ନୂଆଦିଲ୍ଲୀ: କ'ଣ ସେହି NPR...ଏହା ଦ୍ୱାରା କ'ଣ ଲାଭ ହୋଇଥାଏ...ଏଥର NPRରେ କ'ଣ ସବୁ ପରିବର୍ତ୍ତନ କରାଯାଇଛି...ଜାଣନ୍ତୁ ଏନପିଆର ବିଷୟରେ ଅନେକ ତଥ୍ୟ...


COMMERCIAL BREAK
SCROLL TO CONTINUE READING

୧. ଜନଗଣନାର ନୂଆ ରୂପ NPR: 


ନ୍ୟାସନାଲ ପପୁଲେସନ ରେଜିଷ୍ଟର  (NPR) ପ୍ରତ୍ୟେକ ୧୦ ବର୍ଷରେ ହେଉଥିବା ଜନଗଣନାର ନୂଆ ରୂପ  ।  NPR ପ୍ରସ୍ତୁତି କରିବାର ଆବଶ୍ୟକତା ଦେଶର ଜନସାଧରଣଙ୍କୁ ବ୍ୟାପକ ପରିଚୟର ତାଲିକା ପ୍ରସ୍ତୁତ କରିବା । ଏହି ତାଲିକାରେ ଜନସଂଖ୍ୟା ସହିତ ବାୟୋମେ୍ଟ୍ରିକ ସୂଚନା ମଧ୍ୟ ସାମିଲ୍ ହେବ । ଏହା ନାଗରିକର ପ୍ରମାଣ ନୁହେଁ ।


୨. NPR ଅନ୍ତର୍ଗତ ସମସ୍ତ ଭାରତୀୟ : 


ନ୍ୟାସନାଲ ପପୁଲେସନ ରେଜିଷ୍ଟର (NPR) ଉପରେ ୨୦୨୦ ଏପ୍ରିଲ୍ ୧ରେ କାମ ଆରମ୍ଭ ହୋଇ ସେପ୍ଟେମ୍ୱର ୩୦ ଯାଏ ଚାଲିବ । NPR ଦ୍ୱାରା ପ୍ରସ୍ତୁତ ଡାଟାବେସ୍ ପ୍ରସ୍ତୁତି ପାଇଁ ଚଳିତ ଥର ଅନେକ ପରିବର୍ତ୍ତନ କରାଯାଇଛି । ନ୍ୟାସନାଲ ପପୁଲେସନ ରେଜିଷ୍ଟରରେ ପ୍ରତ୍ୟେକ ନାଗରିକଙ୍କ ବିଷୟରେ ସୂଚନା ରହିବ । ଆସାମର ନାଗରିକଙ୍କୁ ଛାଡ଼ି NPR ସମସ୍ତ ଭାରତୀୟ ନାଗରିକଙ୍କ ଉପରେ ଲାଗୁ ହେବ ।


୩. କୌଣସି ପ୍ରମାଣପତ୍ର ମଗାଯିବ ନାହିଁ :


ଏନପିଆରରେ କୌଣସି ପ୍ରମାଣପତ୍ର, କୌଣସି ଡକ୍ୟୁମେଣ୍ଟ ଏବଂ କୌଣସି ବାୟୋମେଟ୍ରିକର ଆବଶ୍ୟକତା ପଡ଼ିବନାହିଁ ।  ନାଗରିକ ଯେଉଁ ସୂଚନା ଦେବେ ତାହାକୁ ଶତ ଭାବେ ଗ୍ରହଣ କରାଯିବ । ଅର୍ଥାତ ଜନଜାଗରଣଙ୍କ ପାଇଁ କୌଣସି ପ୍ରମାଣପତ୍ର ଆବଶ୍ୟକ ପଡ଼ିବନାହିଁ ।


୪. ବିଶେଷ ଆପ୍ ଦ୍ୱାରା ହେବ NPR:


 ସରକାରୀଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ଚଳିତ ଥର ଜନଗଣନା ଆଧୁନିକ ପ୍ରଣାଳୀ ବା ଟେକନିକ୍ ଉପରେ ଆଧାରିତ ହେବ । ସେଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ତିଆରି କରାଯାଇଛି । APP ଜରିଆରେ NPR ଅପଡେଟ୍ କରାଯିବ ।  ସରକାରୀ ସୂଚନା ଅନୁଯାୟୀ ଆପ୍ ମାଧ୍ୟମରେ ଜନଗଣନା ବହୁତ ସହଜ ହେବ ।  


୫. ଇଂରେଜ ଦିନରୁ ଚାଲି ଆସୁଥିବା ନିୟମରେ ପରିବର୍ତ୍ତନ: 


ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ ଥର ଜନଗଣନା ହୋଇସାରିଛି । ଦେଶ ସ୍ୱାଧୀନ ପରେ ୭ଥର ଜନଗଣନା ହୋଇଥିବା ବେଳେ ଦେଶ ସ୍ୱାଧୀନ ପୂର୍ବରୁ ୮ଥର ଜନଗଣନା କରାଯାଇଥିଲା ।  ବର୍ତ୍ତମାନ ସୁଦ୍ଧା ଜନଗଣନା ଇଂରେଜ ସମୟରୁ ସେମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଣାଳୀ ଆଧାରରେ ହୋଇ ଆସୁଥିଲା । ହେଲେ ଚଳିଥର ସେଥିରେ ପରିବର୍ତ୍ତନ କରାଯିବ ।  


