେଠାରୁ ଉଠାଇ ଡାକ୍ତରଖାନା ନିଆଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ  କରିଥିବା କଥା  ସ୍ଥାନୀୟ ଲୋକେ  କହୁଛନ୍ତି । ମୋବାଇଲରେ ଭିଡିଓ ଉଠାଇବା ସହ ଏହାକୁ ଭାଇରାଲ କରିବା ବେଳେ ଜୀବନ ବଞ୍ଚାଇବା ପାଇଁ କେହି ଉଦ୍ୟମ ନକରିବା ଘଟଣାକୁ ନେଇ ସର୍ବସାଧାରଣରେ ପ୍ରଶ୍ନ ଉଠିଛି । ପୋଲିସ ଘଟଣାର ତଦନ୍ତ କରୁଛି ।