ସରକାର ଗଢ଼ିବା ପାଇଁ କାହା ସହ ଚର୍ଚ୍ଚା ହୋଇନି: ପାୱାର
Advertisement
Article Detail0/zeeodisha/odisha598310

ସରକାର ଗଢ଼ିବା ପାଇଁ କାହା ସହ ଚର୍ଚ୍ଚା ହୋଇନି: ପାୱାର

ଆଜି ଅର୍ଥାତ ସୋମବାର ଦିଲ୍ଲୀରେ ଏନସିପି ମୁଖିଆ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତିକୁ ନେଇ ଦୁହେଁଙ୍କ ମଧ୍ୟରେ ଚର୍ଚ୍ଚା ହୋଇ ଯାଇଛି । ଏହାସହ ଶିବସେନା ସହ ମେଣ୍ଟକୁ ନେଇ ଚର୍ଚ୍ଚା ହେବାର ଅନୁମାନ କରାଯାଉଛି । 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ହେବ ନା ଜାରି ରହିବ ରାଷ୍ଟ୍ରପତି ଶାସନ । ତାହାକୁ ନେଇ ବର୍ତ୍ତମାନ ସମୟରେ ରାଜନୀତିରେ ସବୁଠାରୁ ବଡ଼ ପ୍ରଶ୍ନ । ସରକାର ଗଠନକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟ ଲଗାତର ବୈଠକ ପରେ ବୈଠକ ଅନୁଷ୍ଠିତ ହୋଇ ଚାଲିଛି । କିନ୍ତୁ ବର୍ତ୍ତମାନ ଯାଏ ସରକାର ଗଠନର କୌଣସି ବାଟ ବାହାରି ନାହିଁ । ଶିବସେନା ବିଚାରଗତ ଦୃଷ୍ଟିରୁ କଂଗ୍ରେସ ଠାରୁ ସଂପୂର୍ଣ୍ଣ ଅଲଗା । ତେଣୁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନେଇ ମନରେ ରହିଛି ସଂଶୟ । ତେଣୁ ସରକାର ଗଠନ ପାଇଁ କଥା ଆଗକୁ ବଢି ପାରୁ ନାହିଁ ।

ଏହି କ୍ରମରେ ଆଜି ଅର୍ଥାତ ସୋମବାର ଦିଲ୍ଲୀରେ ଏନସିପି ମୁଖିଆ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତିକୁ ନେଇ ଦୁହେଁଙ୍କ ମଧ୍ୟରେ ଚର୍ଚ୍ଚା ହୋଇ ଯାଇଛି । ଏହାସହ ଶିବସେନା ସହ ମେଣ୍ଟକୁ ନେଇ ଚର୍ଚ୍ଚା ହେବାର ଅନୁମାନ କରାଯାଉଛି । ବୈଠକ ପରେ ପାୱାର କହିଛନ୍ତି ଯେ ଆମେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ କୌଣସି ଚର୍ଚ୍ଚା କରି ନାହୁଁ । ଏହି ବିଷୟରେ ଆମେ ଦୁଇ ଦଳର ଅନ୍ୟ ନେତାଙ୍କ ସହ ଆଲୋଚନା କରିବୁ । ଆମେ ସମସ୍ତଙ୍କୁ ବିଶ୍ୱାସରେ ନେବାକୁ ପଡ଼ିବ ।

ସେ ଆହୁରି କହିଛନ୍ତି ଯେ ଆମେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଛୁ । ଆମେ ମହାରାଷ୍ଟ୍ରରେ ସମାଦବାଦୀ ପାର୍ଟି ସହ ମେଣ୍ଟ କରି ଥିଲୁ । ୧-୨ ଜଣ ବିଧାୟକ ସେମାନଙ୍କ ମଧ୍ୟ ରହିଛି । ପ୍ରଥମେ ଆମେ ନିଜ ସହଯୋଗୀଙ୍କ ସହ ଆଲୋଚନା କରିବାକୁ ପଡ଼ିବ । ଆମେ କାହା ସହ କୌଣସି ସରକାର ଗଠନ ଉପରେ ଚର୍ଚ୍ଚା କରି ନାହୁଁ । ଆମେ ସ୍ଥିତି ଓ ସଂଖ୍ୟା ଉପରେ ଚର୍ଚ୍ଚା କରିଛୁ । ସ୍ୱାଭିମାନୀ ଶେତକରୀ ସଙ୍ଗଠନ ଆମ ସହ ରହିଛି । ସେମାନଙ୍କ ବିଧୟାକଙ୍କ ମଧ୍ୟ ଜିତିଛି, ଆମେ ତାଙ୍କୁ ଅଣଦେଖା କରି ପାରିବୁ ନାହିଁ । ଏହାସହ ରିବ୍ଲିକାନ ସମୂହ ମଧ୍ୟ ଆମକୁ ସମର୍ଥନ ଦେଇଥିଲା । ସେମାନଙ୍କ ବିଶ୍ୱାସ ରଖି ଆମକୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ପଡ଼ିବ ।

ଅନ୍ୟପଟେ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲା ଟ୍ୱିଟ କରି କହିଛନ୍ତି ଯେ ୨-୩ ଦିନ ମଧ୍ୟରେ ମହାରାଷ୍ଟ୍ର ସରକାର ଗଠନ ଉପରେ ନିଷ୍ପତ୍ତି ନିଆଯିବ । ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ ପରେ ପାୱାର ଦିଲ୍ଲୀ ସ୍ଥିତ ନିଜ ଆବାସରେ ଯାଇଛନ୍ତି । ସେଠାରେ ଅଜିତ ପାୱାରଙ୍କ ଉପସ୍ଥିତ ଅଛନ୍ତି । କିଛି ସମୟ ପରେ ସଞ୍ଜୟ ରାଉତ ଓ ପାୱାରଙ୍କ ମଧ୍ୟରେ ବୈଠକ ହେବାର ଅଛି ।