Advertisement
Article Detail0/zeeodisha/odisha689418
Zee OdishaOther Newsଜୁନ ୩ରେ ଭୟଙ୍କର ଝଡରେ ପରିଣତ ହେବ ନିସାର୍ଗା

ଜୁନ ୩ରେ ଭୟଙ୍କର ଝଡରେ ପରିଣତ ହେବ 'ନିସାର୍ଗା'

ମୁମ୍ବାଇ ଉପକୂଳ ଦେଇ ଅଗ୍ରସର ହେବ ସାମୁଦ୍ରିକ ଝଡ 'ନିସାର୍ଗା' |

 

 ଜୁନ ୩ରେ ଭୟଙ୍କର ଝଡରେ ପରିଣତ ହେବ 'ନିସାର୍ଗା'

ମୁମ୍ବାଇ: ଦକ୍ଷିଣ-ପୂର୍ବ ଏବଂ ପୂର୍ବ-କେନ୍ଦ୍ର ଆରବ ସାଗର ଏବଂ ଲାକ୍ଷାଦ୍ୱୀପ ଅଞ୍ଚଳରେ ଘନୀଭୂତ ହୋଇଥିବା ଲଘୁଚାପ ସୋମବାର ଅବପାତରେ ପରିଣତ ହୋଇଥିବା ନେଇ ସୋମବାର ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି | ବର୍ତ୍ତମାନ ଏହାର ସ୍ଥିତି ପାଣାଜୀ ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୩୭୦ କିମି, ମୁମ୍ବାଇ ଠାରୁ ୬୯୦ କିମି, ସୁରଟ ଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ୯୨୦ କିମି ଦୂରରେ ରହିଛି |  

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହାର ଗଭୀର ଅବପାତରେ ପରିଣତ ହେବ | ଯାହା ବୁଧବାର ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହେବ | ମୁମ୍ବାଇ ଉପକୂଳ ନିକଟତର ହୋଇ ଏହା ଅତିକ୍ରମ କରିବ | ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଏବଂ ଗୁଜୁରାଟର କେତେକ ଅଞ୍ଚଳରେ ବାତ୍ୟା ପୂର୍ବବର୍ତ୍ତୀ ସତର୍କତା ଜାରି କରାଯାଇଛି | ଏହା ଯୋଗୁଁ ଆସନ୍ତା ବୁଧବାର ଏବଂ ଗୁରୁବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |  

ଆଇଏମଡିର ପୂର୍ବାନୁମାନ ଅନୁସାରେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସାମୁଦ୍ରିକ ଝଡ 'ନିସାର୍ଗା' ଉତ୍ତର ଦିଗକୁ ଅଗ୍ରସର ହେବ ଏବଂ ଉତ୍ତର ଏବଂ ଉତ୍ତର ପୂର୍ଗ ଦିଗରେ ଉତ୍ତର ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରଶ୍ୱର ମଧ୍ୟରେ ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଉପକୂଳ ଆଡକୁ ମୁହାଁଇବ | ବୁଧବାର ସନ୍ଧ୍ୟା ସୁଦ୍ଧା ଏହା ଡାମନ ଡିଉ ନିକଟତର ହେବ |  

Add Zee News as a Preferred Source

ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୫ରୁ ୧୧୫ କିଲୋମିଟର ଏବଂ ସର୍ବାଧିକ ବେଗ ୧୨୫ କିମି ରହିବ | ଗୁରୁବାର କୋଙ୍କଣ, ଗୋଆ, ମହାରାଷ୍ଟ୍ର ଏବଂ ଗୁଜୁରାଟର କେତେକ ଭାଗରେ ଗୁରୁବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳ ଉପକୂଳ ସଂଲଗ୍ନ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି | 

ଅନ୍ୟପଟେ ଆସନ୍ତା ବୁଧବାର ଯାଏଁ ପୂର୍ବ କେନ୍ଦ୍ର ଆରବ ସାଗର ଏବଂ ଗୋଆ କର୍ଣ୍ଣାଟକ ଉପକୂଳରେ ସମୁଦ୍ରକୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି | ଏହା ସହିତ ମହାରାଷ୍ଟ୍ର ଉପକୂଳ ସଂଲଗ୍ନ ପୂର୍ବ କେନ୍ଦ୍ର ଆରବ ସାଗର ଗୁଜୁରାଟ ସଂଲଗ୍ନ ଉତ୍ତର ପୂର୍ବ ଆରବ ସାଗର ଆସନ୍ତା ଗୁରୁବାର ଏବଂ ବୁଧବାର ଅଶାନ୍ତ ରହିବ |