ବିଜେପୁରରେ ଚାଲିଛି ନବୀନଙ୍କ ନୋଟ ଭରା ରାଜନୀତି: ସୁର
Advertisement

ବିଜେପୁରରେ ଚାଲିଛି ନବୀନଙ୍କ ନୋଟ ଭରା ରାଜନୀତି: ସୁର

ବର୍ତ୍ତମାନ ସମସ୍ତଙ୍କ ନଜରରେ କେବଳ ବିଜେପୁର, କହିବାର କଥା ହେଲା ବିଜେପୁର ପାଇଁ ସବୁ ରାଜନେତା ଘର ଦ୍ୱାର, ଭଲ ମନ୍ଦ ସବୁକିଛି ଭୁଲି ସାରିଲେଣି । ଏକଥା ଆମେ କହୁନାହୁଁ, ବିଜେପୁରର ଚିତ୍ର  ବୟାନ କରୁଛି ।

ବିଜେପୁରରେ ଚାଲିଛି ନବୀନଙ୍କ ନୋଟ ଭରା ରାଜନୀତି: ସୁର ରାଉତରାୟ

ବରେନ୍ଦ୍ରେନାଥ ପଣ୍ଡା, ଭୁବନେଶ୍ୱର: ବର୍ତ୍ତମାନ ସମସ୍ତଙ୍କ ନଜରରେ କେବଳ ବିଜେପୁର, କହିବାର କଥା ହେଲା ବିଜେପୁର ପାଇଁ ସବୁ ରାଜନେତା ଘର ଦ୍ୱାର, ଭଲ ମନ୍ଦ ସବୁକିଛି ଭୁଲି ସାରିଲେଣି । ଏକଥା ଆମେ କହୁନାହୁଁ, ବିଜେପୁରର ଚିତ୍ର  ବୟାନ କରୁଛି ।

ଆପଣ ନିଶ୍ଚୟ ଶୁଣିସାରିଥିବେ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟରତ ବିଧାୟକ ସୁର ରାଉତ ରାୟଙ୍କ କଥା । ସେ ନିର୍ବାଚନ ପ୍ରଚାର ବେଳେ ସିଧା ସିଧା ଗଣମାଧ୍ୟମ ଆଗରେ ବିଜେଡିକୁ ଅଙ୍ଗୁଳି ନିର୍ଦ୍ଦେଶ କରିସାରିଛନ୍ତି । କହିଛନ୍ତି ଆମେ ଆମ ପ୍ରୟାସ ଜାରି ରଖିଛୁ, କିନ୍ତୁ ନବୀନ ବାବୁର ଭଲ ବେଳା ପଡ଼ିଛି ଯୁଆଡ଼େ ଗଲେ ଲୋକ ଭରା, ନୋଟ ଭରା, ପାୱାର ଭରା, ଭୋଟ ଭରା ତା'ଭିତରେ ମଧ୍ୟ କଂଗ୍ରେସ କଡ଼େଇ କଡ଼େଇ ଆଗେଇ ଚାଲିଛି, ପଛେଇବାର ନାଁ ନେଉ ନାହିଁ । ଏହାର ଅର୍ଥ, ସୁର ରାଉତ ରାୟ ପୁରା ବିଜେଡିକୁ ଆଙ୍ଗୁଳି କରି କହିଛନ୍ତି
ନବୀନ ପଟ୍ଟନାୟକ ପୁରା ସରକାରୀ ବଳର ଦୂରୁପଯୋଗ କରିଚାଲିଛନ୍ତି । ନା କାହାକୁ ତାଙ୍କ ଡର ଅଛି ନା କାହାକୁ ଭୟ ଅଛି, ନିଃର୍ଦ୍ୱନ୍ଦରେ ଶାସନର ଅପବ୍ୟବହାର କରିଚାଲିଛନ୍ତି । ଏହି କଥା ଆପଣଙ୍କୁ କିଛି ନୂଆ ଲାଗୁ ନ ଥିବ, କାହିଁକି ନା ପୂର୍ବରୁ ଅନେକ ଥର ସୁର ନବୀନଙ୍କ ଉପରେ ଖପ୍ପା ହୋଇଥିବା ଆପଣମାନେ ଦେଖି ସାରିଛନ୍ତି ଓ ଦେଖୁଥିବେ ମଧ୍ୟ... ହେଲେ ଏହି ଭିଡିଓଟିକୁ ଥରେ ଦେଖିନିଅନ୍ତୁ... କ'ଣ କହୁଛିନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତ ରାୟ...

