NPR ଜରିଆରେ ଲାଗୁହେବ NRC ! ବିରୋଧୀଙ୍କ ଆଶଙ୍କା, ସରକାରଙ୍କ ସ୍ପଷ୍ଟୀକରଣ
Advertisement
Article Detail0/zeeodisha/odisha615046

NPR ଜରିଆରେ ଲାଗୁହେବ NRC ! ବିରୋଧୀଙ୍କ ଆଶଙ୍କା, ସରକାରଙ୍କ ସ୍ପଷ୍ଟୀକରଣ

ଏନପିଆରକୁ କ୍ୟାବିନେଟ ମଞ୍ଜୁରୀ ପରେ କଂଗ୍ରେସ ଓ କିଛି ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି । ଏନପିଆର ଜରିଆରେ ସରକାର ଦେଶରେ ଏନଆରସି ଲାଗୁ କରିବାକୁ ଚାହୁଁଛନ୍ତି ବୋଲି ଅସଉଦ୍ଦୀନ ଓୱେସୀ ଅଭିଯୋଗ କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଜନଗଣନା । ନ୍ୟାସନାଲ ପପୁଲେସନ ରେଜିଷ୍ଟର ଅପଡେଟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ୮ ହଜାର ୭ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ରେଜିଷ୍ଟରରେ ନାଗରିକଙ୍କ ନାମ, ପିତା ମାତାଙ୍କ ନାମ, ଜନ୍ମ ତାରିଖ, ଶିକ୍ଷାଗତ ଯୋଗ୍ୟତା ଓ ଠିକଣା ରହିବ । ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନଗଣନା ହେବ ।  ନୂଆ ଜନଗଣନା ନୀତିରେ ନାଗରିକଙ୍କୁ କୌଣସି ପ୍ରମାଣପତ୍ର ମଗାଯିବ ନାହିଁ  କିମ୍ବା ଏଥିପାଇଁ ବାୟୋମେଟ୍ରିକ ମଧ୍ୟ ବ୍ୟବହାର ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।  ଦେଶର ସମସ୍ତ ରାଜ୍ୟରେ ଏଥିପାଇଁ କର୍ମଚାରୀଙ୍କୁ ତାମିଲ ପ୍ରଦାନ କରାଯାଉଛି ଓ ସମସ୍ତ ରାଜ୍ୟ ଏହାକୁ ସ୍ୱୀକାର କରିଛନ୍ତି ।

ଏନପିଆରକୁ କ୍ୟାବିନେଟ ମଞ୍ଜୁରୀ ପରେ କଂଗ୍ରେସ ଓ କିଛି ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି । ଏନପିଆର ଜରିଆରେ ସରକାର ଦେଶରେ ଏନଆରସି ଲାଗୁ କରିବାକୁ ଚାହୁଁଛନ୍ତି ବୋଲି ଅସଉଦ୍ଦୀନ ଓୱେସୀ ଅଭିଯୋଗ କରିଛନ୍ତି । ସେପଟେ ବିଜେପି ପକ୍ଷରୁ ବିରୋଧୀଙ୍କୁ ଜବାବ ଦେଇଛନ୍ତି ଜିଭିଏଲ ନରସିଂହ ରାଓ । କଂଗ୍ରେସ ସରକାର ୨୦୧୦ରେ ଜନଗଣନା ପ୍ରସ୍ତାବ ଆଗତ କରିଥିଲା ଓ ଓୱେସୀ ଏହାକୁ ପ୍ରଥମେ ସମର୍ଥନ କରିଥିଲେ ବୋଲି ସେ କହିଛନ୍ତି । ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ଜନଗଣନା ଯୋଜନା ନେଇ ଲୋକମାନଙ୍କୁ ସଚେତନ କରିବା ପାଇଁ  କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଲୋକମାନଙ୍କୁ କୌଣସି ତଥ୍ୟ ପ୍ରମାଣ ଦେବାକୁ ପଡ଼ିବ ନାହିଁ । ଏହାସହିତ ଜନଗଣନାରେ ବାୟୋମେଟ୍ରିକ ମଧ୍ୟ ପ୍ରୟୋଗ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ସେପଟେ  ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପରେ ଏନପିଆର ଜରିଆରେ ସରକାର ଦେଶରେ ଏନଆରସି ଲାଗୁ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏଆଇଏମଆଇଏମ ନେତା  ଅସଉଦ୍ଦୀନ ଓୱେସୀ । ଅନ୍ୟପଟେ ୨୦୧୦ରେ କଂଗ୍ରେସ ସରକାର ଜନଗଣନା ପ୍ରସ୍ତାବ ଆଗତ କରିଥିଲା ଓ ଓୱେସୀ ଏହାକୁ ପ୍ରଥମେ ସମର୍ଥନ କରିଥିଲେ ବୋଲି ବିଜେପି ମୁଖପାତ୍ର ଜିଭିଏଲ ନରସିଂହ ରାଓ ଜବାବ ଦେଇଛନ୍ତି । ୨୦୨୧ ଜନଗଣନା ଓ ନ୍ୟାସନାଲ ପପୁଲେସନ ରେଜିଷ୍ଟର ଅପଡେଟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏନପିଆରରେ ସାରା ଦେଶର ନାଗରିକଙ୍କ ଡାଟାବେସ ପ୍ରସ୍ତୁତ ହେବ । ଏଥିପାଇଁ ୮ ହଜାର ୭ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ରେଜିଷ୍ଟରରେ ନାଗରିକଙ୍କ ନାମ, ପିତା ମାତାଙ୍କ ନାମ, ଜନ୍ମ ତାରିଖ, ଶିକ୍ଷାଗତ ଯୋଗ୍ୟତା ଓ ଠିକଣା ରହିବ । ଏହାସହିତ ପୂର୍ବ ଜନଗଣନା ତୁଳନାରେ କିଛି ଅଧିକ ତଥ୍ୟ ସଂଗ୍ରହ କରାଯିବ । ଆସନ୍ତା ବର୍ଷ ଅପ୍ରିଲ ପହିଲାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନଗଣନା ହେବ ।  ନୂଆ ଜନଗଣନା ନୀତିରେ ନାଗରିକଙ୍କୁ କୌଣସି ପ୍ରମାଣପତ୍ର ମଗାଯିବ ନାହିଁ । ଏଥିପାଇଁ ବାୟୋମେଟ୍ରିକ ମଧ୍ୟ ବ୍ୟବହାର ହେବ ନାହିଁ ବୋଲି ଜଣାପଡ଼ିଛି । ଦେଶର ସମସ୍ତ ରାଜ୍ୟରେ ଏଥିପାଇଁ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି ଓ ସମସ୍ତ ରାଜ୍ୟ ଏହାକୁ ସ୍ୱୀକାର କରିଛନ୍ତି ।

