କଂଗ୍ରେସ ମୁକ୍ତ ହେଲା ନେହେରୁ ମେମୋରିଆଲ
Advertisement

କଂଗ୍ରେସ ମୁକ୍ତ ହେଲା ନେହେରୁ ମେମୋରିଆଲ

କଂଗ୍ରେସ ମୁକ୍ତ ହୋଇଛି ନେହେରୁ ମେମୋରିଆଲ । ଏହି ମେମୋରିଆଲର ସଦସ୍ୟ ଥିବା ୩ କଂଗ୍ରେସ ନେତାଙ୍କୁ ପୁନର୍ଗଠନ ବେଳେ ବାଦ ଦିଆଯାଇଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ମୁକ୍ତ ହୋଇଛି ନେହେରୁ ମେମୋରିଆଲ । ଏହି ମେମୋରିଆଲର ସଦସ୍ୟ ଥିବା ୩ କଂଗ୍ରେସ ନେତାଙ୍କୁ ପୁନର୍ଗଠନ ବେଳେ ବାଦ ଦିଆଯାଇଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିରେ ତିଆରି ହୋଇଥିବା ଏହି ମେମୋରିଆଲରେ ଏବେ ଆଉ ଜଣେ ମଧ୍ୟ କଂଗ୍ରେସ ନେତା ସଦସ୍ୟ ନାହାଁନ୍ତି । 

ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ହେଲା ପୁନର୍ଗଠନ । ସାସ୍କୃତିକ ମନ୍ତ୍ରଣାଳୟ ଏହାର ପୁନର୍ଗଠନ କରିଛି । ଏଥିରେ ସଦସ୍ୟ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, କରଣ ସିଂହ ଏବଂ ଜୟରାମ ରମେଶଙ୍କୁ ଏଥର ସୋସାଇଟିରୁ ବାଦ ଦିଆଯାଇଛି । ବିଜେପି ନେତା ଅନିର୍ବନ ଗାଙ୍ଗୁଲି, ଗୀତିକାର ପ୍ରସୁନ ଯୋଶୀ ଏବଂ ସାମ୍ବାଦିକ ରଜତ ଶର୍ମାଙ୍କୁ ଏଥିରେ ନୂଆକରି ସ୍ଥାନ ମିଳିଛି । 

ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପଧ୍ୟକ୍ଷ ଅଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଏହାର ସଦସ୍ୟ ରହିଛନ୍ତି । ପ୍ରଥମ ଥର ପାଇଁ କଂଗ୍ରେସ ମୁକ୍ତ ହୋଇଛି ଏହି ମେମୋରିଆଲ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ନେତା ବିରୋଧ କରିବା ନେଇ ଅନୁମାନ କରାଯାଉଛି ।