 

ଏହା ତ ଥିଲା କଂଗ୍ରେସର ଅଭିଯୋଗ ଓ ସୁରଙ୍କ ବୟାନ ସମ୍ପର୍କରେ, ବର୍ତ୍ତମାନ ବିଜେପି ବାଲା ନବୀନଙ୍କ ବିଜେପୁର ଲିଙ୍କ ଓ ରାଜ୍ୟରେ ଚାଲିଥିବା ସାଶନକୁ କିପରି ନଜରରେ ଦେଖୁଛନ୍ତି ଜାଣନ୍ତୁ । ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସିଧା ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, କୁଆଡ଼େ ପୁଣି ବିଜୁ ଜନତା ଦଳର ପରଦାଫାସ୍ ହୋଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ପଦାରେ ପଡ଼ିଛି, ଏଥିରେ କୌଣସି ସନ୍ଦେହ ନାହିଁ । ଏତିକି କହି ଚୁପ ରହିଯାଇ ନାହାଁନ୍ତି, ସେ ଆହୁରି ମଧ୍ୟ କହିଛନ୍ତି ଅନ୍ୟାୟର ବିରୋଧ କରୁଥିବା ଲୋକଙ୍କୁ ନବୀନଙ୍କ ସରକାର ହତ୍ୟା କରିସାରିଛି । ଏ ସମସ୍ତ କାର୍ଯ୍ୟ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ରହିଛି ଓ ଖୋଦ ମୁଖ୍ୟମନ୍ତ୍ରୀ ଏଥିରେ ନାୟକ ଭୂମିକା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମିଛ କହି କହି ମିଥ୍ୟାର ସୌଦାଗର ହୋଇସାରିଛନ୍ତି ଏବଂ ମିଛ କହି ଲୋକଙ୍କୁ ଭୂଆଁ ବୁଲାଇ ସେ ପୁଣି ଆଜି ଜନତାଙ୍କ ବିଶ୍ୱାସ ଭାଜନ ହୋଇଯାଇଛନ୍ତି । 

fallback

ବିଜେଡି ବାଲାଙ୍କ ଗୋଟିଏ ପ୍ରଶ୍ନ ଯଦି ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି, ତାହେଲେ କେମିତି ପାଞ୍ଚ ପାଞ୍ଚ ଥର ଜନତାଙ୍କ ବିଶ୍ୱାସ ଭାଜନ ହୋଇ ପାରିଛନ୍ତି । ବିଜେଡି ବାଲାଙ୍କ କହିବାର ଅର୍ଥ ହେଲା 'ଅଙ୍ଗୁର ଖାଇ ନ ପାରିଲେ ଖଟା' ଅନ୍ୟପଟେ ବିରୋଧିଙ୍କୁ ବିଜେଡି ଖୋଲାଖାଲି ଚାଲେଞ୍ଜ କରୁଛି ଓ କହୁଛି ଆମ ରାଜନୀତିରେ ସ୍ୱଚ୍ଛତା ରହିଛି ଓ ଆମେ ରାଜ୍ୟର ବିକାଶ ପାଇଁ ରାଜନୀତି କରିଚାଲିଛୁ, ତେଣୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ବିଶ୍ୱାସ ଭାଜନ ହୋଇ ପାରିଛନ୍ତି । ନିଃର୍ଦ୍ୱନ୍ଦରେ ଆମେ କହୁଛୁ ଏଥର ବିଜେପୁରରେ ଶଙ୍ଖର ଶବ୍ଦ ଶୁଭିବ ଓ ବିକାଶ ଆଲୋକରେ ବିକଶିତ ହେବ ବିଜେପୁର ।

ବାକି ରହିଲା କାହା କଥାରେ କେତେ ଦମ? କିଏ ସତ, କିଏ ମିଛ ? ବିଜେପୁରରେ କାହାର ହେବ ବାଜିମାତ? କାହାକୁ ପଛରେ ପକାଇବେ କିଏ, କାହା ମୁଣ୍ଡରେ ସୁନାର କଳସ ଢାଳିବେ ବିଜେପୁରବାସୀ ତାକୁ ହିଁ ଅପେକ୍ଷା ।