ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମନମୋହନଙ୍କୁ ପାଲଟା ତୀର ମାରିଲେ ନିର୍ମଳା
Advertisement

ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମନମୋହନଙ୍କୁ ପାଲଟା ତୀର ମାରିଲେ ନିର୍ମଳା

ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମନମୋହନଙ୍କୁ ନିର୍ମଳାଙ୍କ କଟାକ୍ଷ...କହିଲେ କଂଗ୍ରେସ ସରକାରର ଭୁଲ ନିଷ୍ପତ୍ତିକୁ ସୁଧାରୁଛି ଆମ ସରକାର

ଦେଶର ଅର୍ଥ ବ୍ୟବସ୍ଥାକୁ ମନମୋହନଙ୍କୁ ନିର୍ମଳାଙ୍କ କଟାକ୍ଷ

ପ୍ରକାଶ ରଂଜନ, ନୂଆଦିଲ୍ଲୀ: ଦେଶର ଅର୍ଥ ବ୍ୟବସ୍ଥା ନେଇ ମନମୋହନ ସିଂହଙ୍କ ଅଭିଯୋଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଜବାବ । ଗୁରୁବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ସରକାରଙ୍କ ନୀତିକୁ ସମୋଲୋଚନା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଦେଶର ଅର୍ଥବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ମନମୋହନ । ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ମନମୋହନଙ୍କୁ ପାଲଟା ଜବାବ ଦେଇଛନ୍ତି । କଂଗ୍ରେସ ଶାସନ ସମୟରେ ନିଆଯାଇଥିବା ଭୁଲ ନିଷ୍ପତ୍ତି ପାଇଁ ଦେଶର ଅର୍ଥବ୍ୟବସ୍ଥା ସଂକଟରୁ ଉଦ୍ଧାର ପାଇବା ପାଇଁ ଏବେ ବି ସଂଘର୍ଷ ଜାରି ରଖିଛି ବୋଲି ସେ କହିଛନ୍ତି । ଅର୍ଥ ବ୍ୟବସ୍ଥା ସହ ସଭରକର ଭାରତ ରତ୍ନ, ଏନଆରସି ନିୟମ, ଧାରା ୩୭୦ ଉଚ୍ଛେଦ ଆଦି ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ନୀତିକୁ ବରୋଧ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଗୁରିବାର ମନମୋହନଙ୍କ ଅଭିଯୋଗ ପରେ ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ।

ଦେଶ ବର୍ତ୍ତମାନ ଫାଇଭ ଟ୍ରିଲିଅନ ଡଲାର ଇକୋନୋମିରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛି । ଦୀର୍ଘବର୍ଷ ଧରି ଶାସନରେ ଥିବା ଦଳ ଦେଶର ଅର୍ଥନୀତି ମୁଳଦୂଆକୁ ଦୁର୍ବଳ କରିଥିଲେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି ନିର୍ମଳା ସୀତାରମଣ । କେବଳ IMF ରିପୋର୍ଟ ଦେଶ ଅର୍ଥନୀତିର ମାନଦଣ୍ଡ ନୁହେଁ । ଦେଶବାସୀ ଉପଭୋଗ କରୁଥିବା ଆର୍ଥିକ ବିକାଶ ହିଁ ଦେଶର ଅର୍ଥ ବ୍ୟବସ୍ଥାର ମାନକ ବୋଲି ଦର୍ଶାଇଛନ୍ତି ନିର୍ମଳା ।