ପାଲଘର ମବ ଲିଚିଂ ଘଟଣାରେ ଆଉ ୨୪ ଗିରଫ
Advertisement

ପାଲଘର ମବ ଲିଚିଂ ଘଟଣାରେ ଆଉ ୨୪ ଗିରଫ

ମହାରାଷ୍ଟ୍ରର ପାଲଘର ଭିଡ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆଉ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ଆଜିକୁ ମିଶାଇ ଏ ଘଟଣାରେ ମୋଟ ୧୩୩ ଲୋକଙ୍କୁ ଗିରଫ କରାଯାଇଛି |

ପାଲଘର ମବ ଲିଚିଂ ଘଟଣାରେ ଆଉ ୨୪ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଭିଡ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆଉ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ଆଜିକୁ ମିଶାଇ ଏ ଘଟଣାରେ ମୋଟ ୧୩୩ ଲୋକଙ୍କୁ ଗିରଫ କରାଯାଇଥିବା ମହାରାଷ୍ଟ୍ର ପୋଲିସର ସିଆଇଡି ପକ୍ଷରୁ କୁହାଯାଇଛି | ସେମାନଙ୍କ ମଧ୍ୟରେ ୯ ନାବାଳକ ଥିବା ଜଣାପଡିଛି |      

ମଙ୍ଗଳବାର ଗିରଫ ହୋଇଥିବା ୨୪ ଅଭିଯୁକ୍ତ ଏ ଘଟଣା ପରଠୁ ଫେରାର ହୋଇଯାଇଥିଲେ | ଗତ ମାସରେ ମହାରାଷ୍ଟ୍ରର ପାଲଘର ଠାରେ ୩ ଜଣ ସାଧୁ ଭିଡ ହତ୍ୟାର ଶିକାର ହୋଇଥିଲେ | ସେତେବଳେ ଏହି ଘଟଣା ଦେଶରେ ବେଶ ଚହଳ ସୃଷ୍ଟି କରିଥିଲା | ଏଭଳି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିବା ପରେ ପାଲଘରର ଏସପିଙ୍କୁ ଛୁଟିରେ ପଠାଇ ଦିଆଯାଇଥିବା ବେଳେ ୫  ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା | ଅନ୍ୟ ୩୫ ପୋଲିସକର୍ମୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା | 

ପାଲଘର ଭିଡ ହତ୍ୟା ମାମଲାରେ ମେ ପହିଲାରେ ଗିରଫ ହୋଇଥିଲେ ୫ ଅଭିଯୁକ୍ତ | ସେମାନଙ୍କୁ ମଧ୍ୟରୁ ଜଣେ ୱାଡା ପୋଲିସ ଷ୍ଟେସନରେ ଥିବା ସମୟରେ କୋରୋନାରେ କୋରୋନାରେ ସଂକ୍ରମିତ ହୋଇଥିବା ନେଇ ଜଣା ପଡିଥିଲା | ଏ ଘଟଣା ଜଣାପଡିବା ପରେ ସମ୍ପୃକ୍ତ କୋରୋନା ପଜିଟିଭ ଅଭିଯୁକ୍ତ ପାଲଘରର ଗ୍ରମାଞ୍ଚଳ ହସ୍ପିଟାଲରେ ରଖାଯାଇଥିଲା | ପରେ ସେଠାରୁ ଜେଜେ ହସ୍ପିଟାଲର  ପ୍ରିଜିନର ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା |                

ଗତ ଏପ୍ରିଲ 16 ତାରିଖରେ ୨ ଜଣ ସାଧୁ ଏକ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଡ୍ରାଇଭର ସହିତ କାର ଯୋଗେ ମୁମ୍ବାଇରୁ ସୁରଟ ଅଭିମୁଖେ ଯାଉଥିଲେ। ଗାଡଚିଞ୍ଚଲେ ଗ୍ରାମରେ ଗ୍ରାମବାସୀଙ୍କ ଭିଡ ସେମାନଙ୍କୁ ଅଟକାଇ ଚୋର ସନ୍ଦେହରେ ଆକ୍ରମଣ କରିଥିଲେ | ଖବର ପାଇ କିଛି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ଘଟଣା ଘଟିବା ପରେ ଏଥିରେ ଜଡିତ କେତେକ ଅଭିଯୁକ୍ତ ଆତ୍ମଗୋପନ କରିବା ଉଦ୍ଦେଶ୍ୟରେ ଘଞ୍ଚ ଜଙ୍ଗଲକୁ ପଳାଇ ଥିଲେ। ଏନେଇ ଜଣେ ଅଧିକାରୀଙ୍କ କହିବା ଅନୁସାରେ ପୋଲିସ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବହାର କରିଥିଲା ।