ନାଗରିକତା ଆଇନ, ଜାତୀୟ ନାଗରିକ ପଞ୍ଜିକରଣ ଆଇନ ଏବଂ ଜନଗଣନା ଅଭିଯାନ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ANIକୁ ଦେଇଥିବା ସାକ୍ଷାତକାରରେ ଏନପିଆର ଓ  ଏନଆରସି ମଧ୍ୟରେ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି ଶାହ । କଂଗ୍ରେସ ସମେତ ବିରୋଧୀ ଦଳ ନେତା ମାନେ ବାରମ୍ବାର ଏନଆରସି ପ୍ରସଙ୍ଗରେ ଭୁଲ ତଥ୍ୟ ପ୍ରଦାନ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ଶାହ କହିଛନ୍ତି । ଏପର୍ଯ୍ୟନ୍ତ କେବଳ ଆସାମକୁ ବାଦ ଦେଲେ ଦେଶର ଅନ୍ୟ କୌଣସି ରାଜ୍ୟରେ ଏନଆରସି ଡିଟେନସନ ସେଣ୍ଟର ନାହିଁ ।   ଆଇନ କେବଳ ଅବୈଧ ଅନୁପ୍ରବେଶକାରୀଙ୍କ ହୋଇଥିବା ବେଳେ ଲୋକମାନଙ୍କୁ ମିଛ ତଥ୍ୟ ଦିଆଯାଇ ଉତ୍ୟକ୍ତ କରାଯାଇଛି । ସେହିପରି ସିଏଏ ସହ ଦେଶର କୌଣସି ଲୋକଙ୍କର କିଛି ବି କ୍ଷତି ହେବାର ଆଶଙ୍କା ନଥିଲେ ବି ଏହା ବିରୋଧରେ ଆନ୍ଦୋଳନ କରିବା ବିରୋଧୀଙ୍କ ମୂଖ୍ୟ ଉଦ୍ଦେଶ୍ୟକୁ ପଦାରେ ପକାଇଛି ବୋଲି ଶାହ କହିଛନ୍ତି । କେନ୍ଦ୍ର ସରକାର ଦେଶର ସୁରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି , ଦେଶବାସୀଙ୍କୁ ସମସ୍ୟାରେ ପକାଇବା ପାଇଁ ନୁହେଁ ବୋଲି ଗୃହମନ୍ତ୍ରୀ ସାକ୍ଷାତକାରରେ କହିଛନ୍ତି ।

ଆହୁରି ପଢନ୍ତୁ; ଝାଡ଼ଖଣ୍ଡ ନିର୍ବାଚନ: ସଞ୍ଜୟଙ୍କ ପରେ ବିଜେପିକୁ ନବୀନ ବି କଲେ କଟାକ୍ଷ