ଯାଜପୁରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପୁସ୍ତକ ମେଳା
Advertisement
Article Detail0/zeeodisha/odisha600057

ଯାଜପୁରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପୁସ୍ତକ ମେଳା

ଆସନ୍ତା ଡିସେମ୍ବର ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଯାଜପୁରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଙ୍କ କନପଂରେନ୍ସ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । 

ଯାଜପୁରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପୁସ୍ତକ ମେଳା

ଯାଜପୁର: ଆସନ୍ତା ଡିସେମ୍ବର ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଯାଜପୁରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଙ୍କ କନପଂରେନ୍ସ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ । ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରକାଶକ ଏବଂ ବିତରକ ମାନେ ଯୋଗ ଦେବେ । ପ୍ରତ୍ୟେକ ସଂଧ୍ୟାରେ ଆୟୋଜିତ ହେବ ବିଭିନ୍ନ ସାହିତ୍ୟ ଆଲୋଚନା ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ।

ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀ ଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।