'ସୁପର କିଙ୍ଗ'ଙ୍କୁ ଚେନ୍ନାଇରେ କରଗଲା ଏମିତି ସ୍ୱାଗତ
Advertisement
Article Detail0/zeeodisha/odisha648455

'ସୁପର କିଙ୍ଗ'ଙ୍କୁ ଚେନ୍ନାଇରେ କରଗଲା ଏମିତି ସ୍ୱାଗତ

ଚେନ୍ନାଇ ସୁପର କିଙ୍ଗର ଟ୍ୱିଟରର ଏହାର ଭିଡ଼ିଓ ଆଜି ଅପଲୋଡ ହୋଇଛି । ଧୋନିଙ୍କୁ ଚେନ୍ନାଇରେ କିପରି ହିରୋ ପରି ସ୍ୱାଗତ କରାଯାଇଛି, ତାହା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଆଇପିଏଲ । ଏହି ସଂସ୍କରଣର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ ଏବଂ ମୁମ୍ବାଇ ଇଣ୍ଡିଆନ ମଧ୍ୟରେ ଖେଳାଯିବ । ଆଉ ଏହାରି ଭିତରେ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି ଦଳର ଅଧିନାୟକ ଏମ।ଏସ ଧୋନି । ତାଙ୍କୁ ଚେନ୍ନାଇ ମାଟିରେ ହିରୋ ପରି ସ୍ୱାଗତ କରାଯାଇଛି । 

ଚେନ୍ନାଇ ସୁପର କିଙ୍ଗର ଟ୍ୱିଟରର ଏହାର ଭିଡ଼ିଓ ଆଜି ଅପଲୋଡ ହୋଇଛି । ଧୋନିଙ୍କୁ ଚେନ୍ନାଇରେ କିପରି ହିରୋ ପରି ସ୍ୱାଗତ କରାଯାଇଛି, ତାହା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ପ୍ରସ୍ତୁତ ଆରମ୍ଭ କରିପାରନ୍ତି ଏମଏସ । ଗତଥର ଫାଇନାଲ ଯାଇଥିଲେ ମଧ୍ୟ ମାତ୍ର ୧ ରନ ପାଇଁ ଟାଇଟଲ ହାସଲ କରିପାରି ନ ଥିଲା ଚେନ୍ନାଇ ସୁପର କିଙ୍ଗ । ହେଲେ ଦର୍ଶକଙ୍କ ପସନ୍ଦର ଟିମ୍ ଭାବେ ଚେନ୍ନାଇ ସୁପର କିଙ୍ଗ ସବୁବେଳେ ଆଗରେ ରହିଆସିଛି । 

କିଛି ଦିନ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି । ୨୦୧୯ ବିଶ୍ୱକପ ପରଠୁ ଧୋନି ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାଁନ୍ତି । ୩୮ ବର୍ଷୀୟ ଧୋନି କିଛି ଦିନ ପୂର୍ବରୁ କୃଷି କ୍ଷେତ୍ରରେ ନଜର ଆସିଥିଲେ । ସେହିପରି ବିଶ୍ୱକପ ପରେ ଭାରୀତୀୟ ଯବାନଙ୍କ ସହ ଜମ୍ମୁ କାଶ୍ମୀରରେ ସମୟ ବିତାଇଥିଲେ । ଦେଶର ସୁରକ୍ଷାରେ ନିୟୋଜିତ ହୋଇଥିଲେ ଏମଏସ ।

ଆହୁରି ପଢ଼ନ୍ତୁ; ଟେଷ୍ଟ ସିରିଜ ବି ପୋଛିନେଲା ନ୍ୟୁଜିଲାଣ୍ଡ