୬. ୟୁପିଏ ସରକାରରେ NPRର ଆରମ୍ଭ ହୋଇଥିଲା:


ପିଏନଆର ପ୍ରଥମଥର ୨୦୧୦ରେ ୟୁପିଏ ସରକାର ସମୟରେ ଆରମ୍ଭ ହୋଇଥିଲା ଏବଂ ସମସ୍ତ ଲୋକଙ୍କ ରେଜିଷ୍ଟର ତିଆରି ହୋଇଥିଲା । ୨୦୧୫ରେ ଏହାର ନୂତନତ୍ୱ ଆସିଥିଲା । ଜନଗଣନା କାମ ପ୍ରତ୍ୟେକ ୧୦ ବର୍ଷରେ ଥରେ ହୋଇଥାଏ । ୨୦୨୦ରେ ଜନଗଣନା କାମ ପୂରା କରାଯିବ ।


୭.  NPR ଦ୍ୱାରା ସଠିକ୍ ଲୋକଙ୍କୁ ମିଳିବ ଯୋଜନା:


ସରକାରଙ୍କ ଯୁକ୍ତି ଯେ, ଏହି ଏନପିଆର୍ ଦ୍ୱାରା ସରକାରୀ ଯୋଜନାର ଲାଭ ମିଳୁଥିବା ଲୋକ ଚିହ୍ନଟ ହୋଇପାରିବ । ଏହା ଦ୍ୱାରା ଜଣାପଡ଼ିବ ସଠିକ୍ ଲୋକଙ୍କୁ ଯୋଜନା ପହଞ୍ଚିପାରୁଛି କି ନାହିଁ ।  ଅର୍ଥାତ୍ NPR ଦ୍ୱାରା ସଠିକ୍ ଲୋକଙ୍କୁ ଯୋଜନାର ଲାଭ ମିଳିପାରିବ ।  ଆୟୁଷ୍ମାନ୍, ଉଜ୍ଜଳା, ସୌଭାଗ୍ୟ ପରି ଯୋଜନା ପାଇଁ ଲାଭ ମିଳୁଥିବା ଲୋକଙ୍କ ଚିହ୍ନଟ ହୋଇପାରିବ ।


୮. NPRରେ କେଉଁ ପ୍ରଶ୍ନ ପଚରା ଯିବ:


NPRରେ ଦେଶର ଲୋକଙ୍କୁ କିଛି ସୂଚନା ଦେବାକୁ ପଡ଼ିବ । ଯେଉଁଥିରେ ବ୍ୟକ୍ତିଙ୍କ ନାମ, ଠିକଣା,  ଶିକ୍ଷା, ରୋଜଗାରର ମାଧ୍ୟମ ଭଳି ସୂଚନା ରହିବ ।  NPRରେ ସୂଚନା  ଲୋକଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ରହିବ । ନାଗରିକତା ଅଧିନିୟମ ୧୯୫୫ର ପ୍ରାବଧାନ ଅନୁସାରେ ସ୍ଥାନୀୟ, ଉପ-ଜିଲ୍ଲା, ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରସ୍ତୁତ କରାଯିବ ।  


୯. କାହା ପାଇଁ NPR?: 


କୌଣସି ନିବାସୀ ଯିଏ ୬ ମାସ ବା ତାଠାରୁ ଅଧିକ ସମୟରୁ ସ୍ଥାନୀୟ କ୍ଷେତ୍ରରେ ବସବାସ କରୁଥିବେ, ତାହାକୁ NPRରେ ବାଧ୍ୟତାମୂଳକ ଭାବେ ପଞ୍ଜିକରଣ କରିବାକୁ ପଡ଼ିଥାଏ ।  NPR ଏବଂ ଜନଗଣନା ପାଇଁ ୧୩୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।


୧୦. ଏପରି ଭାବେ ହେବ NPRର ସମସ୍ତ ପ୍ରକ୍ରିୟା: 


ଲୋକଙ୍କ  ରେଜିଷ୍ଟରରେ ୩ ଭଳି ପର୍ଯ୍ୟାୟରେ ଜନଗଣନା ହେବ । ପ୍ରଥମ ଭାଗରେ ୨୦୨୦ ଏପ୍ରିଲ ୧ରୁ ସେପ୍ଟେମ୍ୱର ୩୦ ତାରିଖ ମଧ୍ୟରେ  କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ଘର-ଘର ଲୋକଙ୍କ ଗଣନା କରି ତାଲିକା ପ୍ରସ୍ତୁତ କରିବେ ।  ଦ୍ୱିତୀୟ ପର୍ଯ୍ୟାୟରେ  ୨୦୨୧ ଫେବ୍ରୁଆରୀ ୯ରୁ ଫେବ୍ରୁଆରୀ ୨୮ ତାରିଖ ମଧ୍ୟରେ ଶେଷ କରାଯିବ ।   ତୃତୀୟ ପର୍ଯ୍ୟାୟରେ  ମାର୍ଚ୍ଚ ୧ରୁ ମାର୍ଚ୍ଚ ମଧ୍ୟରେ ସଂଶୋଧନ ପ୍ରକ୍ରିୟା କରାଯିବ ।


ଆହୁରି ପଢନ୍ତୁ; NPR ଜରିଆରେ ଲାଗୁହେବ NRC ! ବିରୋଧୀଙ୍କ ଆଶଙ୍କା, ସରକାରଙ୍କ ସ୍ପଷ୍ଟୀକରଣ