ଦେଶର ଭବିଷ୍ୟତକୁ ଶାହା, ମୋଦି ନଷ୍ଟ କରୁଛନ୍ତି: ରାହୁଲ
Advertisement
Article Detail0/zeeodisha/odisha613870

ଦେଶର ଭବିଷ୍ୟତକୁ ଶାହା, ମୋଦି ନଷ୍ଟ କରୁଛନ୍ତି: ରାହୁଲ

ଟ୍ୱିଟ କରି ସେ ଏନେଇ ସୂଚନା ଦେଇଛନ୍ତି ।

ଦେଶର ଭବିଷ୍ୟତକୁ ଶାହା, ମୋଦି ନଷ୍ଟ କରୁଛନ୍ତି: ରାହୁଲ
ନୂଆଦିଲ୍ଲୀ: ଆଜି ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଏଏକୁ ନେଇ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେପଟେ ଏଥିରୁ ଓହରି ଯାଇ ଅର୍ଥନୀତି, ଗରିବୀ ଓ ବେକାରୀ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଟ୍ୱିଟ କରି ସେ ଏନେଇ ସୂଚନା ଦେଇଛନ୍ତି । ସେ ଟ୍ୱିଟ ମାଧ୍ୟମରେ କହିଛନ୍ତି କି, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଦେଶର ଭବିଷ୍ୟତକୁ ନଷ୍ଟ କରିଦେଉଛନ୍ତି । ଭବିଷ୍ୟତ ପିଢିକୁ ବିପଦ ମୁହଁକୁ ପେଲି ଦେଉଥିବା ସେ ଟ୍ୱିଟ ମାଧ୍ୟମରେ  ସୂଚନା ଦେଇଛନ୍ତି ।
ସେ ଆହୁରି ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି କି, ସେମାନେ ଦେଶରେ ବଢୁଥିବା ବେକାରୀ ସମସ୍ୟା, ଗରିବୀକୁ ସେମାନେ ଦେଖିପାରୁନାହାନ୍ତି । ତାଙ୍କର ଏଭଳି କାର୍ଯ୍ୟ ଫଳରେ ଦେଶର ଅର୍ଥିନୀତି ବ୍ୟବସ୍ଥା ମଧ୍ୟ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଏହି ଦୁଇ ନେତା ନିଜ ଉପରେ ଥିବା ଘୃଣାଭାବକୁ ଦୁରେଇବା ପାଇଁ ଏଭଳି କରି ଦେଶକୁ ବିଭାଜନ କରୁଛନ୍ତି । ସେମାନଙ୍କର ଏହି ଘୃଣାଭାବକୁ ଆମେ ଭଲ ପାଇବା ଦ୍ୱାରା ଦୁରେଇ ପାରିବା ବୋଲି ସେ କହିଛନ୍ତି । ସେପଟେ ରାହୁଲ ସୋମବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ । ଏନେଇ ରାହୁଲ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।