ଏନଆରସି ଓ ଏନପିଆରକୁ ନେଇ ସ୍ପଷ୍ଟୀକରଣ ରଖିଲେ ଗୃହମନ୍ତ୍ରୀ
Advertisement
Article Detail0/zeeodisha/odisha614923

ଏନଆରସି ଓ ଏନପିଆରକୁ ନେଇ ସ୍ପଷ୍ଟୀକରଣ ରଖିଲେ ଗୃହମନ୍ତ୍ରୀ

ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟ୍ରୀର(ଏନପିଆର) ଉପରେ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଉପରେ ସ୍ପଷ୍ଟ ରଖିଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ କହିଛନ୍ତି କି, ଏନପିଆରକୁ ଦେଶର ସମସ୍ତ ରାଜ୍ୟ ସ୍ୱିକାର କରିଛନ୍ତି। ଏନପିଆର ପାଇଁ କୌଣସି ଦସ୍ତାବିଜ କିମ୍ବା ବାୟୋମେଟ୍ରିକ  ସିଷ୍ଟମର ଆବଶ୍ୟକତା ନାହିଁ। ଜନଗଣନା ପାଇଁ ସ୍ୱତନ୍ତ୍ର ଟେକ୍ନୋଲୋଜିର ବ୍ୟବହାର କରାଯିବ। ଏହା ସହିତ ସ୍ୱତନ୍ତ୍ର ମୋବାଇଲ ଆପ ମାଧ୍ୟମରେ ଜନଗଣନା କରାଯିବ ବୋଲି ସେ ସୂଚନା ଦେଇଥିଲେ। ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ କି, ଏନପିଆର ଓ ଏନଆରସି ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏହ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଅଲଗା। ତଥ୍ୟ ଆଧାରରେ ଏନଆରସିରେ ପଞ୍ଜିକୃତ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି।

 ଏନଆରସି ଓ ଏନପିଆରକୁ ନେଇ ସ୍ପଷ୍ଟୀକରଣ ରଖିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟ୍ରୀର(ଏନପିଆର) ଉପରେ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଉପରେ ସ୍ପଷ୍ଟ ରଖିଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ କହିଛନ୍ତି କି, ଏନପିଆରକୁ ଦେଶର ସମସ୍ତ ରାଜ୍ୟ ସ୍ୱିକାର କରିଛନ୍ତି। ଏନପିଆର ପାଇଁ କୌଣସି ଦସ୍ତାବିଜ କିମ୍ବା ବାୟୋମେଟ୍ରିକ  ସିଷ୍ଟମର ଆବଶ୍ୟକତା ନାହିଁ। ଜନଗଣନା ପାଇଁ ସ୍ୱତନ୍ତ୍ର ଟେକ୍ନୋଲୋଜିର ବ୍ୟବହାର କରାଯିବ। ଏହା ସହିତ ସ୍ୱତନ୍ତ୍ର ମୋବାଇଲ ଆପ ମାଧ୍ୟମରେ ଜନଗଣନା କରାଯିବ ବୋଲି ସେ ସୂଚନା ଦେଇଥିଲେ। ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ କି, ଏନପିଆର ଓ ଏନଆରସି ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏହ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଅଲଗା। ତଥ୍ୟ ଆଧାରରେ ଏନଆରସିରେ ପଞ୍ଜିକୃତ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ କି, କ୍ୟାବିନେଟ ଏଥିପାଇଁ ପ୍ରାୟ 8754।23 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନପିଆରକୁ ଅପଡେଟ କରିବା ପାଇଁ 3941।35 କୋଟି ଟଙ୍କା ମଞ୍ଜୁର ମଧ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଜାଭଡ଼େକର ଆହୁରି ମଧ୍ୟ କହିଥିଲେ କି, ଏନପିଆରକୁ ପ୍ରଥମେ 2010 ମସିହାରେ ୟୁପିଏ ସରକାର ଆରମ୍ଭ କରିଥିଲେ। ଏନପିଆର ପାଇଁ କୌଣସି କାଗଜ କିମ୍ବା ବାୟୋମେଟ୍ରିକର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏହାକୁ ସମସ୍ତ ରାଜ୍ୟ ସ୍ୱିକାର କରିଥିବା ବେଳେ ସମସ୍ତ ରାଜ୍ୟ ସରକାର ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁମାନେ ଭାରତରେ ରହୁଛନ୍ତି, ସେମାନଙ୍କର ଗଣତି କରାଯିବା ଏହାର ଉଦ୍ଦେଶ୍ୟ ବୋଲି ଜାଭଡ଼େକର ସ୍ପଷ୍ଟ କରିଛନ୍ତି।

ସେହିପରି ଅଟଳ ଜଳ ଯୋଜନା ଏବଂ ଅଟଳ ଟନେଲ ଯ଼ୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ଜାଭଡ଼େକର। ସେ କହିଛନ୍ତି କି, ମଧ୍ୟପ୍ରଦେଶ, ଗୁଜୁରାଟ, ହରିଆଣା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପାଇଁ ଅଟଳ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ 6 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଏହି ଯୋଜନାରେ ଉକ୍ତ ରାଜ୍ୟ ଗୁଡ଼ିକରେ ପ୍ରାୟ 8350 ଗାଁକୁ ଏହାର ଫାଇଦା ମିଳିପାରିବ। ଏହି ଯୋଜନା ପାଇଁ 3 ହଜାର କୋଟି ଟଙ୍କା ବିଶ୍ୱ ବ୍ୟାଙ୍କ ଏବଂ 3 ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେବେ ବୋଲି ସେ ସୂଚନା ଦେଇଛନ୍ତି।

ସେହିଭଳି ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି କି, ମନାଲୀରୁ ଲେହ ପର୍ଯ୍ୟନ୍ତ ଉନ୍ନତି ପାଇଁ ଅଟଳ ଟନେଲ ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଲାହୌଲ ସ୍ପିତି ପର୍ଯ୍ୟନ୍ତ ପ୍ରାୟ 80 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଏଥିପାଇଁ ପ୍ରାୟ 4 ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି। 10 ହଜାର ଫୁଟ ଉପରେ ନିର୍ମାଣ କରାଯାଇଥିବା ଏହି ଟନେଲ ବିଶ୍ୱର ସବୁଠାରୁ ଉଚ୍ଚ ଟନେଲ ହେବ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି, ଅଟଳ ଜଳ ଯୋଜନା ଏବଂ ଅଟଳ ଟନେଲ ଯୋଜନା ଆସନ୍ତା ବୁଧବାର ଲଞ୍ଚ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଲକ୍ଷ୍ନୌ ଗସ୍ତ କରିବେ। ସେଠାରେ ଏହି ଦୁଇଟି ଯୋଜନାକୁ ଲଞ୍ଚ କରିବେ।